ETV Bharat / bharat

ନରହନ୍ତାର ଦୋଷ ସ୍ବୀକାର, ମସଜିଦ୍‌ରେ 51 ଜଣଙ୍କୁ କରିଥିଲା ହତ୍ୟା - ଅଷ୍ଟ୍ରେଲିଆ ଖ୍ରୀଷ୍ଟଚର୍ଚ୍ଚ ସହର

ମସଜିଦ ଉପରେ ଆକ୍ରମଣ କରିଥିବା ଅଷ୍ଟ୍ରେଲିଆ ନାଗରିକ ତାରାଣ୍ଟ ନିଜ ଦୋଷ ସ୍ବୀକାର କରିଛି । କଣ ଥିଲା ପୁରା ଘଟଣା । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

Christchurch shooter pleads guilty to 51 charges of murder
ନରହନ୍ତାର ଦୋଷ ସ୍ବୀକାର, ମସଜିଦରେ 51 ଜଣଙ୍କୁ କରିଥିଲା ହତ୍ୟା
author img

By

Published : Mar 26, 2020, 10:10 AM IST

ୱେଲିଙ୍ଗଟନ: ଗତ ବର୍ଷ ଅଷ୍ଟ୍ରେଲିଆ ଖ୍ରୀଷ୍ଟଚର୍ଚ୍ଚ ସହରରେ ମସଜିଦ୍‌ ଉପରେ ହୋଇଥିବା ଗୁଳିକାଣ୍ଡ ଘଟଣା । ଆତତାୟୀ ବ୍ରେଣ୍ଟନ୍ ହାରିସନ୍ ତାରାଣ୍ଟ ନିଜ ଦୋଷ ସ୍ବୀକାର କରିଛି । ଏହି ଗୁଳିକାଣ୍ଡ ଘଟଣାରେ ଯାଇଥିଲା 51ଜଣଙ୍କ ପ୍ରାଣ ।

ଗତ ବର୍ଷ ମାର୍ଚ୍ଚ 15ରେ ଅଷ୍ଟ୍ରେଲିଆର ଏହି 28 ବର୍ଷୀୟ ସନ୍ଦିଗ୍ଧ ତାରାଣ୍ଟ ମସଜିଦ୍‌ରେ ସାମୁହିକ ପ୍ରାର୍ଥନା ଚାଲୁଥିବା ସମୟରେ ଏକତ୍ରିତ ହୋଇଥିବା ବ୍ୟକ୍ତିଙ୍କ ଉପରକୁ ଅମାନୁଷିକ ଭାବରେ ଗୁଳି ବର୍ଷା କରିଥିଲା । ଏହାପରେ ପୋଲିସ ଘଟଣାର ତଦନ୍ତ କରି ମାତ୍ର 21 ମିନିଟ୍ ମଧ୍ୟରେ ଆକ୍ରମଣକାରୀ ଗିରଫ କରିଥିଲା ।

ତେବେ ଘଟଣା ଘଟାଇବା ସମୟରେ ଆକ୍ରମଣକାରୀ ଫେସବୁକରେ ଏହି ହତ୍ୟାକାଣ୍ଡକୁ ସିଧା ପ୍ରସାରଣ କରିଥିଲା ଏବଂ ପରେ ଏହି ଭିଡିଓ ଅନଲାଇନ ମାଧ୍ୟମରେ ଦେଖାଦେଇଥିଲା । ଏଭଳି ଘଟଣା ସାରା ବିଶ୍ବକୁ ଦୋହଲାଇ ଦେଇଥିଲା । ଏହି ଘଟଣାକୁ ସହଜରେ ଗ୍ରହଣ କରିପାରି ନଥିଲେ ସମସ୍ତେ ।

@ ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.