ETV Bharat / bharat

ବେଙ୍ଗାଲୁରୁରେ ଗଞ୍ଜେଇ ଚକୋଲେଟ ଜବତ, ତଦନ୍ତ ଜାରି - ବେଙ୍ଗାଲୁର ଅବକାରୀ ବିଭାଗ

ବେଙ୍ଗାଲୁରରୁ ଗଞ୍ଜେଇ ଚକୋଲେଟ ଜବତ । ପ୍ରତି ଚକୋଲେଟକୁ 50 ଟଙ୍କାରେ ବିକ୍ରି କରୁଥିଲେ ଦୋକାନୀ । ଘଟଣାକୁ ଅବକାରୀ ବିଭାଗ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି । ଅଧିକ ପଢନ୍ତୁ...

ଗଞ୍ଜେଇ ଚକୋଲେଟ୍ ଜବତ
ଗଞ୍ଜେଇ ଚକୋଲେଟ୍ ଜବତ
author img

By

Published : Oct 16, 2020, 12:58 PM IST

ବେଙ୍ଗାଲୁରୁ: ଚନ୍ଦନକାଠ ଡ୍ରଗ୍ସ ମାଫିଆ ସାମ୍ନାକୁ ଆସିବା ପରେ ସିଲିକନ୍ ସିଟି ପୋଲିସ ସତର୍କ ହୋଇପଡିଛି । ପ୍ରଥମ ଥର ପାଇଁ ସହରରେ ଗଞ୍ଜେଇ ଚକୋଲେଟ୍ ଜବତ ହୋଇଥିବା ଜଣାପଡିଛି ।

ଅବକାରୀ ବିଭାଗର ଅଧିକାରୀମାନେ ଏହି ଘଟଣାକୁ ଗୁରୁତର ଭାବେ ନେଇ ତଦନ୍ତ ଆରମ୍ଭ କରିଛନ୍ତି । ଏହି ଚକୋଲେଟଗୁଡିକ ବିଶେଷ ଭାବେ କଲେଜ ଛାତ୍ର, ଯୁବକ ଏବଂ ମହିଳାମାନଙ୍କ ସାହାଯ୍ୟରେ ଦୋକାନରେ ବିକ୍ରି କରାଯାଉଥିଲା |ଗଞ୍ଜେଇ ଭର୍ତ୍ତି ଚକୋଲେଟର ଏହି ପ୍ୟାକେଟ୍ ଅବିକଳ ପିଲାମାନେ ଖାଉଥିବା ଚକୋଲେଟ୍ ପରି | ଏହା ଉତ୍ତରପ୍ରଦେଶରୁ ବାଙ୍ଗାଲୋରକୁ ଯୋଗାଇ ଦିଆଯାଉଛି | ଖବର ଅନୁଯାୟୀ ସୁବ୍ରମଣ୍ୟନଗରର ବିଡା ଦୋକାନରେ ଚକୋଲେଟ ଗଞ୍ଜେଇକୁ 50 ଟଙ୍କାରେ ବିକ୍ରି କରାଯାଇଥିଲା।

ଉତ୍ତର ଡିଭିଜନ କମିଶନର ନାଗରାଜପ୍ପାଙ୍କ ମିଳିତ ନେତୃତ୍ବରେ ଏକ ଟିମ୍ ଗଠନ କରାଯାଇ ଯେଉଁଠାରେ ଗଞ୍ଜେଇ ଚକୋଲେଟ ଉପଲବ୍ଧ ହେଉଥିଲା ସେଠାରେ ଚଢାଉ କରାଯାଇଥିଲା। ଚଢାଉ ପରେ ସେଠାରୁ 2.2 କିଲୋଗ୍ରାମ ଚକୋଲେଟ୍ ଗଞ୍ଜେଇ ଜବତ ହୋଇଛି | ତେବେ ଜବତ ହୋଇଥିବା ଦୋକାନର ମାଲିକ ଗୁଲାବ ଯାଦବ ଫେରାର ହୋଇଯାଇଛନ୍ତି । ବେଙ୍ଗାଲୁରୁରେ ଏଭଳି ଘଟଣା ପ୍ରଥମ ଥର ବୋଲି ଚର୍ଚ୍ଚା ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.