ETV Bharat / bharat

ବିହାର ମେଣ୍ଟ ବଞ୍ଚାଇବାକୁ ମଙ୍ଗ ଧରିଲେ ଶାହ, ଜାଣନ୍ତୁ ସିଟ ଭାଗବଣ୍ଟା ରଣନୀତି...

ଏନଡିଏରେ ମେଣ୍ଟ ବଞ୍ଚାଇବା ପାଇଁ ମଙ୍ଗ ଧରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏହି କ୍ରମରେ ଗୁରୁବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ବୈଠକ କରିଛନ୍ତି ଏଲଜେପି ମୁଖ୍ୟ ଚିରାଗ ପାଶୱାନ । ଅଧିକ ପଢନ୍ତୁ...

ବିହାର ମେଣ୍ଟ ବଞ୍ଚାଇବାକୁ ମଙ୍ଗ ଧରିଲେ ଶାହ, ଜାଣନ୍ତୁ ସିଟ ଭାଗବାଣ୍ଟ ରଣନୀତି...

author img

By

Published : Oct 1, 2020, 8:10 PM IST

ନୂଆଦିଲ୍ଲୀ: ବିହାର ନିର୍ବାଚନରେ ନାମାଙ୍କନ ପତ୍ର ଦାଖଲ କରିବାର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ହେଲେ ବର୍ତ୍ତମାନ ଯାଏଁ କୌଣସି ବି ମେଣ୍ଟ ଦଳ ମଧ୍ୟରେ ସିଟ ବଣ୍ଟନକୁ ନେଇ ବାହାରିପାରୁନି ନିଷ୍କର୍ଷ । ଏପରିସ୍ଥିତିରେ ଏନଡିଏରେ ମେଣ୍ଟ ବଞ୍ଚାଇବା ପାଇଁ ମଙ୍ଗ ଧରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏହି କ୍ରମରେ ଗୁରୁବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ବୈଠକ କରିଛନ୍ତି ଏଲଜେପି ମୁଖ୍ୟ ଚିରାଗ ପାଶୱାନ ।

ବିହାର ଏନଡିଏରେ ନିର୍ବାଚନ ଘୋଷଣା ପୂର୍ବରୁ ହିଁ ନିତିଶ କୁମାରଙ୍କ ଜେଡିୟୁ ଓ ପାଶୱାନଙ୍କ ଏଲଜେପି ମଧ୍ୟରେ ଫାଟ ଥିବା ନଜର ଆସୁଛି । ଏ ପରିସ୍ଥିତିରେ ଚିରାଗ ପାଶୱାନ ବଣ୍ଟନ ହେବାକୁ ଥିବା ଆସନର ନାଁ ପୂର୍ବରୁ ହିଁ ସ୍ପଷ୍ଟ କରିବାକୁ ସର୍ତ୍ତ ରଖିଛନ୍ତି ।

ଜାଣନ୍ତୁ କିପରି ହୋଇପାରେ ସିଟ ବଣ୍ଟନ...

ବିଜେପି ଓ ଜେଡିୟୁ 50-50 ପ୍ରତିଶତ ଆସନରେ ପ୍ରତିଦ୍ବନ୍ଦିତା କରିବାକୁ ରାଜି ହୋଇପାରନ୍ତି | ବିଜେପି ନିଜ କୋଟାରୁ ଏଲଜେପିକୁ ଆସନ ଦେବ । ସେହିପରି ଜେଡିୟୁ ନିଜ କୋଟାରୁ ଜିତନ ରାମ ମାଝିଙ୍କ ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚାଙ୍କୁ ଆସନ ଦେବ।

ଅନ୍ୟପକ୍ଷରେ ଏଲଜିପି ବିଜେପି ପକ୍ଷରୁ 27ଟି ଆସନ ଦାବି କରିଛି । ଯଦିଓ ବିଜେପି ସୂତ୍ର ଅନୁଯାୟୀ, ଏଲଜିପିକୁ ମାତ୍ର 10 ରୁ 15ଟି ଆସନ ଦେବାକୁ ପ୍ରସ୍ତାବ ଦିଆଯାଇଛି। ପୂର୍ବରୁ ଏଲଜେପି 43ଟି ଆସନ ଦାବି କରିଥିବା ବେଳେ ବର୍ତ୍ତମାନ ଏହା 27ଟି ଆସନକୁ ଖସିଆସିଛି ।

ସୂଚନାନୁସାରେ ବିହାର ବିଧାନସଭାରେ 243ଟି ଆସନରୁ ବିଜେପି-ଜେଡିୟୁ 50-50 ପ୍ରତିଶତ ଲଢିପାରନ୍ତି । ଏପରିସ୍ଥିତିରେ ବିଜେପି 121 ବିଧାନସଭା ଆସନରେ ଏବଂ ଜେଡିୟୁ 122 ବିଧାନସଭା ଆସନରେ ପ୍ରତିଦ୍ବନ୍ଦିତା କରିବେ । ବିଜେପି ଏହାର 121 ବିଧାନସଭା ଆସନ ମଧ୍ୟରୁ ସର୍ବାଧିକ 15ଟି ଆସନ ଏଲଜେପିକୁ ଦେବାକୁ ରାଜି ହୋଇଥିବାବେଳେ ଜେଡିୟୁ ଏହାର 122 ବିଧାନସଭା ଆସନ ମଧ୍ୟରୁ 5ରୁ 8ଟି ଆସନ ଜିତନ ରାମ ମାଝିଙ୍କ ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚାକୁ ଦେଇପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.