ETV Bharat / bharat

ଗଲୱାନ ଘାଟିରେ 2 କିମି ପଛକୁ ହଟିଲା ଚୀନ ସେନା - india china faceoff

ପୂର୍ବଲଦାଖର ଗଲୱାନ ଘାଟିରେ ହୋଇଥିବା ସଂଘର୍ଷ ସ୍ଥାନରୁ 2 କିମି ପଛକୁ ହଟିଛନ୍ତି ଚୀନ ସୈନିକ । ଏନେଇ ବିଶେଷ ସୂତ୍ରରୁ ପ୍ରକାଶ ପାଇଛି ।

ପୂର୍ବଲଦାଖର ଗଲୱାନ ଘାଟି
ପୂର୍ବଲଦାଖର ଗଲୱାନ ଘାଟି
author img

By

Published : Jul 6, 2020, 12:12 PM IST

ନୂଆଦିଲ୍ଲୀ: ଭାରତଠାରୁ ମିଳିଥିବା କଡା ଜବାବ ଏବଂ ଲଗାତାର ପଡୁଥିବା ଚାପକୁ ଦୃଷ୍ଟିରେ ରଖି ଲଦାଖ ସୀମାରେ ପଛଘୁଞ୍ଚା ଦେବାକୁ ବାଧ୍ୟ ହୋଇଛି ଚୀନ । ପୂର୍ବଲଦାଖର ଗଲୱାନ ଘାଟିରେ ହୋଇଥିବା ସଂଘର୍ଷ ସ୍ଥାନରୁ 2 କିମି ପଛକୁ ହଟିଛନ୍ତି ଚୀନ ସୈନିକ । ଏନେଇ ବିଶେଷ ସୂତ୍ରରୁ ପ୍ରକାଶ ପାଇଛି ।

ଜୁନ 15ରେ ପୂର୍ବ ଲଦାଖର ଗଲୱାନ ଘାଟିରେ ଭାରତ ଏବଂ ଚୀନ ସୈନିକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଏହି ସଂଘର୍ଷରେ ଭାରତର 20 ଜଣ ଯବାନ ଶହୀଦ ହୋଇଥିଲେ । ତେବେ ଚୀନର ପିପୁଲ୍ସ ଲିବରେଶନ ଆର୍ମିର ସୈନିକ ଏହି ସଂଘର୍ଷ ସ୍ଥଳରୁ 2 କିମି ପଛକୁ ହଟିଥିବା ଜଣାପପଡିଛି । ଯାହାକୁ ଭାରତ ନିଜ ଜମି ବୋଲି କହୁଛି । ଚୀନ ପରେ ଭାରତ ମଧ୍ୟ ସେଠାରେ ନିଜର ଉପସ୍ଥିତି ଜାହିର କରିବାକୁ ବଙ୍କର ଏବଂ ଅସ୍ଥାୟୀ ଶିବିର ପ୍ରସ୍ତୁତ କରିଥିଲା । ଉଭୟ ସେନା ସେଠାରେ ମୁହାଁମିହିଁ ହୋଇ ରହିଥିଲେ ।

ତେବେ ଜୁନ 30ରେ ଭାରତ ଏବଂ ଚୀନ ମଧ୍ୟରେ କମାଣ୍ଡର ସ୍ତରୀୟ ଆଲୋଚନା ହୋଇଥିଲା । ଉଭୟ ଦେଶର ସେନା ସଂଘର୍ଷ ସ୍ଥଳରୁ ପଛକୁ ହଟିବା ନେଇ ସହମତି ପ୍ରକାଶ ହୋଇଥିଲା । ଏହି ସହମତି ଅନୁଯାୟୀ, ଚୀନ ସୈନିକ ପଛକୁ ହଟିଲେ କି ନାହିଁ ଜାଣିବା ପାଇଁ ରବିବାର ଏକ ସର୍ଭେ କରାଯାଇଥିଲା । ଅଧିକାରୀଙ୍କ ଅନୁଯାୟୀ, ଚୀନ ସୈନିକ ସଂଘର୍ଷ ସ୍ଥଳରୁ 2 କିମି ପଛକୁ ହଟିଛନ୍ତି । ଏହା ବ୍ୟତୀତ ଉଭୟ ଦେଶର ସେନା ନିଜର ଅସ୍ଥାୟୀ ଶିବିର ଏବଂ ବଙ୍କର ମଧ୍ୟ ହଟାଉଛନ୍ତି ।

ଉଭୟ ଦେଶର ସେନା ମଧ୍ୟରେ ଗତ 2 ମାସ ହେବ ଏଲଏସିରେ ମୁହାଁମୁହିଁ ପରିସ୍ଥିତି ଦେଖାଦେଇଛି । ଜୁନ 6ରେ ହୋଇଥିବା ବୈଠକରେ ଉଭୟ ସେନା ପଛକୁ ହଟିବା ନେଇ ସହମତି ପ୍ରକାଶ ହୋଇଥିଲା । କିନ୍ତୁ ଚୀନ ସେନା ପଛକୁ ହଟିନଥିଲେ । ଏହାପରେ ଜୁନ 15 ତାରିଖରେ ଉଭୟ ସେନା ମଧ୍ୟରେ ସଂଘର୍ଷ ଦେଖାଦେଇଥିଲା । ଏହାପରେ ଉଭୟ ଦେଶର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ଏବଂ ଜୁନ 22 ତାରିଖରେ ସୈନ୍ୟ କମାଣ୍ଡର ସ୍ତରୀୟ ମାରାଥନ ବୈଠକ ହୋଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.