ETV Bharat / bharat

ତାଜମହଲ ସୁରକ୍ଷାକୁ ନେଇ ପୁଣି ଉଠିଲା ପ୍ରଶ୍ନ

ତାଜମହଲର ସୁରକ୍ଷାକୁ ନେଇ ପୁଣି ଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ନିଷିଦ୍ଧ ଅଞ୍ଚଳରେ ଜଣେ ଚୀନ ପର୍ଯ୍ୟଟକ ଡ୍ରୋନ ଉଡାଇଥିବା ଘଟଣା ସାମ୍ନାକୁ ଆସିଛି ।

ପ୍ରତିକାତ୍ମକ ଫଟୋ
author img

By

Published : Oct 1, 2019, 5:10 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଆଗ୍ରାରେ ଥିବା ତାଜମହଲର ସୁରକ୍ଷାକୁ ନେଇ ପୁଣି ଥରେ ଏକ ଘଟଣା ସାମ୍ନାକୁ ଆସିଛି । ନିଷିଦ୍ଧ ଅଞ୍ଚଳରେ ଜଣେ ଚୀନ ପର୍ଯ୍ୟଟକ ଡ୍ରୋନ ଉଡାଇଥିବା ଦେଖିବାକୁ ମିଳିଛି । ଘଟଣାରେ ପୋଲିସ ଉକ୍ତ ଡ୍ରୋନକୁ ଜବତ କରିବା ସହ ଚୀନ ପର୍ଯ୍ୟଟକଙ୍କୁ ଅଟକ ରଖିଛି । ତେବେ ଏହି ଘଟଣା ପରେ ତାଜମହଲର ସୁରକ୍ଷାକୁ ନେଇ ପୋଲିସର ଖାମଖିଆଲ ଭାବ ସାମ୍ନାକୁ ଆସିଛି ।

ଏସଏସପି ବବୁଲ କୁମାରଙ୍କ କହିବାନୂଯାୟୀ, ତାଜମହଲ ନିକଟରେ ଡ୍ରୋନ ଉଡୁଥିବା ଖବର ମିଳିବା ପରେ ଆମ ଟିମ ଉକ୍ତ ଡ୍ରୋନ ଓ ଚୀନ ପର୍ଯ୍ୟଟକଙ୍କୁ କବଜାରେ ନେଇଛନ୍ତି । ଏହାସହ ଡ୍ରୋନରେ ରେକର୍ଡ ହୋଇଥିବା ସମସ୍ତ ଭିଡିଓକୁ ନିଆଯାଇ ଛାନଭିନ ଆରମ୍ଭ କରାଯାଇଛି ।

ସେ ଆହୁରି କହିଛନ୍ତିଯେ, ଏହି ସମ୍ବନ୍ଧରେ ସମସ୍ତ ହୋଟେଲର ମାଲିକ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ, ସେମାନେ ହୋଟେଲରେ ପର୍ଯ୍ୟଟକଙ୍କୁ ରଖିବା ସମୟରେ ଡ୍ରୋନ ନନେବା ପାଇଁ କୁହନ୍ତୁ । ଏହାବ୍ୟତୀତ ଏଏସଆଇ ଓ ଅନ୍ୟ ଏଜେନ୍ସିଙ୍କ ମାଧ୍ୟମରେ ଚିରିକୁଟି ଆଦି ବଣ୍ଟନ କରିବାର ଯୋଜନା କରାଯାଉଛି ଯାହା ମାଧ୍ୟମରେ ପର୍ଯ୍ୟଟକମାନଙ୍କୁ ନିଷେଦ୍ଧାଞ୍ଚଳରେ ଡ୍ରୋନ ନଉଡାଇବାର ସୂଚନା ମିଳିବ ।

Intro:Body:

ranju

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.