ETV Bharat / bharat

ସୀମା ବିବାଦରେ ମୋଦିଙ୍କ ଟ୍ବିଟକୁ ଡିଲିଟ କଲା ଚାଇନିଜ ସୋସିଆଲ ମିଡିଆ - ଚାଇନିଜ ସୋସିଆଲ ମିଡିଆରେ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ଟ୍ବିଟ ଡିଲିଟ୍‌

ଭାରତ-ଚୀନ ସୀମା ସଂଘର୍ଷକୁ ନେଇ ପ୍ରଧାନମନ୍ତ୍ରୀ ମୋଦି କରିଥିବା ଚ୍ବିଟକୁ ଚାଇନିଜ ସୋସିଆଲ ମିଡିଆରେ ଡିଲିଟ କରାଯାଇଛି । ଜୁନ 18ରେ ମୋଦି କରିଥିବା ଟ୍ବିଟ ଚାଇନିଜ ସୋସିଆଲ ମିଡିଆ ଆପ୍‌ ୱିଚାଟ୍‌ରେ ଆକ୍ସେସ ନକରିହେବାରୁ ଏନେଇ ଜଣା ପଡିଥିଲା ।

modi tweet on indo-china clash, modi's tweet taken down in chinese social media, external affair minister's tweet deleted in chinese social media, chinese social media, ଭାରତ-ଚୀନ ସମ୍ପର୍କରେ ମୋଦିଙ୍କ ଟ୍ବିଟ, ଚାଇନିଜ ସୋସିଆଲ ମିଡିଆରେ ମୋଦିଙ୍କ ଟ୍ବିଟ ଡିଲିଟ, ଚାଇନିଜ ସୋସିଆଲ ମିଡିଆରେ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ଟ୍ବିଟ ଡିଲିଟ୍‌, ଚାଇନିଜ ସୋସିଆଲ ମିଡିଆ
ସୀମା ବିବାଦରେ ମୋଦିଙ୍କ ଟ୍ବିଟକୁ ଡିଲିଟ କଲା ଚାଇନିଜ ସୋସିଆଲ ମିଡିଆ
author img

By

Published : Jun 21, 2020, 2:55 AM IST

ହାଇଦ୍ରାବାଦ: ସରକାରୀ ନିର୍ଦ୍ଦେଶରେ ପରିଚାଳିତ ତଥା କଟକଣା ଲଗାଉଥିବା ଚାଇନିଜ ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟ୍ବିଟକୁ ଶନିବାର ଡିଲିଟ କରାଯାଇଥିବା ଜଣା ପଡିଛି । ଭାରତରେ ବୟକଟ୍‌ ଚାଇନିଜ ପ୍ରଡକ୍ଟର ନାରା ଜୋର ଧରିଥିବା ବେଳେ ଅପରପାର୍ଶ୍ବରେ ଚୀନରେ ମୋଦିଙ୍କ ଟ୍ବିଟକୁ ଡିଲିଟ କରିବା ପ୍ରସଙ୍ଗ ଏବେ ଚର୍ଚ୍ଚାର ବିନ୍ଦୁ ପାଲଟିଛି ।

ସୂଚନା ଅନୁଯାୟୀ ଭାରତ-ଚୀନ ସୀମା ସଂଘର୍ଷକୁ ନେଇ ପ୍ରଧାନମନ୍ତ୍ରୀ ମୋଦି କରିଥିବା ଚ୍ବିଟକୁ ଚାଇନିଜ ସୋସିଆଲ ମିଡିଆରେ ଡିଲିଟ କରାଯାଇଛି । ଜୁନ 18ରେ ମୋଦି କରିଥିବା ଟ୍ବିଟ ଚାଇନିଜ ସୋସିଆଲ ମିଡିଆ ଆପ୍‌ ୱିଚାଟ୍‌ରେ ଆକ୍ସେସ ନକରିହେବାରୁ ଏନେଇ ଜଣା ପଡିଥିଲା । ଲଦାଖର ଗଲୱାନ ଉପତ୍ୟକାରେ ଭାରତ ଓ ଚୀନ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହେବା ପରେ ପରେ ମୋଦି ଏହି ଟ୍ବିଟ କରିଥିଲେ । ଏଥିରେ 20 ଜଣ ଯବାନଙ୍କ ଶହୀଦ ହେବା ତଥ୍ୟକୁ ନେଇ ମୋଦି ଟ୍ବିଟ ଯୋଗେ ଜଣାଇଥିଲେ । ହେଲେ ଚୀନ ପକ୍ଷରେ ଏପର୍ଯ୍ୟନ୍ତ ମୃତାହତଙ୍କର କୌଣସି ସ୍ପଷ୍ଟ ସଂଖ୍ୟା ଜଣା ପଡିପାରିନାହିଁ ।

ମୋଦି ନିଜ ଟ୍ବିଟରେ ଏହା ମଧ୍ୟ ଲେଖିଥିଲେ କି ଭାରତ ଶାନ୍ତି ଉପରେ ବିଶ୍ବାସ କରେ ସତ ହେଲେ ଆବଶ୍ୟକସ୍ଥଳେ ଏହା ଶତ୍ରୁଙ୍କୁ କଡା ଜବାବ ଦେବା ମଧ୍ୟ ଭଲ ଭାବେ ଜାଣିଛି । ତେବେ କେବଳ ମୋଦି ନୁହେଁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଅନୁରାଗ ଶ୍ରୀବାସ୍ତବଙ୍କ ଭାରତ-ଚୀନ ସମ୍ବନ୍ଧୀୟ ଟ୍ବିଟ ମଧ୍ୟ ଡିଲିଟ କରାଯାଇଥିବା ଜଣା ପଡିଛି । ସେପଟେ ଏହି ଟ୍ବିଟଗୁଡିକୁ ଆକ୍ସେସ କରିବାକୁ ଚେଷ୍ଟା କଲେ ଏହି ନିୟମ ଉଲଂଘନକାରୀ ତଥ୍ୟ ରଖିଥିବାରୁ ଏହାରୁ ବ୍ଲକ କରାଯାଇଥିବା ନୋଟିଫିକେସନ ଦେଖାଉଥିବା ଜଣା ପଡିଛି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.