ETV Bharat / bharat

ଚୀନ ନାଗରିକଙ୍କୁ ବଏକଟ କଲେ ଦିଲ୍ଲୀର 3 ହଜାର ହୋଟେଲ-ଗେଷ୍ଟ ହାଉସ - chinese not allowed delhi hotels guest house

ଏବେ ରାଜଧାନୀ ଦିଲ୍ଲୀରେ ମଧ୍ୟ ହୋଟେଲ ଏବଂ ଗେଷ୍ଟ ହାଉସରେ ଚୀନି ନାଗରିକଙ୍କୁ ରହିବାକୁ ଦିଆଯିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି ।

chinese not allowed
ଚୀନ ନାଗରିକଙ୍କୁ ବୟକଟ
author img

By

Published : Jun 25, 2020, 3:01 PM IST

Updated : Jun 25, 2020, 8:19 PM IST

ନୂଆଦିଲ୍ଲୀ: ଭାରତ-ଚୀନ ତିକ୍ତତା ଦିନକୁ ଦିନକୁ ବଢିବାରେ ଲାଗିଛି । ଲଦାଖ ସ୍ଥିତ ଗଲୱାନ ଘାଟି ସଂର୍ଘଷ ପରେ ଚୀନ ପ୍ରତି ଭାରତୀୟଙ୍କ ମନରେ ଆକ୍ରୋଶ ବଢିବାରେ ଲାଗିଛି । ଯାହାକୁ ନେଇ ଭାରତ ଏବେ ଚୀନକୁ ପାନେ ଦେବାକୁ ସବୁଦିଗରୁ ବଏକଟ କରିବା ଅଭିଯାନ ଆରମ୍ଭ କରିଛି । ଦେଶରେ ବିକ୍ରି ହେଉଥିବା ଚାଇନିଜ ସାମଗ୍ରୀକୁ ବର୍ଜନ କରିବାକୁ ଅନେକ କହୁଥିବା ବେଳେ ଏବେ ରାଜଧାନୀ ଦିଲ୍ଲୀରେ ମଧ୍ୟ ହୋଟେଲ ଏବଂ ଗେଷ୍ଟ ହାଉସରେ ଚୀନି ନାଗରିକଙ୍କୁ ରହିବାକୁ ଦିଆଯିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି ।

ଚୀନ ନାଗରିକଙ୍କୁ ବଏକଟ କଲେ ଦିଲ୍ଲୀର 3 ହଜାର ହୋଟେଲ-ଗେଷ୍ଟ ହାଉସ

କନଫେଡରେସନ ଅଫ ଇଣ୍ଡିଆ ଟ୍ରେଡର୍ସ(କ୍ୟାଟ)ର ଚୀନ ସାମଗ୍ରୀକୁ ବର୍ଜନ କରିବା ଆହ୍ବାନ ପରେ ଦିଲ୍ଲୀର ବଡ ବଡ ହୋଟେଲର ସଂଙ୍ଗଠନ ହୋଟେଲ ଏବଂ ଗେଷ୍ଟ ହାଉସର ମାଲିକ ସଂଘ ପକ୍ଷରୁ ବଡ ନିଷ୍ପତି ନିଆଯାଇଛି । ସଂଙ୍ଗଠନ ପକ୍ଷରୁ ଘୋଷଣା କରାଯାଇଛି ଯେ, ଚୀନର କାର୍ଯ୍ୟକଳାପକୁ ଦେଖିବା ପରେ ସଂଘ ତରଫରୁ ଏଭଳି ନିଷ୍ପତି ନିଆଯାଇଛି ।

ତେବେ ଦିଲ୍ଲାର ପାଖାପାଖି 3 ହଜାର ବଡବଡ ହୋଟେଲ ଏବଂ ଗେଷ୍ଟ ହାଉସ ରହିଛି । ଯେଉଁଥିରେ ପାଖାପାଖି 75 ହଜାର ରୁମ ରହିଛି । ତେବେ ଦିଲ୍ଲୀ ହୋଟେଲ ଆଣ୍ଡ ଗେଷ୍ଟ ହାଉସର ମାଲିକ ସଂଘର ସଭାପତି ମହେନ୍ଦ୍ର ଗୁପ୍ତା ସୂଚନା ଦେବାକୁ ଯାଇ କହିଛନ୍ତି ଯେ, ଚୀନ ଯେଉଁଭଳି ଭାବେ ଭାରତ ସହ ବ୍ୟବହାର କରୁଛି, ଆଉ ଯେଉଁଭଳି ହିଂସାତ୍ମକ ଆକ୍ରମଣରେ ଭାରତୀୟ ସେନାର 20 ଯବାନ ସହିଦ ହେଲେ, ଏହାକୁ ଦେଖି ଦିଲ୍ଲୀର ସବୁ ହୋଟେଲ ବ୍ୟବସାୟୀମାନେ ଚୀନ ଉପରେ ଭିଷଣ ଭାବେ ରାଗିଛନ୍ତି । ଯାହାର ଫଳ ସ୍ବରୂପ ଏଭଳି ନିଷ୍ପତି ନିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 25, 2020, 8:19 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.