ETV Bharat / bharat

ଆଉ ସ୍କୁଲରେ ଶିଖିବାକୁ ମିଳିବନି ଚାଇନିଜ୍ ଭାଷା ! - chinese langugage

ନୂତନ ଜାତୀୟ ଶିକ୍ଷା ନୀତି (NEP) ଅଧୀନରେ ଶିକ୍ଷା ମନ୍ତ୍ରଣାଳୟର ଅଧିକାରୀଙ୍କ ଦୃଷ୍ଟିଭଙ୍ଗୀ ଭାରତରେ ଶିଶୁଙ୍କୁ ଚାଇନିଜ୍ ଭାଷା ଶିଖାଇବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।

ନୂତନ ଜାତୀୟ ଶିକ୍ଷା ନୀତି
ନୂତନ ଜାତୀୟ ଶିକ୍ଷା ନୀତି
author img

By

Published : Aug 1, 2020, 4:30 PM IST

ନୂଆଦିଲ୍ଲୀ: ନୂତନ ଜାତୀୟ ଶିକ୍ଷା ନୀତି (NEP) ଅଧୀନରେ ଶିକ୍ଷା ମନ୍ତ୍ରଣାଳୟର ଅଧିକାରୀଙ୍କ ଦୃଷ୍ଟିଭଙ୍ଗୀ ଭାରତରେ ଶିଶୁଙ୍କୁ ଚାଇନିଜ୍ ଭାଷା ଶିଖାଇବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ତେବେ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ପୂର୍ବ ଡ୍ରାଫ୍ଟରେ ପଢାଯାଉଥିବା ଭାଷା ମଧ୍ୟରେ ଚାଇନିଜ ଭାଷା ମଧ୍ୟ ସାମିଲ ରହିଥିଲା କିନ୍ତୁ ବର୍ତ୍ତମାନର ଶିକ୍ଷା ମନ୍ତ୍ରଣାଳୟର ୱେବସାଇଟରେ ଚାଇନିଜ ଭାଷାର ଉଲ୍ଲେଖ ନାହିଁ ।

ଶିକ୍ଷା ମନ୍ତ୍ରଣାଳୟ ସୂତ୍ର ଅନୁଯାୟୀ, ନୂତନ ଶିକ୍ଷା ନୀତିର ଅନ୍ତିମ ରିପୋର୍ଟ ଗୁରୁବାର ଶିକ୍ଷା ମନ୍ତ୍ରଣାଳୟର ୱେବସାଇଟରେ ଅପଲୋଡ୍ ହୋଇଛି। ଏହାପୂର୍ବରୁ ଯେତେବେଳେ ଏହି ରିପୋର୍ଟ ଗଣମାଧ୍ୟମ ବ୍ୟକ୍ତିବିଶେଷଙ୍କୁ ଦିଆଯାଇଥିଲା ସେତେବେଳେ ମାଧ୍ୟମିକ ସ୍ତରରେ ପିଲାଙ୍କୁ ଚାଇନିଜ୍ ଭାଷା ଶିକ୍ଷା ବିଷୟରେ ଉଲ୍ଲେଖ କରାଯାଇଥିଲା।

ଏଥିରେ ଉଲ୍ଲେଖ ଥିଲା ଯେ, ଭାରତୀୟ ଭାଷା ଓ ଇଂରାଜୀରେ ଉଚ୍ଚମାନର ପାଠ୍ୟକ୍ରମ ବ୍ୟତୀତ, କୋରିଆନ୍, ଚାଇନିଜ୍, ଜାପାନିଜ୍, ଥାଇ, ଫରାସୀ, ଜର୍ମାନ, ସ୍ପାନିଶ୍, ପର୍ତ୍ତୁଗୀଜ୍ ଓ ଋଷ ଭଳି ବିଦେଶୀ ଭାଷା ମଧ୍ୟ ମାଧ୍ୟମିକ ସ୍ତରରେ ବିସ୍ତୃତ ଅଧ୍ୟୟନ ପାଇଁ ଉପଲବ୍ଧ ହେବ । କିନ୍ତୁ ଯେତେବେଳେ ଏହି ରିପୋର୍ଟ ଶିକ୍ଷା ମନ୍ତ୍ରଣାଳୟର ୱେବସାଇଟରେ ଅପଲୋଡ୍ ହେଲା, ସେତେବେଳେ ଉପରୋକ୍ତ ତାଲିକାରୁ ଚାଇନିଜ୍ ଭାଷା ହଟାଯାଇଛି । ଏନେଇ ଶିକ୍ଷା ମନ୍ତ୍ରଣାଳୟ ପଲିସି କମିଟି ଠାରୁ ଜବାବ ମଗାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.