ETV Bharat / bharat

ଅଶାନ୍ତ ଗଲୱାନ ଘାଟି, ଚୀନର ଚକ୍ରାନ୍ତ କହିଲେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର

author img

By

Published : Jun 17, 2020, 5:15 PM IST

Updated : Jun 17, 2020, 8:17 PM IST

ଭାରତ ଏବଂ ଚୀନ ଯବାନଙ୍କ ମଧ୍ୟରେ ପୂର୍ବ ଲଦାଖରେ ଉପୁଜିଥିବା ସଂଘର୍ଷ ପରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି ଚୀନ ବୈଦେଶିକ ମନ୍ତ୍ରୀ ୱାଂ ୟୀ ।

ଜୟଶଙ୍କର
ଜୟଶଙ୍କର

ନୂଆଦିଲ୍ଲୀ: ଭାରତ ଏବଂ ଚୀନ ଯବାନଙ୍କ ମଧ୍ୟରେ ପୂର୍ବ ଲଦାଖରେ ଉପୁଜିଥିବା ସଂଘର୍ଷ ପରେ ଉଭୟ ଦେଶ ଭିତରେ ଉତ୍ତେଜନାମୂଳକ ପରିସ୍ଥିତି ଉପୁଜିଛି । ଇତି ମଧ୍ୟରେ ବୁଧବାର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି ଚୀନର ବୈଦେଶିକ ମନ୍ତ୍ରୀ ୱାଂ ୟୀ । ଉଭୟ ନେତା ପୂର୍ବ ଲଦାଖରେ ସୃଷ୍ଟି ହୋଇଥିବା ଉତ୍ତେଜନାମୂଳକ ସ୍ଥିତି ଉପରେ ଆଲୋଚନା କରିଥିବା ଜଣାପଡିଛି ।

ଏହି ଆଲୋଚନାରେ ଜୟଶଙ୍କର ପ୍ରକୃତ ନିୟନ୍ତ୍ରଣ ରେଖାରେ ସୋମବାର ମଧ୍ୟରାତ୍ରିରେ ଭାରତୀୟ ଏବଂ ଚୀନ ସୈନ୍ୟଙ୍କ ମଧ୍ୟରେ ଘଟିଥିବା ସଂଘର୍ଷକୁ ନେଇ ଚୀନକୁ କଡା ଜବାବ ଦେଇଛନ୍ତି । ଚୀନର ଯୋଜନାବଦ୍ଧ କାର୍ଯ୍ୟ ଯୋଗୁଁ ଏହି ସଂଘର୍ଷ ଘଟିଥିଲା ବୋଲି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ।

ଭାରତ ଏବଂ ଚୀନର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଫୋନ ଯୋଗେ ହୋଇଥିବା କଥାବାର୍ତ୍ତା ପରେ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ବୟାନ ଜାରି କରାଯାଇଛି । ଏହି ବୟାନରେ କୁହାଯାଇଛି ଯେ, ଜୟଶଙ୍କର ଚୀନ ବୈଦେଶିକ ମନ୍ତ୍ରୀ ୱାଂ ୟୀଙ୍କୁ କହିଛନ୍ତି, ଗଲୱାନରେ ଯାହା ବି ଘଟିଲା ସେଥିପାଇଁ ଚୀନ ଦାୟୀ । ଏହା ଚୀନର ଯୋଜନାବଦ୍ଧ ରଣନୀତି ଥିଲା । ତେଣୁ ଏହି ଘଟଣାର ପ୍ରଭାବ ଭବିଷ୍ୟତରେ ହେବାକୁ ଥିବା ଦ୍ବିପାକ୍ଷିକ ସମ୍ବନ୍ଧ ଉପରେ ପଡିବ ।

ଅନ୍ୟପକ୍ଷରେ ଚୀନ ବୈଦେଶିକ ମନ୍ତ୍ରୀ ଏହି ଘଟଣା ପାଇଁ ଓଲଟା ଭାରତୀୟ ସେନାକୁ ଦାୟୀ କରିଛନ୍ତି । ଭାରତୀୟ ସୈନିକ ଏଲଏସି ପାର କରି ଚୀନ ସେନାକୁ ଉସୁକାଇଥିଲେ । ତେଣୁ ଏଭଳି ହିଂସାତ୍ମକ ଘଟଣା ଘଟିଲା ବୋଲି ସେ କହିଛନ୍ତି । ଉଭୟ ନେତାଙ୍କ ଏହି ବାର୍ତ୍ତାଳାପରେ ଚୀନ ବୈଦେଶିକ ମନ୍ତ୍ରୀ ବିବାଦର ସମାଧାନ ଆଲୋଚନା ଜରିଆରେ କରାଯିବା ଉପରେ ଜୋର ଦେଇଥିଲେ । ସେ କହିଥିଲେ, ପ୍ରଧାନମନ୍ତ୍ରୀ ମୋଦି ଏବଂ ଚୀନ ରାଷ୍ଟ୍ରପତି ଜିନପିଙ୍ଗଙ୍କ ମଧ୍ୟରେ ହୋଇଥିବା ସହମତିର ଅନୁସରଣ କରିବା ଉଚିତ । ମତଭେଦ ଦୂର କରିବା ପାଇଁ ଉଭୟ ପକ୍ଷକୁ ଆଲୋଚନାକୁ ଜୋରଦାର କରିବା ଉଚିତ ।

ସୂଚନାଯୋଗ୍ୟ ଯେ, ଭାରତ-ଚୀନ ସୀମାରେ ଗଲୱାନ ଘାଟିରେ ଜୁନ୍ 15 ଓ 16 ବିଳମ୍ବିତ ରାତିରେ ଭାରତ ଓ ଚୀନ ସେନା ମଧ୍ୟରେ ହିଂସାତ୍ମକ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ​​ଏଥିରେ ଭାରତର 20 ଜଣ ଯବାନ ଶହୀଦ ହୋଇଥିଲେ । ସେପଟେ ଭାରତର ପାଲଟା ଜବାବରେ ଚୀନର ପ୍ରାୟ 40 ରୁ ଉର୍ଦ୍ଧ୍ବ ଯବାନ ନିହତ ହୋଇଥିଲେ । ତେବେ 1975 ପରେ ପ୍ରଥମ ଥର ପାଇଁ ଏଭଳି ହିଂସକ ଘଟଣା ଘଟିଥିବାରୁ ଉଭୟ ଦେଶ ମଧ୍ୟର ତିକ୍ତତା ଚରମସୀମାରେ ପହଞ୍ଚିଛି ।

Last Updated : Jun 17, 2020, 8:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.