ETV Bharat / bharat

ଅଶାନ୍ତ ଭାରତ-ଚୀନ ସୀମା: ଅନୁପ୍ରବେଶକୁ ଅଟକାଇଲା ଭାରତୀୟ ସେନା, ହସ୍ତକ୍ଷେପ କଲେ ରାଜନାଥ - ଚୀନ ସେନାର ଅନୁପ୍ରବେଶ

ଚୀନ ସେନା ପୁଣି ଥରେ ଭାରତୀୟ ଅଞ୍ଚଳରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଛି କିନ୍ତୁ ଭାରତୀୟ ସେନା ସେମାନଙ୍କୁ ଅଟକାଇବାରେ ସଫଳ ହୋଇଛି। ଏହି ସମୟ ମଧ୍ୟରେ ଭାରତୀୟ ସେନା ଓ ଚୀନ ସେନା ମଧ୍ୟରେ ମଧ୍ୟ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା।

indian army
ଭାରତ-ଚୀନ ସୀମା ବିବାଦ
author img

By

Published : May 30, 2020, 10:50 AM IST

ନୂଆଦିଲ୍ଲୀ: ଚୀନ ସେନା ପୁଣି ଥରେ ଭାରତୀୟ ଅଞ୍ଚଳରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଛି କିନ୍ତୁ ଭାରତୀୟ ସେନା ରୋକିବାର ସଫଳ ହୋଇଛି। ଏହି ସମୟ ମଧ୍ୟରେ ଭାରତୀୟ ସେନା ଓ ଚୀନ ସେନା ମଧ୍ୟରେ ମଧ୍ୟ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ମେ ମାସର ପ୍ରଥମ ସପ୍ତାହରେ ଯେତେବେଳେ ଚୀନ ସେନା ଗାଲୱାନ୍ ନଦୀରୁ ଭାରତ ଆଡକୁ ଯାଉଥିଲା, ସେତେବେଳେ ଭାରତୀୟ ସେନାକୁ ସଚେତନ କରାଯାଇଥିଲା ଏବଂ ସୈନ୍ୟ ନିୟୋଜନ ବୃଦ୍ଧି କରାଯାଇଥିଲା।

ଚୀନ ସେନା ଭାରତୀୟ ଅଞ୍ଚଳରେ ଅନୁପ୍ରବେଶ କରିବା ଓ କ୍ୟାମ୍ପ କରିବା ପାଇଁ ଚେଷ୍ଟା କରୁଥିଲା କିନ୍ତୁ ଭାରତୀୟ ସେନା ଏଥିପାଇଁ ସୁଯୋଗ ଦେଇନଥିଲା । ଭାରତୀୟ ସେନା ତୁରନ୍ତ ଏହି ଅଞ୍ଚଳରେ ନିଜର ସୈନ୍ୟ ନିୟୋଜିତ କରି ଚୀନ ସେନାର ଗତିବିଧି ବନ୍ଦ କରିଛି । ଚୀନ ସେନାର ଟାର୍ଗେଟ ଗାଲୱାନ ପଏଣ୍ଟ ନିକଟ ରାସ୍ତା ଥିଲା। ଏହି ରାସ୍ତା ଯୋଗୁଁ ଗାଲୱାନ୍ ଭ୍ୟାଲି ଅଞ୍ଚଳରେ ଭାରତୀୟ ସେନା ମୁକ୍ତ ଭାବରେ ଗତି କରିବାରେ ସକ୍ଷମ ହୋଇପାରିଛି। ଗତ 2-3 ବର୍ଷ ଧରି ସୀମାନ୍ତ ଭାରତ ଅଞ୍ଚଳରେ ସଡକ ନିର୍ମାଣ କାର୍ଯ୍ୟ ଚାଲିଛି, ଯେଉଁ କାରଣରୁ ଚୀନ୍ ନିଜ ପାଇଁ ବିପଦ ଅନୁଭବ କରୁଛି।

ସୂଚନାନୁସାରେ, ଭାରତ ଯେଉଁ ରାସ୍ତା ନିର୍ମାଣ କରୁଛି ସେହି ଅଞ୍ଚଳରେ ଚୀନାର ହେଲିକପ୍ଟର ମଧ୍ୟ ଉଡ଼ୁଥିବା ଦେଖିବାକୁ ମିଳିଛି। ଭାରତର ସଡକ ନିର୍ମାଣକୁ ନେଇ ବିବାଦ ସୃଷ୍ଟି କରିବାକୁ ଚୀନ ସୀମା ଅଞ୍ଚଳରେ ହେଲିକପ୍ଟର ପଠାଯାଉଛି। ତେବେ ଚୀନର ଏପରି କାର୍ଯ୍ୟକଳାପକୁ ନେଇ ଭାରତ ଆପତ୍ତି ପ୍ରକାଶ କରିଛି।

ସେପଟେ ଦ୍ବିପାକ୍ଷିକ ଆଲୋଚନାରେ ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଆମେରିକାର ମଧ୍ୟସ୍ଥତାକୁ ନେଇ ସେ ପ୍ରତିପକ୍ଷ ମାର୍କ ଟି ଏସପରଙ୍କୁ ଆଶ୍ବାସନା ଦେଇଛନ୍ତି ଯେ ଏକ ପ୍ରତିଷ୍ଠିତ ଦ୍ବିପାକ୍ଷିକ ପ୍ରଣାଳୀ ମାଧ୍ୟମରେ ଲଦାଖରେ ଚୀନ ସହ ଚାଲିଥିବା ବିବାଦର ଅନ୍ତ ଘଟାଇବାକୁ ଭାରତ ଏକ ପ୍ରସ୍ତାବର ଆଶା ରଖିଛି।

ସୂତ୍ରରୁ ପ୍ରକାଶ ଯେ ଶୁକ୍ରବାର ଉଭୟଙ୍କ ମଧ୍ୟରେ ଏହି ପ୍ରସଙ୍ଗରେ ସଂକ୍ଷେପରେ ଆଲୋଚନା କରାଯାଇଥିଲା। ପ୍ରତିରକ୍ଷା ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ କଥାବାର୍ତ୍ତା ପାଇଁ କେବଳ ଦ୍ବିପାକ୍ଷିକ କୌଶଳ ବ୍ୟବହାର କରାଯିବ । ସେ କହିଛନ୍ତି ଯେ ବେଳେବେଳେ ସମୟ ଲାଗିଥାଏ କିନ୍ତୁ ଭାରତ ଧୈର୍ଯ୍ୟବାନ ହେବ ଓ କେବଳ ବାର୍ତ୍ତାଳାପ ମାଧ୍ୟମରେ ଏହି ସମସ୍ୟାର ସମାଧାନ ହେବ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.