ETV Bharat / bharat

ଭାରତ-ଚୀନ ସୀମା ବିବାଦକୁ ନେଇ ଏଭଳି କହିଲେ ଚୀନ ରାଷ୍ଟ୍ରଦୂତ

author img

By

Published : Jul 10, 2020, 7:03 PM IST

ଭାରତ ଓ ଚୀନ ପରସ୍ପରର ଶତ୍ରୁ ହେବା ବଦଳରେ ପରସ୍ପରର ସହଯୋଗୀ ହେବା ଉଚିତ । ଦୁଇଦେଶ ମଧ୍ୟରେ ଉତ୍ତେଜନା ବଦଳରେ ଶାନ୍ତି ରହିବା ଆବଶ୍ୟକ ବୋଲି ଭାରତ ସ୍ଥିତ ଚୀନ ରାଷ୍ଟ୍ରଦୂତ ସନ୍‌ ୱେଦୋଙ୍ଗ

ଭାରତ ସ୍ଥିତ ଚୀନ ରାଷ୍ଟ୍ରଦୂତ
ଭାରତ ସ୍ଥିତ ଚୀନ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ: ଭାରତ-ଚୀନ ସୀମା ବିବାଦର ସମାଧାନ ପାଇଁ ଉଭୟ ଦେଶ ମଧ୍ୟରେ ବୈଠକ ଜାରି ରହିଛି । ବିବାଦ ସମାଧାନର ପ୍ରୟାସ ମଧ୍ୟରେ ଭାରତ ସ୍ଥିତ ଚୀନ ରାଷ୍ଟ୍ରଦୂତ ସନ୍‌ ୱେଦୋଙ୍ଗଙ୍କ ପକ୍ଷରୁ ବୟାନ ଆସିଛି । ଏହି ସୀମା ବିବାଦ ପ୍ରସଙ୍ଗକୁ ଶାନ୍ତିପୂର୍ଣ୍ଣ ଢଙ୍ଗରେ ସମାଧାନ କରିବାକୁ କହିଛନ୍ତି ୱେଦୋଙ୍ଗ । ଭାରତ ଓ ଚୀନ ପରସ୍ପରର ଶତ୍ରୁ ହେବା ବଦଳରେ ପରସ୍ପରର ସହଯୋଗୀ ହେବା ଉଚିତ ବୋଲି ସେ କହିଛନ୍ତି ।

ରବିବାର ଚୀନ ରାଷ୍ଟ୍ରଦୂତ ସନ୍ ୱେଦୋଙ୍ଗଙ୍କ ପକ୍ଷରୁ ଜାରି ବୟାନରେ କୁହାଯାଇଛି, ଅତିତରୁ ଚାଲି ଆସୁଥିବା ଏହି ସୀମା ବିବାଦ ଅତ୍ୟନ୍ତ ସମ୍ବେଦନଶୀଳ ଏବଂ ଜଟିଳ ପ୍ରସଙ୍ଗ । ସମାନ ପରାମର୍ଶ ଏବଂ ଶାନ୍ତିପୂର୍ଣ୍ଣ ବୁଝାମଣା ମାଧ୍ୟମରେ ଏହାର ଉଚିତ ସମାଧାନ ଖୋଜିବାର ଆବଶ୍ୟକତା ରହିଛି । ଭାରତ ଏବଂ ଚୀନକୁ ଆପୋସ ବୁଝାମଣା ଏବଂ ସହଯୋଗରେ ଏଭଳି କିଛି ପଦକ୍ଷେପ ଗ୍ରହଣ କରିବା ଉଚିତ ଯାହା ଦ୍ବାରା ଉଭୟ ପକ୍ଷକୁ ଲାଭ ମିଳିବ । କ୍ଷତି ପହଞ୍ଚିବା ଭଳି କୌଣସି କାର୍ଯରୁ ଉଭୟ ପକ୍ଷ ଦୂରେଇ ରହିବା ଉଚିତ ବୋଲି ସେ କହିଛନ୍ତି ।

ସନ୍ ୱେଦୋଙ୍ଗ ନିଜ ବୟାନ ଜରିଆରେ ଭାରତ-ଚୀନ ମଧ୍ୟର ସମ୍ପର୍କକୁ ସୁଧାରିବା ପାଇଁ 3ଟି ପରାମର୍ଶ ଦେଇଛନ୍ତି । ଭାରତ ଏବଂ ଚୀନ ବିରୋଧୀ ନହୋଇ ଭାଗୀଦାରି ହେବା ଉଚିତ । ଭାରତ ଏବଂ ଚୀନକୁ ସଂଘର୍ଷ ବଦଳରେ ଶାନ୍ତି ବଜାୟ ରଖିବା ଉଚିତ । ଭାରତ ଏବଂ ଚୀନକୁ ନିଜର ପାରମ୍ପରିକ ହିତ ପାଇଁ ପଦକ୍ଷେପ ଉଠାଇବା ଉଚିତ ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, କମାଣ୍ଡର ସ୍ତରୀୟ ଆଲୋଚନାରେ ହୋଇଥିବା ବୁଝାମଣା ପରେ ଚୀନ ସେନା ଏଲଏସିରୁ ପଛକୁ ହଟିଛନ୍ତି ।

ସୂଚନାଯୋଗ୍ୟ ଯେ, ଭାରତ-ଚୀନ ସୈନିକଙ୍କ ମଧ୍ୟରେ ପୂର୍ବ ଲଦାଖର ଗଲୱାନ ଘାଟିରେ ସଂଘର୍ଷ ହୋଇଥିଲା । ଏଥିରେ ଭାରତର 20 ଜଣ ସୈନିକ ଶହୀଦ ହୋଇଥିଲେ । ସଂଘର୍ଷରେ ଚୀନର ମଧ୍ୟ 43 ଜଣ ସୈନିକ ମୃତାହତ ହୋଇଥିବା ଜଣାପଡିଥିଲା । ଘଟଣାପରେ ଭାରତ-ଚୀନ ମଧ୍ୟରେ ବିବାଦ ଚରମସୀମାରେ ପହଞ୍ଚିଥିଲା । ବିବାଦର ସମାଧାନ ପାଇଁ ଉଭୟ ଦେଶ ମଧ୍ୟରେ ଭିବିନ୍ନ ସ୍ତରୀୟ ଆଲୋଚନା ହୋଇଥିଲା ।

ଏହା ବ୍ୟତୀତ ସୋମବାର ଜାତୀୟ ସୁରକ୍ଷାପରମାର୍ଶଦାତା ଅଜିତ ଡୋଭାଲ ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କ ମଧ୍ୟରେ ଟେଲିଫୋନିକ୍ ବାର୍ତ୍ତାଳାପ ହୋଇଥିଲା । ଏହି ବାର୍ତ୍ତାଳାପରେ ଉଭୟ ନେତା ଶାନ୍ତି ଏବଂ ଶାନ୍ତିର ସମ୍ପୂର୍ଣ୍ଣ ପୁନରୁଦ୍ଧାର ପାଇଁ ପ୍ରକୃତ ନିୟନ୍ତ୍ରଣ ରେଖାରେ ଥିବା ସୈନ୍ୟମାନଙ୍କ ପ୍ରତ୍ୟାହର ଆବଶ୍ୟକ ବୋଲି ସହମତି ପ୍ରକାଶ କରିଥିଲେ । ଏଲଏସିରେ ଜାରି ବିବାଦର ସମାଧାନ ଶୀଘ୍ର ହେବା ଉଚିତ ବୋଲି ଉଭୟ ନେତା କହିଥିଲେ । ଏହି ବାର୍ତ୍ତାଳପ ପରେ ଚୀନ ଏବଂ ଭାରତ ସୈନିକଙ୍କ ସଂଘର୍ଷ ସ୍ଥଳରୁ ପଛକୁ ହଟିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.