ବେଜିଂ: ଦିନକୁ ଦିନ ଶହ ଶହ ମୁଣ୍ଡ ନେଇ ଚାଲିଛି କୋରୋନା ଭାଇରସ । ଚୀନର ଉହାନରେ ଜନ୍ମିଥିବା ଏହି ଭାଇରସ ବର୍ତ୍ତମାନ ସୁଦ୍ଧା 1800ରୁ ଉର୍ଦ୍ଧ୍ବ ମୁଣ୍ଡ ନେଇ ସାରିଲାଣି ।
ଚୀନର ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ଆୟୋଗ କହିଛନ୍ତି ଯେ, ଏହି ଭାଇରସରେ ସର୍ବାଧିକ ପ୍ରଭାବିତ ହୁବେଇ ହୋଇଛି । କାରଣ ଶୁକ୍ରବାର ସୁଦ୍ଧା 2 ହଜାର 420 ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ, ସେଥିମଧ୍ୟରୁ 139 ଲୋକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଏହାବ୍ୟତୀତ ହେନାନରେ 2, ବେଜିଙ୍ଗ ଏବଂ ଚୋଙ୍ଗକ୍ବିଙ୍ଗରେ ମିଶି 2 ଜଣଙ୍କର ମୃତ୍ୟୁ ହୋଇଛି।