ETV Bharat / bharat

ଏଲଏସିରେ ପୁଣି ଭାରତ-ଚୀନ ମୁହାଁମୁହିଁ - Indo-china

ଅଗଷ୍ଟ 29 ଓ 30 ରାତିରେ ପେଙ୍ଗଙ୍ଗ ହ୍ରଦ ନିକଟରେ ପୁଣିଥରେ ଭାରତ-ଚୀନ ମୁହାଁମୁହିଁ ହୋଇଛନ୍ତି । ଅଧିକ ପଢନ୍ତୁ...

ଏଲଏସିରେ ପୁଣି ଭାରତ-ଚୀନ ମୁହାଁମୁହିଁ
ଏଲଏସିରେ ପୁଣି ଭାରତ-ଚୀନ ମୁହାଁମୁହିଁ
author img

By

Published : Aug 31, 2020, 11:39 AM IST

Updated : Aug 31, 2020, 11:59 AM IST

ନୂଆଦିଲ୍ଲୀ: ଏଲଏସିରେ ଭାରତ-ଚୀନ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି । ପ୍ରକୃତ ନିୟନ୍ତ୍ରଣ ରେଖାରେ ଉଭୟ ଦେଶର ସୈନ୍ୟ ମୁହାଁମୁହିଁ ହୋଇଛନ୍ତି । ଅଗଷ୍ଟ 29 ଓ 30 ରାତିରେ ପେଙ୍ଗଙ୍ଗ ହ୍ରଦ ନିକଟରେ ପୁଣିଥରେ ଚୀନ ସେନାର ଗତିବିଧି ବଢିଯାଇଥିଲା । ଯାହାକୁ ଭାରତୀୟ ଯବାନ କଡା ଜବାବ ଦେଇଛନ୍ତି ।

ସେନା ମୁଖପାତ୍ର କର୍ଣ୍ଣଲ ଅମନ ଆନନ୍ଦ କହିଛନ୍ତି ଯେ, ‘ଯବାନମାନେ ଚୀନ ସୈନିକଙ୍କ ଚାଲାକିକୁ ଭଣ୍ଡୁର କରିଛନ୍ତି ।’ ଏହାସହ ଚୀନ ସୈନିକ ରାଜନୈତିକ ସ୍ତରରେ ନିଆଯାଇଥିବା ସର୍ବସମ୍ମତି ନିଷ୍ପତ୍ତିକୁ ଉଲ୍ଲଂଘନ କରିଛନ୍ତି ବୋଲି ମଧ୍ୟ ସେ କହିଛନ୍ତି ।

ସେନା ପକ୍ଷରୁ କୁହାଯାଇଛି ଯେ, ଚୁସୁଲରେ ଉଭୟ ଦେଶର କମାଣ୍ଡରସ୍ତରୀୟ ବୈଠକ ଜାରି ରହିଛି । ଏହାସହ ଭାରତୀୟ ସେନା କଥାବାର୍ତ୍ତା ମାଧ୍ୟମରେ ଶାନ୍ତି ବଜାୟ ରଖିବାକୁ ପ୍ରୟାସ କରୁଛି । ଯଦି ଏହାର କିଏ ଉଲଘଂନ କରେ ତାକୁ ଜବାବ ଦିଆଯିବ ।

ପେଙ୍ଗଙ୍ଗ ଅଞ୍ଚଳରେ କଣ ରହିଛି ବିବାଦ

ଲଦାଖରେ 134 କିଲୋମିଟର ଲମ୍ବା ପେଙ୍ଗଙ୍ଗ ହ୍ରଦ ହିମାଳୟର 14000 ଫୁଟ୍‌ ଉଚ୍ଚରେ ଅବସ୍ଥିତ । ଏହି ହ୍ରଦର 45 କିଲୋମିଟର କ୍ଷେତ୍ର ଭାରତରେ ପଡୁଛି । ଯେଉଁଠିକି 90 କିଲୋମିଟର ଅଞ୍ଚଳ ଚୀନରେ ଆସୁଛି । ତେବେ ଏଲଏସି ଏହାରି ମଧ୍ୟରେ ଯାଉଛି । ହେଲେ ସମସ୍ତ ହ୍ରଦ ଚୀନ ସୀମାରେ ଆସୁଛି ବୋଲି ଚୀନ ଦାବି କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 31, 2020, 11:59 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.