ETV Bharat / bharat

ଗଲୱାନ ସଂଘର୍ଷର ତଦନ୍ତ ଦାବି କଲା ଚୀନ

author img

By

Published : Aug 14, 2020, 6:22 PM IST

ଏଥିସହ ଚୀନ ଭାରତକୁ ସମସ୍ତ ଉତ୍ତେଜନାମୂଳକ କାର୍ଯ୍ୟ ବନ୍ଦ କରିବାକୁ ଅନୁରୋଧ କରିଛି। ଭାରତ ସ୍ଥିତ ଚୀନ ଦୂତାବାସର ମାସିକ ପତ୍ରିକା ଚୀନ-ଇଣ୍ଡିଆ ରିଭ୍ୟୁର ଜୁଲାଇ ସଂସ୍କରଣରେ ଏଭଳି କୁହାଯାଇଛି ଯେ ।

ଗଲୱାନ ସଂଘର୍ଷର ତଦନ୍ତ ଦାବି କଲା ଚୀନ
ଗଲୱାନ ସଂଘର୍ଷର ତଦନ୍ତ ଦାବି କଲା ଚୀନ

ବେଜିଂ: ଜୁନ 15 ରେ ଗଲୱାନ ଘାଟିରେ ହୋଇଥିବା ସଂଘର୍ଷ ପାଇଁ ଚୀନ ପୁଣି ଥରେ ଭାରତକୁ ଦାୟୀ କରିଛି। ଉଭୟ ପକ୍ଷ ମଧ୍ୟରେ ହୋଇଥିବା ସଂଘର୍ଷରେ 20 ଜଣ ଭାରତୀୟ ଯବାନ ଶହୀଦ ହୋଇଥିଲେ । ତେବେ ଭାରତ ଏହି ମାମଲାର ଅନୁସନ୍ଧାନ କରିବା ଉଚିତ ବୋଲି ଚୀନ କହିଛି। ଏଥିସହ ଚୀନ ଭାରତକୁ ସମସ୍ତ ଉତ୍ତେଜନାମୂଳକ କାର୍ଯ୍ୟ ବନ୍ଦ କରିବାକୁ ଅନୁରୋଧ କରିଛି। ଭାରତ ସ୍ଥିତ ଚୀନ ଦୂତାବାସର ମାସିକ ପତ୍ରିକାର ଜୁଲାଇ ସଂସ୍କରଣର 'ଚୀନ-ଇଣ୍ଡିଆ ରିଭ୍ୟୁ' ଶିର୍ଷକରେ ଏଭଳି କୁହାଯାଇଛି ।

ଲଦାଖ ସୀମାରେ ଉତ୍ତେଜନାକୁ ଦୂର କରିବା ପାଇଁ ଦୁଇ ଦେଶ ମଧ୍ୟରେ ଅନେକ ଥର ବୈଠକ ଅନୁଷ୍ଠିତ ହୋଇଯାଇଛି । କିନ୍ତୁ ଏପର୍ଯ୍ୟନ୍ତ କୌଣସି ସମାଧାନ ମିଳୁନାହିଁ । ଏହି ସମୟରେ ଏହି ପତ୍ରିକା ବିବାଦକୁ ଆହୁରି ବଢାଇବ ବୋଲି ଆଶା କରାଯାଉଛି । ତେବେ ପତ୍ରିକାରେ କୁହାଯାଇଛି, ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ଆମେ ଭାରତୀୟ ପକ୍ଷକୁ ଅନୁରୋଧ କରୁଛୁ । ଏହା ବ୍ୟତୀତ ଉଲ୍ଲଂଘନକାରୀଙ୍କୁ ଘଟଣା ପାଇଁ ଉତ୍ତରଦାୟୀ କରିବା ସହ ଫ୍ରଣ୍ଟଲାଇନ ସୈନ୍ୟମାନଙ୍କୁ କଠୋର ଅନୁଶାସନ କରିବାକୁ ଏବଂ ଏହିପରି ଘଟଣାର ଯେପରି ପୁନରାବୃତ୍ତି ନହୁଏ ସେଥିପାଇଁ ତୁରନ୍ତ ସମସ୍ତ ଉତ୍ତେଜନାମୂଳକ କାର୍ଯ୍ୟକୁ ବନ୍ଦ କରିବାକୁ ଆମେ ଭାରତୀୟ ଦଳକୁ ଅନୁରୋଧ କରୁଛୁ ବୋଲି ଭାରତ ସ୍ଥିତ ଚୀନ ରାଷ୍ଟ୍ରଦୂତ ସନ୍‌ ୱିଡୋଙ୍ଗ ଏହି ପତ୍ରିକାରେ କହିଛନ୍ତି ।

ସେ କହିଛନ୍ତି, ଯେ କୌଣସି ସମ୍ପର୍କରେ ଉତ୍ଥାନ-ପତନ ରହିଛି । ଚୀନ ଏବଂ ଭାରତର ସମ୍ପର୍କକୁ ଆହୁରି ବିଗାଡିବା ପରିବର୍ତ୍ତେ ସୁଧାରିବା ଉଚିତ। ସୀମା ବିବାଦ କାରଣରୁ ଭାରତ ଚୀନ ସହ ଥିବା ସମ୍ପର୍କକୁ ନଷ୍ଟ କରିବା ଉଚିତ୍ ନୁହେଁ। ପ୍ରତ୍ୟେକ ଦେଶର ସମ୍ପର୍କ ଅସ୍ଥିର ରହିଥାଏ । ପାରସ୍ପରିକ ସମ୍ପର୍କ ପାଇଁ ଉଭୟ ଦେଶର ନେତା ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ସ୍ଥିର ହୋଇଥିବା ଭିଜନକୁ ଆଗକୁ ବଢାଇବା ଉଚିତ । ଦୁଇ ଦେଶକୁ ମୁହାଁମୁହିଁ ହେବା ପରିବର୍ତ୍ତେ ଶାନ୍ତି ସ୍ଥାପନ କରିବା ଆବଶ୍ୟକ ବୋଲି ସନ୍‌ କହିଛନ୍ତି।

ଏହି ପତ୍ରିକାରେ ସନ୍‌ ଆହୁରି କହିଛନ୍ତି ଯେ, ସନ୍ଦେହ ପରିବର୍ତ୍ତେ ଚୀନ ଏବଂ ଭାରତ ବିଶ୍ବାସ ସ୍ଥାପନ କରିବା ଆବଶ୍ୟକ । ଆମକୁ ପାରସ୍ପରିକ ମୂଳ ସ୍ବାର୍ଥ ଏବଂ ପ୍ରମୁଖ ଚିନ୍ତାଧାରାକୁ ସମ୍ମାନ ଏବଂ ସମାଧାନ କରିବା ଉଚିତ । ପରସ୍ପରର ଆଭ୍ୟନ୍ତରୀଣ କାର୍ଯ୍ୟରେ ହସ୍ତକ୍ଷେପ ନକରିବା ନୀତି ପାଳନ କରିବା ଆବଶ୍ୟକ ବୋଲି ସେ କହିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.