ETV Bharat / bharat

ଆଲୋଚନା ପରେ 2 ମେଜରଙ୍କ ସମେତ 10 ଭାରତୀୟ ଯବାନଙ୍କୁ ଛାଡିଲା ଚୀନ !

author img

By

Published : Jun 19, 2020, 10:28 AM IST

ପୂର୍ବ ଲଦାଖରେ ଚୀନ ସହ ସଂଘର୍ଷ ବେଳେ 20 ଜଣ ଯବାନ ଶହୀଦ ହୋଇଥିବେଳେ 10 ଜଣ ସେନାକୁ ପଣବନ୍ଦୀ କରି ନେଇଥିଲା ଚୀନ । ଅଧିକ ପଢନ୍ତୁ...

ଆଲୋଚନା ପରେ 2 ମେଜରଙ୍କ ସମେତ 10 ଭାରତୀୟ ଯବାନଙ୍କୁ ଛାଡିଲା ଚୀନ !
ଆଲୋଚନା ପରେ 2 ମେଜରଙ୍କ ସମେତ 10 ଭାରତୀୟ ଯବାନଙ୍କୁ ଛାଡିଲା ଚୀନ !

ନୂଆଦିଲ୍ଲୀ:ଗଲୱାନ ସଂଘର୍ଷକୁ ନେଇ ବଡ ଖବର ସାମ୍ନାକୁ ଆସିଛି । ପଣବନ୍ଦୀ କରି ରଖିଥିବା 2 ମେଜରଙ୍କ ସମେତ ଭାରତୀୟ ସେନାଙ୍କୁ ଛାଡିଲା ଚୀନ । ଭାରତ ସହ ବାରମ୍ବାର ଆଲୋଚନା ପରେ ସମସ୍ତ ଯବାନକୁ ଛାଡିଛି ଚୀନ ।

ନ୍ୟୁଜ ଏଜେନ୍ସି ପିଟିଆଇ ପକ୍ଷରୁ କୁହାଯାଇଛି, ସୋମବାର ଗଲୱାନ ସଂଘର୍ଷ ସମୟରେ ଭାରତୀୟ ସେନାର 10 ଜଣ ଭାରତୀୟ ସେନାକୁ କୌଶଳ କ୍ରମେ ଚୀନ ପଣବନ୍ଦୀ କରିନେଇଥିଲେ । ସୋମବାର ଠାରୁ ଚୀନ କବଜାରେ ଥିଲେ ଭାରତୀୟ ସେନା । ସେମାନଙ୍କୁ ଫେରାଇ ଆଣିବାକୁ ଭାରତୀୟ ସେନା ଓ ଚୀନର ପିପୁଲ୍ସ ଲିବରେସନ୍ ଆର୍ମି ମେଜର ସ୍ତରୀୟ ଆଲୋଚନା ହୋଇଥିଲା । ଗୁରୁବାର ସମସ୍ତ ସେନାକୁ ଛାଡିବାକୁ ଚୀନ ରାଜି ହୋଇଥିଲା ।

ଗୁରୁବାର ସମସ୍ତ ଭାରତୀୟ ନିଜ ବେସ ଫେରିଛନ୍ତି । ସୋମବାର ପୂର୍ବ ଲଦାଖର ଗଲୱାନରେ ଚୀନ ସହ ଭାରତ ସେନାଙ୍କ ସଂଘର୍ଷ ଘଟିଥିଲା । ଏହି ସମୟରେ 20 ଜଣ ଯବାନ ଶହୀଦ ହେବା ସହ 76 ଜଣ ଗୁରୁତର ହୋଇଥିଲେ । ଚୀନ ସେନା 10 ଯବାନକୁ ପଣବନ୍ଦୀ କରିଥିବା ଖବରକୁ ଖଣ୍ଡନ କରିଥିଲେ ଭାରତୀୟ ସେନା ।ସମସ୍ତ ଯବାନଙ୍କ ଖବର ସେନାଙ୍କ ପାଖରେ ରହିଛି ବୋଲି କୁହାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.