ETV Bharat / bharat

'11 ଘଣ୍ଟା ପରେ ପକ୍ଷ ରଖିଲା ଚୀନ, ମୋଦ ସରକାର ଚୁପ କାହିଁକି' ? - 11 ଘଣ୍ଟା ପରେ ପକ୍ଷ ରଖିଲା ଚୀନ

ଲଦାଖର ଗଲଓ୍ବାନ ଘାଟିରେ ଭାରତ-ଚୀନ ମଧ୍ୟରେ ହୋଇଥିବା ସଙ୍ଘର୍ଷକୁ ନେଇ 2 ସେନା ମୁଖ୍ୟଙ୍କ ମଧ୍ୟରେ ଆଲୋଚନା ଚାଲିଛି । ଚୀନ ତାର ପକ୍ଷ ରଖିଥିବାବେଳେ, ପ୍ରଧାନମନ୍ତ୍ରୀଙ୍କ ଚୁପ ବସିବାକୁ ନେଇ ପ୍ରଶ୍ନ କରିଛନ୍ତି ଏଆଇଏମଆଇଏମ ମୁଖ୍ୟ । ଅଧିକ ପଢନ୍ତୁ...

'11 ଘଣ୍ଟା ପରେ ପକ୍ଷ ରଖିଲା ଚୀନ, ମୋଦ ସରକାର ଚୁପ କାହିଁକି' ?

author img

By

Published : Jun 24, 2020, 2:45 PM IST

ନୂଆଦିଲ୍ଲୀ: ଭାରତ ଏବଂ ଚୀନ ମଧ୍ୟରେ ଚାଲିଥିବା ବିବାଦର ଅନ୍ତ ଘଟାଇବାକୁ ଉଭୟ ଦେଶର ସେନା ମୁଖ୍ୟଙ୍କ ମଧ୍ୟରେ ନିରନ୍ତର ଆଲୋଚନା ଜାରି ରହିଛି । ଏ ସମ୍ପର୍କରେ ହାଇଦ୍ରାବାଦର ଏଆଇଏମଆଇଏମ ମୁଖ୍ୟ ତଥା ସାଂସଦ ଅସଦୁଦ୍ଦିନ ଓୱେସୀ ପ୍ରଶ୍ନ କରିଛନ୍ତି ଯେ, ବର୍ତ୍ତମାନ ସରକାର କାହିଁକି ଏହା ବିଷୟରେ କିଛି କହୁନାହାଁନ୍ତି ।

ଅସଦୁଦ୍ଦିନ ଓୱେସୀ ଟ୍ୱିଟ କରି ଲେଖିଛନ୍ତି ଯେ, କର୍ପସ କମାଣ୍ଡରଙ୍କ ମଧ୍ୟରେ ଦୀର୍ଘ 11 ଘଣ୍ଟା ଧରି ଆଲୋଚନା ଚାଲିଲା, ହେଲେ ବିଜେପି ସରକାର ଏହା ବିଷୟରେ କିଛି କହିଛନ୍ତି କି ? କିନ୍ତୁ ଚୀନର ବୈଦେଶିକ ମନ୍ତ୍ରଣାଳୟ ଏ ସମ୍ପର୍କରେ ଏକ ବିବୃତ୍ତି ଜାରି କରିଛି।

ଓୱେସୀ ପଚାରିଛନ୍ତି ଯେ, ମୋଦି ସରକାର ଆଉ କେଉଁ ଘଟଣାକୁ ଅପେକ୍ଷା କରିଛନ୍ତି, ଆମେ ଆମ ମାମଲା ଆଗକୁ ବଢାଇବା ଉଚିତ। ସରକାର କ’ଣ ଲୁଚାଇବାକୁ ଚେଷ୍ଟା କରୁଛନ୍ତି ? ତେବେ ଏହା ପୂର୍ବରୁ ମଧ୍ୟ ଅସଦୁଦ୍ଦିନ ସରକାରଙ୍କ ଠାରୁ କ୍ରମାଗତ ଭାବରେ ଦାବି କରିଆସୁଛନ୍ତି ଯେ ସୀମାରେ ଯାହା ଚାଲିଛି ତାହା ଦେଶକୁ ସ୍ପଷ୍ଟ ସୂଚନା ଦିଆଯାଉ।

ସପ୍ତାହରେ ଗଲଓ୍ବାନରେ ଦୁଇ ଦେଶର ସୈନ୍ୟ ମାନଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ହୋଇଥିଲା, ଯେଉଁଥିରେ ଭାରତୀୟ ସେନାର 20 ଜଣ ଯବାନ ଶହୀଦ ହୋଇଥିଲେ। ସେବେଠାରୁ ଉଭୟ ଦେଶରେ ତିକ୍ତତା ବଢିବାରେ ଲାଗିଛି । ଉଭୟ ଦେଶରେ ଶାନ୍ତି କିପରି ବଜାୟ ରହିବ ସେନେଇ ଉଦ୍ୟମ ଚାଲିଛି।

ସୋମବାର, ଉଭୟ ସୈନ୍ୟବାହିନୀର ଅଧିକାରୀମାନେ ଏହି ପର୍ଯ୍ୟାୟରେ ପୁନର୍ବାର ବସି 11 ଘଣ୍ଟାରୁ ଅଧିକ ସମୟ ଧରି ଆଲୋଚନା କରିଥିଲେ । ଶୁଣାଯାଉଛି ଯେ 2 ଦେଶ ସଂଘର୍ଷରୁ ପଛକୁ ହଟିବାକୁ ରାଜି ହୋଇଛନ୍ତି । ଭାରତ ଚୀନ ଆଗରେ ପ୍ରସ୍ତାବ ରଖିଛି ଯେ, ଏପ୍ରିଲ ପୂର୍ବରୁ ଯେଭଳି ପରିସ୍ଥିତି ଥିଲା ସେଭଳି ରହିବାକୁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.