ETV Bharat / bharat

ନାଗରିକତ୍ବ ସଂଶୋଧନ ଆଇନ୍‌ ଭାରତର ଆଭ୍ୟନ୍ତରୀଣ ମାମଲା: ଚୀନ

author img

By

Published : Dec 19, 2019, 11:23 AM IST

ଜାଣନ୍ତୁ ନାଗରିକତ୍ବ ସଂଶୋଧନ ଆଇନ୍‌କୁ ନେଇ ଚୀନର ପ୍ରତିକ୍ରିୟା କ'ଣ ରହିଛି...

citizenship amendment act
ଫାଇଲ ଫଟୋ

କୋଲକାତା: ନାଗରିକତ୍ବ ସଂଶୋଧନ ଆଇନ୍‌କୁ ଭାରତର ଆଭ୍ୟନ୍ତରୀଣ ମାମଲା ବୋଲି କହିଛି ଚୀନ । ଏହା ଭାରତ ସହ ଜଡିତ ପ୍ରସଙ୍ଗ ଏବଂ ଏହାର ସମାଧାନ ଭାରତକୁ ହିଁ କରିବାକୁ ହେବ । ଏହା ଉପରେ ଟିପ୍ପଣୀ ଦେବା ଉଚିତ ହେବ ନାହିଁ ବୋଲି କୋଲକାତାରେ ଚୀନର କାଉନସିଲ ଜେନେରାଲ ଝା ଲିୟୋଉ କହିଛନ୍ତି ।

ଏକ କାର୍ଯ୍ୟକ୍ରମରେ ଗଣମାଧ୍ୟମର ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ଏହା ଭାରତର ଆଭ୍ୟନ୍ତରୀଣ ମାମଲା । ଏହା ଆପଣଙ୍କ ଦେଶର ମାମଲା । ଏହାର ସମାଧାନ କେମିତି କ’ଣ କରିବେ, ଏହା ଉପରେ ଆପଣଙ୍କର ଅଧିକାର ଅଛି । ତେଣୁ ନାଗରିକତା ସଂଶୋଧନ ଆଇନ ଉପରେ ଆମର କିଛି କହିବାର ନାହିଁ ବୋଲି ଚୀନ ପ୍ରତିନିଧି କହିଛନ୍ତି । ଏହା ସହିତ ଭାରତ ଓ ଚୀନର ସମ୍ପର୍କ ଭଲ ଥିବା ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ନାଗରିକ ସଂଶୋଧନ ଆଇନକୁ ନେଇ ଚୀନର ପରମ ବନ୍ଧୁ ପାକିସ୍ତାନ ଆପତ୍ତି ଦର୍ଶାଇ ଏହା ମୁସଲମାନ ବିରୋଧୀ ବୋଲି କହିଥିଲା । କିନ୍ତୁ ଚୀନ ଏହା ଉପରେ କୌଣସି ବି ପ୍ରତିକ୍ରିୟା ଦେବାକୁ ମନା କରିଛି । ଯାହା ପାକିସ୍ତାନ ପାଇଁ ଝଟକା ସଦୃଶ ହୋଇଛି ।

Intro:Body:

testing

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.