ETV Bharat / bharat

ହଂକଂ ପାଇଁ ଚୀନର ବିବାଦୀୟ ଜାତୀୟ ସୁରକ୍ଷା ଆଇନ - Hong Kong

ହଂକଂ ପାଇଁ ଚୀନ ଏକ ନୂଆ ଆଇନ ପ୍ରଣୟନ କରିଛି । ଏହି ନୂଆ ଆଇନ ଦ୍ୱାରା ନାଗରିକ ଅଧିକାର ଓ ରାଜନୈତିକ ସ୍ୱାଧୀନତା ଦମନ କରାଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି । ଅଧିକ ପଢନ୍ତୁ...

ହଂକଂ ପାଇଁ ଚୀନର ବିବାଦୀୟ ଜାତୀୟ ସୁରକ୍ଷା ଆଇନ

author img

By

Published : Jun 30, 2020, 4:39 PM IST

ହଂକଂରେ ଗତ କିଛି ମାସ ଧରି ପୂର୍ଣ୍ଣ ଗଣତନ୍ତ୍ର ଦାବିରେ ହେଉଥିବା ବିକ୍ଷୋଭ ପ୍ରଦର୍ଶନ ଦମନ ପାଇଁ ଚୀନ ଏକ ନୂଆ ଆଇନ ପ୍ରଣୟନ କରିଛି । ନୂଆ ଜାତୀୟ ସୁରକ୍ଷା ଆଇନ ଅନୁସାରେ ହଂକଂରେ କୌଣସି ପ୍ରକାର ବିଚ୍ଛିନ୍ନତାବାଦ, ଆତଙ୍କବାଦ, ଦେଶଦ୍ରୋହ ଓ ବିଦେଶୀ ଶକ୍ତି ସହ ସମ୍ପର୍କକୁ ଏଣିକି ଅପରାଧ ଭାବେ ବିବେଚନା କରାଯିବ।

ହଂକଂ ପାଇଁ ଚୀନର ବିବାଦୀୟ ଜାତୀୟ ସୁରକ୍ଷା ଆଇନ
ହଂକଂ ପାଇଁ ଚୀନର ବିବାଦୀୟ ଜାତୀୟ ସୁରକ୍ଷା ଆଇନ

ଏହି ନୂଆ ଆଇନ ଦ୍ୱାରା ହଂକଂରେ ନାଗରିକ ଅଧିକାର ଓ ରାଜନୈତିକ ସ୍ୱାଧୀନତା ଦମନ କରାଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି । ଚୀନର ଏକଛତ୍ରବାଦୀ ସରକାର ତାଇୱାନଠୁ ଦକ୍ଷିଣ ଓ ପୂର୍ବ ଏସିଆ ଏବଂ ଭାରତ ସହ ଲାଗିଥିବା ବାସ୍ତବ ନିୟନ୍ତ୍ରଣ ରେଖାରେ ଆକ୍ରମଣାତ୍ମକ ଆଭିମୁଖ୍ୟ ସହ ସଂପ୍ରସାରଣ ଯୋଜନା କରୁଥିଲା ବେଳେ ହଂକଂ ଜାତୀୟ ସୁରକ୍ଷା ଆଇନ ପ୍ରଣୟନ କରି ପୁଣି ଥରେ ଆନ୍ତର୍ଜାତିକ ସମାଲୋଚନାର ଶରବ୍ୟ ହେବାକୁ ଯାଉଛନ୍ତି । ହଂକଂରେ ଗଣତନ୍ତ୍ରବାଦୀ ବିକ୍ଷୋଭ ପ୍ରଦର୍ଶନ ଦ୍ୱାରା ସୃଷ୍ଟି ହୋଇଥିବା ଅଶାନ୍ତି ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିବା ବେଳେ କେବଳ ଗତବର୍ଷ ୯ ହଜାର ଗଣତନ୍ତ୍ରବାଦୀ କର୍ମୀଙ୍କୁ ଗିରଫ କରାଯାଇଥିଲା । ଗତ କିଛି ସପ୍ତାହ ହେବ ହଂକଂ ଜାତୀୟ ସୁରକ୍ଷା ବିଧେୟକକୁ ଆନ୍ତର୍ଜାତିକ ସ୍ତରରେ ତୀବ୍ର ବିରୋଧ କରାଯାଉଥିଲେ ମଧ୍ୟ ଏହା ନିଜର ଆଭ୍ୟନ୍ତରୀଣ ବ୍ୟାପାର କହି ଏଡାଇ ଦେଇଛି ଚୀନ । ମଙ୍ଗଳବାର ସକାଳେ ମିଳିଥିବା ଖବର ଅନୁସାରେ ବେଜିଂ ସ୍ଥିତ ନ୍ୟାସନାଲ ପିପୁଲ୍ସ କଂଗ୍ରେସର ଷ୍ଟାଡିଂ କମିଟି ସର୍ବସମ୍ମତ ଭାବେ ଦେଶଦ୍ରୋହ ବିରୋଧୀ ଆଇନ ଉପରେ ମୋହର ମାରିଛି । ଏବେ ହଂକଂର ମୂଳ ଆଇନରେ ନୂଆ ଆଇନ ଯୋଡାଯିବ । ହଂକଂ ବାବଦରେ ଚୀନର ଏହି ପଦ କ୍ଷେପ ଆମେରିକାକୁ ଉଦବିଗ୍ନ କରିଛି । ଚୀନ ଓ ହଂକଂ ମଧ୍ୟରେ ତିକ୍ତ ହୋଇଥିବା ସମ୍ପର୍କର ଆହୁରି ତିକ୍ତ ହେବା ଆଶଙ୍କା ସୃଷ୍ଟି ହୋଇଛି । ହଂକଂ ପାଇଁ ନୂଆ ଜାତୀୟ ସୁରକ୍ଷା ଆଇନ ଜାତିସଂଘ ପଞ୍ଜିକୃତ ଚୀନ-ବ୍ରିଟେନ ମିଳିତ ଘୋଷଣାନାମାକୁ ଉଲ୍ଲଂଘନ କରୁଛି ବୋଲି ଆମେରିକା କହିଛି ।

ହଂକଂବାସୀ ଓ ଆନ୍ତର୍ଜାତିକ ସମୁଦାୟର ଆସ୍ଥା ଭାଜନ ହେବା ପାଇଁ ୧୯୮୪ର ଘୋଷଣାନାମାରେ ହଂକଂ ଲୋକ ଓ ବ୍ରିଟେନକୁ ଦେଇଥିବା ପ୍ରତିଶ୍ରୁତି ଚୀନପାଳନ କରିବାକୁ ପଡିବ ବୋଲି ଆମେରିକାର ବୈଦେଶିକ ସଚିବ ମାଇକ ପୋମ୍ପିଓ କହିଛନ୍ତି । ହଂକଂରେ ନୂଆ ସୁରକ୍ଷା ଆଇନ କାଯ୍ୟ ର୍କାରୀ ହେଲେ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ଥିବା ଚୀନ ବିରୋଧୀ ଗଣତନ୍ତ୍ରବାଦୀ ବିକ୍ଷୋଭକାରୀ ଓ କର୍ମକର୍ତାଙ୍କୁ ରାଜନୈତିକ ଆଶ୍ରୟ ଦେବାକୁ ପୂର୍ବରୁ ବ୍ରିଟେନ ଓ ତାଇୱାନ କହିଥିଲେ ।

କାହିଁକି ହଂକଂ ଲୋକେ ରାସ୍ତାକୁ ଓହ୍ଲାଇଲେ ?

ଗତବର୍ଷ ଜୁନରେ ଆଗତ ହୋଇଥିବା ପ୍ରତ୍ୟର୍ପଣ ବିଲ୍ ବିରୋଧରେ ହଂକଂରେ ସ୍ୱତଃପ୍ରବୃତ ଭାବେ ପ୍ରତିବାଦର ସ୍ୱର ଉଠିଥିଲା । ବିଲ ବିରୋଧରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା । ପଳାତକ ଅପରାଧୀଙ୍କ ବିଚାର ପାଇଁ ମୂଳଭୂଖଣ୍ଡ ଚୀନ ପ୍ରତ୍ୟର୍ପଣ ପାଇଁ ବିଲ୍ ରେ ବ୍ୟବସ୍ଥା ଥିଲା । ପ୍ରତ୍ୟର୍ପଣ ବିଲ୍ ହଂକଂରେ ନ୍ୟାୟପାଳିକାର ସ୍ୱାଧୀନତା ଉପରେ ଚୀନର ସିଧାସଳଖ ହସ୍ତକ୍ଷେପ ଓ ‘ଗୋଟିଏ ଦେଶ, ଦୁଇଟି ବ୍ୟବସ୍ଥା’ର ପରିପନ୍ଥୀ ବୋଲି ବିରୋଧୀମାନେ କହିଲେ । ଜୋରଦାର ବିକ୍ଷୋଭ ଓ ପ୍ରତିବାଦ ଗତବର୍ଷ ସେପ୍ଟେମ୍ବରରେ ବିଲ୍ ପ୍ରତ୍ୟାହାର କରିନିଆଯାଇଥିଲା । କିନ୍ତୁ ସାମାଜିକ ଅଶାନ୍ତି ଲାଗି ରହିଥିଲା । ୨୦୧୯ ନଭେମ୍ବରରେ ସ୍ଥାନୀୟପରିଷଦ ପାଇଁ ହୋଇଥିବା ନିର୍ବାଚନରେ ଗଣତନ୍ତ୍ରବାଦୀମନେ ୧୮ରୁ ୧୭ଟି ପରିଷଦରେ ବିଜୟ ହାସଲ କରିଥିଲେ । ଫଳରେ ନେତା ବିହୀନ ବିକ୍ଷୋଭ ଅଭିଯାନ ଆହୁରି ଦୃଢ ହୋଇଥିଲା । ବେଜିଂ ଏଥିରେ ଉଦବିଗ୍ନ ହୋଇପଡିଲା । ହଂକଂରେ ବାହ୍ୟ ଶକ୍ତି ହସ୍ତକ୍ଷେପ କରି ହିଂସାକାଣ୍ଡକୁ ଉସୁକାଉଛନ୍ତି ବୋଲି ଅଭିଯୋଗ କରିଥିଲା ଚୀନ । ଏହାକୁ ଆଳ କରି ଚୀନ୍ ପକ୍ଷରୁ ଏ ବର୍ଷ ମେ ମାସରେ ବିକ୍ଷୋଭ ଦମନ ପାଇଁ ଯେତେବେଳେ ଜାତୀୟ ସୁରକ୍ଷା ବିଧେୟକ ଅଣାଯାଇଥିଲା ।

ବିକ୍ଷୋଭକାରୀଙ୍କ ଦାବି କଣ ?

ହଂକଂ ଲୋକଙ୍କ ଅଧିକାର ଉପରେ ମେନଲାଣ୍ଡ ଚୀନ ହସ୍ତକ୍ଷେପ ନ କରୁ ବୋଲି ବିକ୍ଷୋଭକାରୀମାନେ ଦାବି କରି ଅଦ୍ଭୂତପୂର୍ବ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେମାନ ହଂକଂର ଚିଫ ଏକଜିକ୍ୟୁଟିଭ ବାଛିବା ପାଇଁ ପୂର୍ଣ୍ଣ ଗଣତାନ୍ତ୍ରିକ ଅଧିକାର ପାଇବାକୁ ଦାବି କରିଆସୁଛନ୍ତି । ଏହାଛଡା ବିକ୍ଷୋଭ ବେଳେ ଲୋକଙ୍କ ଉପରେ ପୋଲିସ ଦମନଲୀଳାର ଯାଞ୍ଚ ପାଇଁ ଏକ ସ୍ୱାଧୀନ ଯାଞ୍ଚ କମିଟି ଗଠନ ପାଇଁ ମଧ୍ୟ ଗଣତନ୍ତ୍ରବାଦୀମାନେ ଦାବି କରିଆସୁଛନ୍ତି । ଅବଶ୍ୟ ଚୀନରୁ ବିଚ୍ଛିନ୍ନ ହେବା ପାଇଁ ସଂଖ୍ୟାଗରିଷ୍ଠ ଦାବି ହୋଇନାହିଁ । ବର୍ତ୍ତମାନର ନୂଆ ଜାତୀୟ ସୁରକ୍ଷା ଆଇନକୁ ପ୍ରତ୍ୟାଖ୍ୟାନ କରିଛନ୍ତି ହଂକଂ ଗଣତନ୍ତ୍ରବାଦୀ ଲୋକେ ।

ନୂଆ ଜାତୀୟ ସୁରକ୍ଷା ଆଇନର ସରକାରୀ ପ୍ରତିଲିପିକୁ ଜନସାଧାରଣ ଅପେକ୍ଷା କରିଛନ୍ତି । କିନ୍ତୁ ନୂଆ ଆଇନ ଅନୁସାରେ କଣ ସବୁ ପରିବର୍ତ୍ତନ ହେବ, ତାହା ଜଣାପଡିଗଲାଣି । ରିପୋର୍ଟ ଅନୁସାରେ ହଂକଂ ସ୍କୁଲଗୁଡିକରେ ଜାତୀୟ ସୁରକ୍ଷା ସଂପର୍କରେ ପଢାଯିବ । ମେନଲ୍ୟାଣ୍ଡ ଚୀନ ସରକାର ଏହା ଉପରେ ନଜର ରଖିବେ । ନୂଆ ଆଇନ ଅନୁସାରେ ଚୀନର ସି ଜିନପିଙ୍ଗ୍ ସରକାର କିଛି ମାମଲାରେ ହଂକଂ ସରକାରଙ୍କ ନିଷ୍ପତି ବଦଳାଇପାରିବେ । ‘ଗୋଟିଏ ଦେଶ, ଦୁଇଟି ବ୍ୟବସ୍ଥା’ ହଂକଂ ଦିନେ ବ୍ରିଟିଶ ଉପନିବେଶ ଥିଲା । ୧୯୯୭ ମସିହାରେ ‘ଗୋଟିଏ ଦେଶ, ଦୁଇଟି ବ୍ୟବସ୍ଥା’ ବୁଝାମଣା ଅନ୍ତର୍ଗତ ହଂକଂକୁ ଚୀନକୁ ହସ୍ତାନ୍ତର କରିଥିଲା ବ୍ରିଟେନ ।

ହଂକଂ ପାଇଁ ସ୍ୱତନ୍ତ୍ର ଅଧିକାର ଓ ସ୍ୱଂୟଶାସନର ବ୍ୟବସ୍ଥା ରହିତିଲା । ଚୀନକୁ ହସ୍ତାନ୍ତର ହେଲା ପରେ ହଂକଂ ସ୍ୱତନ୍ତ୍ର ପ୍ରଶାସନିକ ଅଞ୍ଚଳ ଅସ୍ତିତ୍ୱକୁ ଆସିଲା । ମୂଳ ଭୂଖଣ୍ଡ ଚୀନ ଠାରୁ ଅଲଗା ଭାବେ ହଂକଂର ନିଜର ନ୍ୟାୟପାଳିକା ଓ ଆଇନ ବ୍ୟବସ୍ଥା ରହିଲା । ଏକ ବେସିକ ଲ’ ଦ୍ୱାରା ହଂକଂ ଶାସିତ ହୋଇଆସୁଛି । ହଂକଂର ନିଜସ୍ୱ ଜାତୀୟ ସୁରକ୍ଷା ଆଇନ ସମେତ ସ୍ୱାଧୀନ ଭାବେ ଅନ୍ୟ ଆଇନକାନୁନ ମଧ୍ୟ ରହିଛି । ହସ୍ତାନ୍ତରର ଦୁଇ ଦଶକରୁ ଅଧିକ ସମୟ ମଧ୍ୟରେ ହଂକଂରେ ସ୍ୱାଧୀନ ଗଣମାଧ୍ୟମ, ସ୍ୱାଧୀନ ଭାବେ କାର୍ଯ୍ୟ କରୁଥିବା କୋର୍ଟ ଓ ବ୍ୟବସ୍ଥାପିକା ରହିଛି, ଯାହା କି ମେନଲ୍ୟାଣ୍ଡ ଚୀନରେ ନାହିଁ ।

ଗତବର୍ଷର ପ୍ରତ୍ୟର୍ପଣ ବିଲ୍ ହଂକଂର ସ୍ୱାଧୀନ ବିଚାର ବିଭାଗରେ ହସ୍ତକ୍ଷେପ ଓ ଚୀନ ବିରୋଧୀ ଅସନ୍ତୁଷ୍ଟଙ୍କୁ ଦମନ କରିବା ଉଦ୍ଦେଶ୍ୟ ନେଇ ଅଣାଯାଇଥିଲା ବୋଲି କୁହାଯାଉଛି । କିନ୍ତୁ ବର୍ତମାନର ଜାତୀୟ ସୁରକ୍ଷା ଆଇନ ଦ୍ୱାରା ଚୀନ ପୁଣି ଥରେ ଆନ୍ତର୍ଜାତିକ ସମାଲୋଚନାକୁ ଅଣଦେଖା କରିଛି । ହଂକଂ ପାଇଁ ଏହି ଆଇନ ଆଣି ଚୀନ, ଆମେରିକା ଓ ଅନ୍ୟ ପ୍ରମୁଖ ଶକ୍ତିଙ୍କୁ ଉଦବିଗ୍ନ କରିଛି ।

କାହିଁକି ଓ କେମିତି ଆମେରିକା ଜବାବ ଦେଇଛି ?

ଏକ ଆନ୍ତର୍ଜାତିକ ନଗର ହୋଇଥିବାରୁ ହଂକଂର ଆମେରିକା ଓ ଭାରତ ସମେତ ଅନେକ ଦେଶ ସହ ନିବିଡ ବ୍ୟବସାୟିକ ସଂପର୍କ ରହିଛି । ୧୯୯୨ରେ ହଂକଂ ପଲିସି ଆକ୍ଟ ଅନୁସାରେ ଆମେରିକା ଏହାକୁ ବିଶେଷ ମାନ୍ୟତା ଦେଇଥିଲା । ହଂକଂ ପଲିସି ଆକ୍ଟ ଅନୁସାରେ ‘ଗୋଟିଏ ଦେଶ, ଦୁଇଟି ବ୍ୟବସ୍ଥା’ ଫର୍ମୁଲା ଥିବା ଯାଏଁ ହଂକଂକୁ ବିଶେଷ ସୁବିଧା ସୁଯୋଗ ଦେବା ପାଇଁ ଘୋଷଣା କରିଥିଲା ଆମେରିକା । ଏବେ ଚୀନ ହଂକଂ ପାଇଁ ନୂଆ ଆଇନ ପ୍ରଣୟନ କରିଥିବାରୁ ପ୍ରତିକ୍ରିୟାଶୀଳ ହୋଇଛି ଟ୍ରମ୍ପ ପ୍ରଶାସନ । ଜବାବୀ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଆମେରିକା ନିର୍ମିତ ପ୍ରତିରକ୍ଷା ସଂରଜାମ ରପ୍ତାନି ବନ୍ଦ କରିଦେଇଛି ଟ୍ରମ୍ପ ପ୍ରଶାସନ । ହଂକଂ ଓ ମେନଲ୍ୟାଣ୍ଡ ଚୀନକୁ ନିୟନ୍ତ୍ରିତ ସାମଗ୍ରୀ ରପ୍ତାନି କରାଯିବ ନାହିଁ ବୋଲି ଘୋଷଣା କରିଛି ଆମେରିକା । ଜାତୀୟ ସୁରକ୍ଷା ଦୃଷ୍ଟିରୁ ଏଭଳି ପଦକ୍ଷେପ ନେଇଥିବା କହିଛି ଆମେରିକା । ଏସବୁ ସାମଗ୍ରୀ ପିପୁଲ୍ସ ଲିବରେସନ ଆର୍ମି ହାତରେ ପଡିବା ଆମେ ଚାହୁଁ ନାହୁଁ ବୋଲି ଆମେରିକାର ବୈଦେଶିକ ସଚିବ ମାଇକ ପୋମ୍ପିଓ କହିଛନ୍ତି । ଯେକୌଣସି ଭାବେ ଚାଇନିଜ କମ୍ୟୁନିଷ୍ଟ ପାର୍ଟି- ସିସିପିର ଏକଛତ୍ରବାଦ ବଜାୟ ରଖିବା ପିଏଲଏର କାମ ବୋଲି ସେ କହିଛନ୍ତି ।

ଏଣେ ଆମେରିକା ନାଗରିକଙ୍କ ପାଇଁ ଭିସା ପ୍ରଦାନରେ କଟକଣା ଜାରି କରିବାକୁ ଦମକ ଦେଇଛି ଚୀନ । ଫଳରେ ଦୁଇ ଦେଶ ମଧ୍ୟରେ ଉତେଜନା ଆହୁରି ବୃଦ୍ଧି ପାଇଛି । ଚୀନ ଲୋକଙ୍କ ବିରୋଧରେ ନୁହେଁ, ବରଂ ଚୀନ ସରକାର ବିରୋଧରେ ଆମେରିକାର ପଦ କ୍ଷେପ ଉଦ୍ଦିଷ୍ଟ ବୋଲି ପୋମ୍ପିଓ କହିଛନ୍ତି । ଚୀନ ହଂକଂରେ ଏବେ ‘ଗୋଟିଏ ଦେଶ, ଗୋଟିଏ ବ୍ୟବସ୍ଥା ପ୍ରଚଳନ କରିବାକୁ ଯାଉଛି ବୋଲି ଆମେରିକା କହିଛି ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.