ETV Bharat / bharat

ଚୀନ ସରକାରଙ୍କ ପ୍ରତି ଖପ୍ପା ଗଲୱାନ ଘାଟିରେ ନିହତ ସୈନିକଙ୍କ ପରିବାର !

author img

By

Published : Jun 28, 2020, 3:13 PM IST

ଗଲୱାନ ଘାଟିରେ ହୋଇଥିବା ସଂଘର୍ଷରେ ଚୀନର କେତେଜଣ ସୈନିକ ମୃତାହତ ହୋଇଛନ୍ତି ଚୀନ ସରକାର ଏବେସୁଦ୍ଧା ଏହାର ଖୁଲାସା କରିନାହାନ୍ତି । ଚୀନ କମ୍ୟୁନିଷ୍ଟ ପାର୍ଟିରେ ଏହି ନିଷ୍ପତ୍ତି ସଂଘର୍ଷରେ ପ୍ରାଣ ହରାଇଥିବା ପରିବାର ପ୍ରତି ଅନ୍ୟାୟ ବୋଲି ଆମେରିକାର ଏକ ଖବରକାଗଜ ପ୍ରକାଶ କରିଛି ।

ଚୀନ
ଚୀନ

ୱାଶିଂଟନ: ପୂର୍ବ ଲଦାଖର ଗଲୱାନ ଘାଟିରେ ଭାରତୀୟ ଏବଂ ଚୀନ ସୈନିକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ଚୀନକୁ ମଧ୍ୟ ଅନେକ କ୍ଷତି ସହିବାକୁ ପଡିଛି । କିନ୍ତୁ ଏହି ସଂଘର୍ଷରେ ଚୀନର କେତେଜଣ ସୈନିକ ମୃତାହତ ହୋଇଛନ୍ତି ଚୀନ ସରକାର ଏବେସୁଦ୍ଧା ଏହାର ଖୁଲାସା କରିନାହାଁନ୍ତି । ତେବେ ଚୀନ କମ୍ୟୁନିଷ୍ଟ ପାର୍ଟିରେ ଏହି ନିଷ୍ପତ୍ତି ସଂଘର୍ଷରେ ପ୍ରାଣ ହରାଇଥିବା ପରିବାର ପ୍ରତି ଅନ୍ୟାୟ ବୋଲି ଆମେରିକାର ଏକ ଖବରକାଗଜ ପ୍ରକାଶ କରିଛି ।

ଆମେରିକୀୟ ଖବରକାଗଗ ବ୍ରେଇଟବାର୍ଟ ଅନୁଯାୟୀ, , ଚୀନ ସରକାର ଏବେ ସେହି ମୃତ ସୈନିକଙ୍କ ପରିବାର ଏବଂ ପ୍ରିୟ ଲୋକଙ୍କ ମୁହଁ ବନ୍ଦ କରିବା ପାଇଁ ସଂଘର୍ଷ କରୁଛନ୍ତି । ଯେଉଁମାନେ ୱାଇବୋ ଏବଂ ଅନ୍ୟାନ୍ୟ ପ୍ଲାଟଫର୍ମ ବ୍ୟବହାର କରି ସେମାନଙ୍କ ନିରାଶା ଏବଂ ଦୁଃଖକଷ୍ଟକୁ ପ୍ରକାଶ କରୁଛନ୍ତି ।

ଜୁନ 15 ତାରିଖରେ ଘଟିଥିବା ଏହି ସଂଘର୍ଷରେ ଭାରତର 20 ଜଣ ଯବାନ ଶହୀଦ ହୋଇଥିବା ଘଟଣା ଭାରତ ସରକାର ସ୍ବୀକାର କରିଥିଲେ ଏବଂ ଯବାନଙ୍କୁ ସମ୍ମାନିତ ମଧ୍ୟ କରିଥିଲେ । ତେବେ ଏହି ସଂଘର୍ଷରେ ଚୀନର 43 ଜଣ ଯବାନ ମୃତାହତ ହୋଇଥିବା ଭାରତ ପକ୍ଷରୁ ଦାବି କରାଯାଉଥିବା ବେଳେ ଚୀନ ସରକାର କେବଳ ଅଳ୍ପ ସଂଖ୍ୟକ ଅଧିକାରୀଙ୍କ ମୃତ୍ୟୁ ହୋଇଥିବା ସ୍ବୀକାର କରିଛନ୍ତି । ସେପଟେ ଚୀନର କେତେକ ଗଣମାଧ୍ୟମ ଏହି ସଂଘର୍ଷରେ ଚୀନକୁ ମଧ୍ୟ ଅଧିକ କ୍ଷତି ସହିବାକୁ ପଡିଛି ବୋଲି ଖବର ପ୍ରକାଶ କରିଥିଲେ ।

ତେବେ ବିଭିନ୍ନ ରିପୋର୍ଟ ଅନୁଯାୟୀ, ଚୀନ ସୈନିକଙ୍କ ପରିବାର ଚୀନ ସରକାରଙ୍କ ରହସ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହି ଅସନ୍ତୋଷ ସେମାନେ ୱାଇବୋ ମାଧ୍ୟମରେ ବାହାର କରୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.