ETV Bharat / bharat

କାଜାଖସ୍ତାନରେ ବଢୁଛି ଅଜ୍ଞାତ ନିମୋନିଆ ! ଚେତାବନୀ ଦେଲା ଚୀନ

author img

By

Published : Jul 10, 2020, 4:49 PM IST

ଅଜ୍ଞାତ ନିମୋନିଆ ରୋଗରେ କାଜାଖସ୍ତାନରେ ଜୁନ ମାସରେ ପ୍ରାୟ 600ରୁ ଉର୍ଦ୍ଧ୍ବ ଲୋକ ପ୍ରାଣ ହରାଇଥିବା ଚୀନ କହିଛି । କାଜାଖସ୍ତାନରେ ଥିବା ଚୀନ ଦୂତାବାସ ଏହି ଅଜ୍ଞାତ ନିମୋନିଆ ବିଷୟରେ ଚେତାବନୀ ଦେଇଛି ।

କାଜାଖସ୍ତାନରେ ବଢୁଛି ଅଜ୍ଞାତ ନିମୋନିଆ ! ଚେତାବନୀ ଦେଲା ଚୀନ
କାଜାଖସ୍ତାନରେ ବଢୁଛି ଅଜ୍ଞାତ ନିମୋନିଆ ! ଚେତାବନୀ ଦେଲା ଚୀନ

ବେଜିଂ: କୋରୋନା ମହାମାରୀ ସଙ୍କଟ ମଧ୍ୟରେ ଆଉ ଏକ ଅଜ୍ଞାତ ରୋଗ ସାମ୍ନାକୁ ଆସିଛି । ଅଜ୍ଞାତ ନିମୋନିଆ ରୋଗରେ କାଜାଖସ୍ତାନରେ ଜୁନ ମାସରେ ପ୍ରାୟ 600ରୁ ଉର୍ଦ୍ଧ୍ବ ଲୋକ ପ୍ରାଣ ହରାଇଥିବା ଚୀନ କହିଛି । କାଜାଖସ୍ତାନରେ ଥିବା ଚୀନ ଦୂତାବାସ ଏହି ଅଜ୍ଞାତ ନିମୋନିଆ ବିଷୟରେ ଚେତାବନୀ ଦେଇଛି । ଏହା କୋରୋନା ଭାଇରସ ଠାରୁ ମଧ୍ୟ ଘାତକ ବୋଲି ଚୀନ ପକ୍ଷରୁ କୁହାଯାଇଛି । ସେପଟେ କାଜଗିସ୍ତାନ ଚୀନର ଏହି ରିପୋର୍ଟକୁ ଭୁଲ ବୋଲି ଦର୍ଶାଇଛି । କାଜାଖସ୍ତାନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଚୀନ ଦୂତାବାସର ଏହି ଦାବିକୁ ଖାରଜ କରିଦେଇଛି।

ପୂର୍ବ ସୋଭିଏତ ଦେଶ ବ୍ଲୋକ ଦେଶରେ ରହୁଥିବା ନିଜ ନାଗରିକଙ୍କ ପାଇଁ ଆଜଭାଇଜରୀ ଜାରି କରିଛି ଚୀନ । ଏହି ରୋଗ କୋରୋନା ଭାଇରସ ତୂଳନାରେ ଅଧିକ ମାରାତ୍ମକ । ଏଥିପ୍ରତି ସାବଧାନ ରହିବାକୁ ଚୀନ କହିଛି । ଚୀନ ଦୂତାବାସ ଏକ ବିବୃତ୍ତିରେ କହିଛି, ସମଗ୍ର ଦେଶରେ ବର୍ଷର ପ୍ରଥମ 6 ମାସରେ ନିମୋନିଆରେ 1,772 ଲୋକଙ୍କର ମୃତ୍ୟୁ ଘଟିଛି । ସେଥିମଧ୍ୟରୁ 628 ଟି ମାମଲା ଜୁନ୍ ମାସରେ ରହିଛି । ସେଥିମଧ୍ୟରେ ଚୀନ ନାଗରିକ ମଧ୍ୟ ରହିଛନ୍ତି ।

ଏହି ରୋଗର ମୃତ୍ୟୁ ହାର କୋରୋନା ଭାଇରସ୍ ତୁଳନାରେ ବହୁତ ଅଧିକ। ଦେଶର ସ୍ୱାସ୍ଥ୍ୟ ବିଭାଗ ନିମୋନିଆ ଉପରେ ତୁଳନାତ୍ମକ ଅନୁସନ୍ଧାନ କରୁଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ ଏହି ଜୀବାଣୁ ଚିହ୍ନଟ କରି ନାହାଁନ୍ତି ବୋଲି ଚୀନ ଦୂତାବାସ ପକ୍ଷରୁ କୁହାଯାଇଛି ।

ଦୂତାବାସ ପକ୍ଷରୁ କୁହାଯାଇଛି, କାଜାଗିସ୍ତାନରେ ଥିବା ଚୀନ ଦୂତାବାସ ଏଠାରେ ଚୀନ ନାଗରିକମାନଙ୍କୁ ପରିସ୍ଥିତି ବିଷୟରେ ଅବଗତ କରାଇବା ସହ ସଂକ୍ରମଣ ବିପଦକୁ ହ୍ରାସ କରିବା ପାଇଁ ପଦକ୍ଷେପ ନେଇଛନ୍ତି । ନିମୋନିଆରେ ଆକ୍ରାନ୍ତ ପ୍ରାୟ 300 ଲୋକଙ୍କୁ ପ୍ରତିଦିନ ଡାକ୍ତରଖାନାରେ ଭର୍ତ୍ତି କରାଯାଉଛି ବୋଲି ସ୍ୱାସ୍ଥ୍ୟ ବିଭାଗ ମୁଖ୍ୟ ସାଉଲେ କିସିକୋଭା ସ୍ଥାନୀୟ ଗଣମାଧ୍ୟମକୁ କହିଥିବା ଦୂତାବାସ କହିଛି । ସେପଟେ WHOକୁ ଏହି 'ଅଜ୍ଞାତ ନିମୋନିଆ' ବିଷୟରେ ଅବଗତ କରାଯାଇଛି କି ନାହିଁ ତାହା ମଧ୍ୟ ଜଣା ନଥିବା କୁହାଯାଇଛି ।

ଅନ୍ୟପକ୍ଷରେ ଚୀନ ଦୂତାବାସ ଏହି ରୋଗକୁ 'ଅଜ୍ଞାତ ନିମୋନିଆ' ବୋଲି ବର୍ଣ୍ଣନା କରିଥିବାବେଳେ କାଜାଖସ୍ତାନର ଅଧିକାରୀ ଏହାକୁ କେବଳ ନିମୋନିଆ ବୋଲି କହିଛନ୍ତି ।

(IANS)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.