ETV Bharat / bharat

ଛନକାରେ ବି ଚୀନରେ ଖୁସି, କୋରୋନା ସଂକ୍ରମିତ ମା'ଠୁ ଜନ୍ମ ନେଲା ସୁସ୍ଥ ଶିଶୁ

ଚୀନରେ କୋରୋନା କାୟା ବିସ୍ତାର କରି ମୃତ୍ୟୁର ଜାଲରେ ସମସ୍ତଙ୍କୁ ଗ୍ରାସ କରି ଚାଲିଥିବାବେଳେ ଏହାକୁ ନେଇ ସାରା ବିଶ୍ବରେ ଏବେ ଦେଖାଦେଇଛି ଆତଙ୍କ । ଏବେ ଚୀନରେ ଜଣେ କୋରୋନା ଆକ୍ରାନ୍ତ ମହିଳା ଏକ ସୁସ୍ଥ ଶିଶୁକୁ ଜନ୍ମ ଦେଇଛନ୍ତି ।

author img

By

Published : Feb 12, 2020, 12:24 PM IST

china corona
କୋରୋନା ସଂକ୍ରମିତ ମା'ରୁ ସୁସ୍ଥ ଶିଶୁ ଜନ୍ମ

ନୂଆଦିଲ୍ଲୀ: ଜୀବନ ଓ ମରଣ ସଂଘର୍ଷ ଆଗରେ ହାର ମାନିଲା ମୃତ୍ୟୁ । ଚୀନରେ କୋରୋନା କାୟା ବିସ୍ତାର କରି ମୃତ୍ୟୁର ଜାଲରେ ସମସ୍ତଙ୍କୁ ଗ୍ରାସ କରି ଚାଲିଥିବାବେଳେ ଏହାକୁ ନେଇ ସାରା ବିଶ୍ବରେ ଏବେ ଦେଖାଦେଇଛି ଆତଙ୍କ । ଏବେ ଚୀନରେ 11ଶହରୁ ଉର୍ଦ୍ଧ୍ବଙ୍କ ମୃତ୍ୟୁ ଘଟିଥିବାବେଳେ 42 ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ ହୋଇଛନ୍ତି । ମାତ୍ର ଏହାରି ମଧ୍ୟରେ ଦକ୍ଷିଣ-ପୂର୍ବ ଚାଇନାରୁ ଗୋଟିଏ ଖୁସୀ ଖବର ବି ସାମ୍ନାକୁ ଆସିଛି । ଯେଉଁଠି ଜଣେ କୋରୋନା ଆକ୍ରାନ୍ତ ମହିଳା ଏକ ସୁସ୍ଥ ଶିଶୁକୁ ଜନ୍ମ ଦେଇଛନ୍ତି ।

ଏନେଇ ଚୀର ସରକାରୀ ମିଡିଆ ଆଉଟଲେଟ ସିହ୍ନୁଆ ପକ୍ଷରୁ ଏହାକୁ ନେଇ ଏକ ଭିଡିଓ କ୍ଲିପ ଟ୍ବିଟ କରାଯାଇଛି । ଯାହାର ଶୀର୍ଷକ ରଖାଯାଇଛି 'ଲକି ବେବି' । ଜନ୍ମ ପରେ ନବଜାତକର କୋରୋନା ଟେଷ୍ଟ କରାଯାଇଥିଲା, ଯେଉଁଥିରେ ରିପୋର୍ଟ ନେଗେଟିଭ ଆସିଛି। ଏବେ ଏହି ଶିଶୁକୁ ଡାକ୍ତରଙ୍କ ନୀରିକ୍ଷଣରେ ରଖାଯାଇଛି ।

ନୋବେଲ କୋରୋନା ଭାଇରସ ନିମୋନିଆରେ ସଂକ୍ରମିତ ଜଣେ ମହିଳା ବିନା କୌଣସି ସଂକ୍ରମଣରେ ଜଣେ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି । ।ଯାହାର ଓଜର 3.5 କେଜି ରହିଛି । ଏହି ଘଟଣା ପରେ ହ୍ୟାଚଟ୍ୟାଗ ଫାଇଟ ଭାଇରସ ଟ୍ରେଣ୍ଡ କରିବାକୁ ଲାଗିଛି । ସୁସ୍ଥ ଶିଶୁ ଜନ୍ମ ହେବା ଖବର ପାଇବା ପରେ ଟ୍ବିଟରରେ ମହିଳାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ଲୋକମାନେ ନବଜାତକର ମା'କୁ ଖୁବ ପ୍ରଶଂସା କରିଛନ୍ତି ।

ଏହି ପୋଷ୍ଟରେ ପ୍ରତିକ୍ରିୟା ଦେବାକୁ ଯାଇ ସୋସିଆଲ ମିଡିଆରେ ଯୁଜର୍ସମାନେ ଶିଶୁକୁ ଭାଗ୍ୟଶାଳୀ ବୋଲି କହିଛନ୍ତି । ଅନେକ ଯୁଜର୍ସ ପ୍ରତିକ୍ରିୟା ଦେଇଛନ୍ତି ।

For All Latest Updates

TAGGED:

china corona
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.