ETV Bharat / bharat

ଏଲଏସିରେ 5ଜି ନେଟୱାର୍କ ସ୍ଥାପନ କରୁଛି ଚୀନ - india china tension

ଚୀନ ଲଦାଖରେ ବିବାଦୀୟ ସ୍ଥାନ ନିକଟରେ ଭିତ୍ତିଭୂମି ନିର୍ମାଣ କରୁଛି। ସେ ଡେମଚୋକ ନିକଟରେ ଏକ 5G ନେଟୱାର୍କ ସ୍ଥାପନ କରୁଛି । ଏଥି ସହିତ ପେଙ୍ଗୋଙ୍ଗ ହ୍ରଦ ନିକଟରେ ନୂତନ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିବା ଜଣାପଡିଛି ।

ଏଲଏସିରେ 5ଜି ନେଟୱାର୍କ ସ୍ଥାପନ କରୁଛି ଚୀନ
ଏଲଏସିରେ 5ଜି ନେଟୱାର୍କ ସ୍ଥାପନ କରୁଛି ଚୀନ
author img

By

Published : Aug 28, 2020, 4:47 PM IST

ନୂଆଦିଲ୍ଲୀ: ଭାରତ-ଚୀନ ସୀମା ବିବାଦ ହ୍ରାସ କରିବାକୁ ଦୁଇ ଦେଶ ମଧ୍ୟରେ ବିଭିନ୍ନ ସ୍ତରୀୟ ଆଲୋଚନା ଜାରି ରହିଛି। ଇତି ମଧ୍ୟରେ ଚୀନ ଲଦାଖରେ ବିବାଦୀୟ ସ୍ଥାନ ନିକଟରେ ଭିତ୍ତିଭୂମି ନିର୍ମାଣ କରୁଛି। ସେ ଡେମଚୋକ ନିକଟରେ ଏକ 5G ନେଟୱାର୍କ ସ୍ଥାପନ କରୁଛି । ଏଥି ସହିତ ପେଙ୍ଗୋଙ୍ଗ ହ୍ରଦ ନିକଟରେ ନୂତନ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିବା ଜଣାପଡିଛି ।

ଚୀନ ଏବଂ ଭାରତ ମଧ୍ୟରେ ଗତିରୋଧକୁ ନେଇ ଜାରି ଆଲୋଚନା ମଧ୍ୟରେ ଚୀନ ପ୍ରକୃତ ନିୟନ୍ତ୍ରଣ ରେଖା (ଏସଏସି) ନିକଟରେ ଉନ୍ନତ ଯୋଗାଯୋଗ ପାଇଁ 5G ନେଟୱାର୍କ ସ୍ଥାପନ କରୁଛି । ଏଥି ପାଇଁ ଚୀନ ଅଗଷ୍ଟ ପ୍ରଥମ ସପ୍ତାହରୁ ଡେମଚୋକ ନିକଟରେ ପ୍ରସ୍ତୁତି କରୁଥିବା ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଛି । ଚୀନ ଏଠାରେ ସ୍ପେକ୍ଟ୍ରମ ବ୍ୟାଣ୍ଡୱିଡ୍‌ଥ, ଫାଇବର ଅପଟିକ୍‌ କେବୁଲ ଏବଂ ସେଲୁଲାର ଟ୍ରାନ୍ସମିଶନ ଟେକନୋଲେଜୀ ବିକଶିତ କରିବା ସରଞ୍ଜମ ସ୍ଥାପିତ କରିଥିବା ଜଣାପଡିଛି ।

ସେପଟେ ପେଙ୍ଗୋଙ୍ଗ ହ୍ରଦ ନିକଟରେ ଚୀନ ପକ୍ଷରୁ ସତେଜ ଭିତ୍ତିଭୂମି ନିର୍ମାଣ କରାଯାଉଥିବା ମଧ୍ୟ ଦେଖିବାକୁ ମିଳିଛି। ତେବେ ଚୀନ ଗୋଟିଏ ପଟେ ବିବାଦୀୟ ସ୍ଥଳରୁ ପଛକୁ ହଟିବା ନେଇ ସହମତି ପ୍ରକାଶ କରୁଛି । ଅନ୍ୟପକ୍ଷରେ ପେଙ୍ଗୋଙ୍ଗ କ୍ଷେତ୍ରରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛି । ପେଙ୍ଗୋଙ୍ଗ ହ୍ରଦ ନିକଟରେ ଚୀନର କୁଟିଆ ନିର୍ମାଣ ଏବଂ ଶେଡ ଦେଖିବାକୁ ମିଳିଛି । ଉଭୟ ଦେଶ ଶାନ୍ତି ସ୍ଥାପନ ପାଇଁ ଆଲୋଚନା ଜାରି ରଖିଥିବା ବେଳେ ଏଭଳି ଖବର ସାମ୍ନାକୁ ଆସିଛି ।

ମେ ମାସ ଆରମ୍ଭରେ ଉଭୟ ଦେଶ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଥିଲା । ଉଭୟ ଦେଶ ମଧ୍ୟରେ ଆଲୋଚନା ପରେ ଗଲୱାନ୍ ଘାଟି ଏବଂ ପାଟ୍ରୋଲିଂ ପଏଣ୍ଟ 15 ର ପେଙ୍ଗୋଙ୍ଗ ହ୍ରଦ ଏବଂ ଗୋଗ୍ରା-ହଟ୍ ସ୍ପ୍ରିଙ୍ଗ୍ସ ଅଞ୍ଚଳରୁ ସୈନ୍ୟ ପଛକୁ ହଟିଛନ୍ତି । କିନ୍ତୁ ପେଙ୍ଗୋଙ୍ଗ ହ୍ରଦ ନିକଟରେ ଫିଙ୍ଗର -5 ରୁ 8 ମଧ୍ୟରେ ଚୀନ ନିଜର ସ୍ଥିତିକୁ ମଜବୁତ କରିଛି । ସେପଟେ ଭାରତ ଏହି ପଦକ୍ଷେପକୁ ଦୃଢ ବିରୋଧ କରିଛି ।

ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲ୍ଏ) ମେ ମାସ ପରଠାରୁ ଫିଙ୍ଗର -4 ରୁ ଫିଙ୍ଗର -8 ପର୍ଯ୍ୟନ୍ତ ଅନେକ ନୂତନ ଭିତ୍ତିଭୂମି ନିର୍ମାଣ କରିଛି । ଫଳରେ ଏହି 8 କିଲୋମିଟର ଷ୍ଟ୍ରେଚରୁ ପୂର୍ବ ଦିଗକୁ ପଛକୁ ହଟିବାକୁ ମନା କରିଦେଇଛି ଚୀନ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.