ETV Bharat / bharat

'ବାୟୁ'ରେ ଫସିଥିବା ଚୀନର 10 ଜାହାଜକୁ ଶରଣ ଦେଲା ଭାରତ

author img

By

Published : Jun 11, 2019, 9:35 PM IST

ସାମୁଦ୍ରିକ ଝଡ 'ବାୟୁ'ରେ ଫସିଥିବା ଚୀନର 10 ଟି ସାମୁଦ୍ରିକ ଜାହାଜକୁ ଶରଣ ଦେଇଛି ଭାରତ । ଏହି ଜାହାଜକୁ ମହାରାଷ୍ଟ୍ରର ରତ୍ନଗିରି ବନ୍ଦରରେ ଶରଣ ଦିଆଯାଇଛି।

ଫାଇଲ ଫଟୋ

ନୂଆଦିଲ୍ଲୀ: ସାମୁଦ୍ରିକ ଝଡ 'ବାୟୁ'ରେ ଫସିଥିବା ଚୀନର 10 ଟି ସାମୁଦ୍ରିକ ଜାହାଜକୁ ଶରଣ ଦେଇଛି ଭାରତ । ଏହି ଜାହାଜକୁ ମହାରାଷ୍ଟ୍ରର ରତ୍ନଗିରି ବନ୍ଦରରେ ଶରଣ ଦିଆଯାଇଛି। ଭାରତୀୟ ତଟରକ୍ଷା ବାହିନୀ ଚୀନର ଜାହାଜକୁ ସୁରକ୍ଷା ଘେର ଆଧାରରେ ଏଠାରେ ରହିବାକୁ ଅନୁମତି ଦେଇଥିବା ଭାରତୀୟ ତଟରକ୍ଷାର ମହାନିରିକ୍ଷକ କେଆର ସୁରେଶ ସୂଚନା ଦେଇଛନ୍ତି ।

ସୂଚନା ଯୋଗ୍ୟ ଯେ, ସାମୁଦ୍ରିକ ଝଡ 'ବାୟୁ' ବର୍ତ୍ତମାନ ଆରବ ସାଗରରେ ଘନିଭୂତ ହେବାରେ ଲାଗିଛି। ଏହା ଜୁନ ୧୩ରେ ଗୁଜରାଟ ସମୁଦ୍ର କୂଳ ଦେଇ ଗତି କରିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ଆଗାମୀ ୨୪ ଘଣ୍ଟାରେ ବାୟୁ ଆହୁରି ଘନୀଭୂତ ହୋଇ ଦ୍ରୁତ ଗତିରେ ସ୍ଥଳଭାଗ ଆଡେ ମୁହାଁଇବ ଏବଂ ଗୁଜରାଟର ଓ୍ଵେରାଓଲ ଦେଇ ସ୍ଥଳଭାଗ ଛୁଇଁ ପାରେ ବୋଲି ଜଣା ପଡିଛି। ତେବେ ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୧୦ ରୁ ୧୩୫ କିମି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Intro:Body:

gggggggss

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.