ପାଟନା: ବିହାରର କଟିହାର ଜିଲ୍ଲାରେ ଘଟିଥିବା ଏକ ଭିଡ଼ ହିଂସାରୁ ଜଣେ ମହିଳାଙ୍କୁ ଉଦ୍ଧାର କରିଛି ପୋଲିସ । କେବଳ ଉଦ୍ଧାର କରିନି, ଦୀର୍ଘ 12 ବର୍ଷରୁ ନିଖୋଜ ଥିବା ଏହି ମହିଳାଙ୍କୁ ତାଙ୍କ ପରିବାରରକୁ ହସ୍ତାନ୍ତର କରିଛି । ଛାନଭିନ ପରେ ଉକ୍ତ ମହିଳା ଜଣକ ନାଳନ୍ଦାର ଓ ତାଙ୍କ ନାଁ କିରଣ ବୋଲି ପୋଲିସ ଜାଣିବାକୁ ପାଇଛି।
ଘଟଣାଟି ଏପରି । ବିହାରର କଟିହାର ଜିଲ୍ଲାର ଏକ ସ୍ଥାନରେ ପିଲା ଚୋର ଭାବି କିରଣଙ୍କୁ କିଛି ଲୋକ ମାଡ଼ ମାରିବାକୁ ଉଦ୍ୟମ କରୁଥିଲେ। କୌଣସି ସୂତ୍ରରୁ ପୋଲିସ ଏ ସମ୍ପର୍କରେ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲା । ଉଦ୍ଧାର ପରେ ପୋଲିସ କିରଣଙ୍କ ସମ୍ପର୍କରେ ଜାଣିବା ପାଇଁ ଛାନଭିନ ଆରମ୍ଭ କରିଥିଲା । ସେ ନାଳନ୍ଦାର ବାସିନ୍ଦା ଓ ସେ ଦୀର୍ଘ 12 ବର୍ଷରୁ ନିଖୋଜ ଥିବା ନେଇ ପୋଲିସ ଛାନଭିନ ସମୟରେ ଜାଣିବାକୁ ପାଇଥିଲା।
ଏନେଇ କଟିହାର ଏସପି ମୋହନ ଶୁକ୍ଳା କହିଛନ୍ତି ଯେ, ଗତ 15 ତାରିଖରେ ବେଲୋନ ପଞ୍ଚଗଛି ଅଞ୍ଚଳରେ ଜଣେ ମହିଳା ଭିଡ଼ ହିଂସାର ଶିକାର ହୋଇଥିଲେ । ତେବେ ଏନେଇ ସୂଚନ ପାଇବା କ୍ଷଣି ହିଁ ବେଲୋନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ମହିଳାଙ୍କୁ ଉଦ୍ଧାର କରିଥିଲା ବୋଲି ସେ କହିଥିଲେ । ତେବେ ଉକ୍ତ ମହିଳାଙ୍କୁ ପଟରାଉଚୁରା କରିବା ପରେ ସେ ତାଙ୍କ ସମ୍ପର୍କରେ କହିଥିଲେ । ତାଙ୍କ ନାମ କିରଣ ବୋଲି କହିଥିଲେ । ଏହା ସହିତ ସେ ନାଳନ୍ଦା ନିବାସୀ ବୋଲି ମଧ୍ୟ ସୂଚନା ଦେଇଥିଲେ ବୋଲି ମୋହନ ସୂଚନା ଦେଇଛନ୍ତି ।
ତେବେ ଏହି ସୂଚନା ପାଇବା ପରେ ପୋଲିସ ତାଙ୍କୁ ନାଳନ୍ଦା ନେଇ ସେଠାରେ ତାଙ୍କ ପରିବାରକୁ ପୋଲିସ ହସ୍ତାନ୍ତର କରିଥିଲା ବୋଲି ସେ ସୂଚନା ଦେଇଛନ୍ତି । କିରଣଙ୍କ ପରିବାରରେ ତାଙ୍କର ପୁଅ ବୋହୂ, ସ୍ବାମୀ ଓ ପରିବାରର ଅନ୍ୟାନ୍ୟ ସଦସ୍ୟ ରହିଥିବା ସେ ସୂଚନା ଦେଇଛନ୍ତି।
ଏନେଇ କିରଣଙ୍କ ପରିବାରରେ ବେଶ ଖୁସିର ମାହୋଲ ଖେଳି ଯାଇଛି । ଏନେଇ ତାଙ୍କ ପୁଅ ସୂର୍ଯ୍ୟକାନ୍ତ ପଟେଲ ପୋଲିସକୁ ଧନ୍ୟବାଦ ଦେଇଛନ୍ତି । ସୂର୍ଯ୍ୟକାନ୍ତ କହିଛନ୍ତି କି ବେଲୋନ ଥାନା ପୋଲିସ ନିକଟରୁ ମାଆ ମିଳିଥିବା ନେଇ ସୂଚନା ମିଳିଥିଲା । ତାଙ୍କର ମାନସିକ ସ୍ଥିତି ଠିକ ନାହିଁ ଏବଂ ତାଙ୍କର ଚିକିତ୍ସା ଚାଲିଛି ବୋଲି ପୋଲିସ ସୂଚନା ଦେଇଥିଲା ବୋଲି ସେ କହିଥିଲେ।
ସେ ଆହୁରି ମଧ୍ୟ କହିଥିଲେ କି ଦୀର୍ଘ 12 ବର୍ଷ ତଳେ ମାନସିକ ସନ୍ତୁଳନ ହରାଇ ମା କେଉଁ ଆଡ଼େ ଚାଲିଯାଇଥିଲା । ସେହି ସମୟରେ ସେମାନେ ମାଙ୍କୁ ଅନେକ ଖୋଜାଖୋଡି ମଧ୍ୟ କରିଥିଲେ । ମାତ୍ର ତାଙ୍କର କୌଣସି ସୂଚନା ମିଳିନଥିଲା । ମାତ୍ର ଏବେ ତାଙ୍କୁ ପୋଲିସ ଖୋଜି ଆଣି ଦେଇଛି ବୋଲି ସୂର୍ଯ୍ୟକାନ୍ତ ସୂଚନା ଦେଇଛନ୍ତି ।