ETV Bharat / bharat

ସ୍ପେସ ବୈଜ୍ଞାନିକ ହେବେ ନିତ୍ୟା, ଫ୍ରାନ୍ସରେ ନେଉଛନ୍ତି ତାଲିମ

ଯୁବ ବୟସରୁ ମହାକାଶଚାରୀ ଇଚ୍ଛା । ଆଉ ଏହି ଅଦମ୍ୟ ଓ ଅଟଳ ଇଚ୍ଛା ବଳରେ ଖୁବ କମ ବୟସରେ ସାଉଁଟିଛନ୍ତି ଢେର ସଫଳତା । ସେଥିପାଇଁ ସମ୍ମାନଜନକ କଳ୍ପନା ଚାଓ୍ବଲା ସ୍କଲାରସିପ ପ୍ରୋଗ୍ରାମ ପାଇଁ ମନୋନୀତ ମଧ୍ୟ କରାଯାଇଛି । ଏହା ବ୍ୟତୀତ ମହାକାଶ ସମ୍ବନ୍ଧୀୟ ଜ୍ଞାନ ଆହରଣ କରିବାକୁ ସେ ବର୍ତ୍ତମାନ ଫ୍ରାନ୍ସରେ ନେଉଛନ୍ତି ତାଲିମ । ଜାଣନ୍ତୁ ଏହି କଠିନ ରାସ୍ତାର ସଫଳ ଯାତ୍ରୀ ନିତ୍ୟା ପାଣ୍ଡେଙ୍କ ସମ୍ପର୍କରେ ।

author img

By

Published : Jul 26, 2019, 1:15 PM IST

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

କୋଡ଼ାଗାଓଁ: ଛତିଶଗଡ଼ ପାଇଁ ଗର୍ବ ଓ ଗୌରବ ପାଲଟିଛନ୍ତି ମାଓ ଅଧ୍ୟୁଷିତ କୋଣ୍ଡାଗାଓଁ ଜିଲ୍ଲାର ନିତ୍ୟା । ନିତ୍ୟା ଚଳିତ ବର୍ଷ କଳ୍ପନା ଚାଓ୍ବଲା ସ୍କଲାରସିପ ପ୍ରୋଗ୍ରାମ ପାଇଁ ମନୋନୀତ ହୋଇଛନ୍ତି । ତେବେ ନିତ୍ୟା ମହାକାଶ ଯାତ୍ରୀ ହେବାକୁ ସବୁବେଳେ ସ୍ବପ୍ନ ଦେଖୁଥିବା ବେଳେ କଳ୍ପନା ଚାଓ୍ବଲାଙ୍କୁ ନିଜର ରୋଲ ମଡେଲ ଭାବେ ଗ୍ରହଣ କରିଛନ୍ତି । ଏଥିପାଇଁ ସେ ଫ୍ରାନ୍ସରେ ପହଞ୍ଚିଛନ୍ତି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଏହି ସ୍କଲାରସିପ ପାଇଁ ଦେଶରୁ 4 ଜଣ ମନୋନୀତ ହୋଇଛନ୍ତି । ଏହି 4 ଜଣଙ୍କ ମଧ୍ୟରେ ନିତ୍ୟା ସାମିଲ ଅଛନ୍ତି । ତେବେ ଏହି 4 ଜଣ ପ୍ରତିଭା ସ୍ପେଶ ୟୁନିଭର୍ସିଟିରେ ରହି ଫେଲୋସିପ କରିପାରିବେ । 65 ଦିନ ଧରି ହେବାକୁ ଥିବା ଏହି ଫେଲୋସିପ ଆସନ୍ତା ଅଗଷ୍ଟ ମାସ 24 ତାରିଖରେ ଶେଷ ହେବ । ଏହା ପରେ ସେଠାରେ ରହି ପିଏଚଡ଼ି କରିବାକୁ ଇଚ୍ଛା ରଖିଛନ୍ତି ନିତ୍ୟା ।

କଳ୍ପନା ଚାଓ୍ବଲାଙ୍କୁ ଭାବନ୍ତି ରୋଲ ମଡେଲ
ନିତ୍ୟା ଆଷ୍ଟ୍ରୋଫିଜିକ୍ସରେ ଏମଏସସି କରିଛନ୍ତି । ଏହି ବର୍ଗରେ ସେ ପ୍ରଥମ ଶ୍ରେଣୀରେ ଉନ୍ନିତ ହୋଇଛନ୍ତି । ନିତ୍ୟାଙ୍କ ବାପା ବିପି ପାଣ୍ଡେ କୁହନ୍ତି ସେ ମହାକାଶର ଦୁନିଆ ନିତ୍ୟାକୁ ଏକ ପ୍ରକାର ଆକର୍ଷିତ କରିଥାଏ । ସେ ଯେଉଁଠାରେ ବି ରୁହେ, ସେଠାରେ ମହାକାଶର ଚିତ୍ର, କଳ୍ପନାଙ୍କ ଫଟୋଚିତ୍ର ପ୍ରଭୃତି ଲଗାଇଥାଏ । ଶ୍ରୀ ପାଣ୍ଡେ ନିକଟସ୍ଥ ଏକ ସ୍କୁଲର ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରନ୍ତି ।

ଆରମ୍ଭରୁ ପଢାରେ ଧ୍ୟାନ
ନିତ୍ୟା ଆରମ୍ଭରୁ ପାଠପଢା ପ୍ରତି ବେଶ ଧ୍ୟାନମଗ୍ନ ରହି ଆସିଛନ୍ତି । ନିଜର ସ୍ନାତକ ଶିକ୍ଷା ଲାଭ ପରେ ସେ ନିକଟସ୍ଥ ରବିଶଙ୍କର ବିଶ୍ବାବିଦ୍ୟାଳୟରେ ମାଷ୍ଟର ଇନ ସାଇନ୍ସ(ଆଷ୍ଟ୍ରୋ ଫିଜିକ୍ସ)ରେ ଶିକ୍ଷା ଲାଭ କରିଛନ୍ତି . 2018 ମସିହାରେ ସେ ଆଷ୍ଟ୍ରୋଫିଜିକ୍ସରେ ପ୍ରଥମ ଶ୍ରେଣୀରେ ଉନ୍ନିତ ହୋଇଛନ୍ତି ।

ETV BHARAT ପକ୍ଷରୁ ନିତ୍ୟାଙ୍କ ଏହି ସଫଳତା ପାଇଁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା । ଗୋଟିଏ ପଟେ ଚନ୍ଦ୍ରକୁ ଚନ୍ଦ୍ରଯାନ-2 ପଠାଇ ଇତିହାସ ରଚିଥିବା ବେଳେ ସେପଟେ ନିତ୍ୟାଙ୍କ ଏହି ସଫଳତା ଛତିଶଗଡ଼ ପାଇଁ ଗର୍ବ ଓ ଗୌରବର ବିଷୟ ପାଲଟିଛି ।

Intro:Body:

prabhudatta

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.