ETV Bharat / bharat

ହନୁମାନ ଚାଳିଶା ଗାଇ ରେକର୍ଡ ସୃଷ୍ଟି କଲେ ଅଷ୍ଟମ ଶ୍ରେଣୀ ଛାତ୍ରୀ - ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ

ହନୁମାନ ଚାଳିଶା ଗାଇ ରେକର୍ଡ କଲେ କର୍ଣ୍ଣାଟକର ଅଷ୍ଟମ ଶ୍ରେଣୀର ଛାତ୍ରୀ । ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ପାଇଲେ ସ୍ଥାନ । ଅଧିକ ପଢନ୍ତୁ....

ହନୁମାନ ଚାଳିଶା ଗାଇ ରେକର୍ଡ ସୃଷ୍ଟିକଲେ 8ମ ଶ୍ରେଣୀର ଛାତ୍ରୀ

author img

By

Published : Jan 8, 2021, 7:53 PM IST

ବେଙ୍ଗାଲୁରୁ: ହନୁମାନ ଚାଳିଶା ଗାଇ ରେକର୍ଡ ସୃଷ୍ଟିକଲେ ଜଣେ ଛାତ୍ରୀ । ଏହି ଛାତ୍ରୀ ଜଣକ କେବଳ ହନୁମାନ ଚାଳିଶା ଗାଇ ନୁହେଁ ବରଂ ଗୋଟିଏ ମିନିଟ୍ 10 ସେକେଣ୍ଡ ମଧ୍ୟରେ ହନୁମାନ ଚାଳିଶା ଗାଇ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡର ଅଧିକାରୀ ହୋଇଛନ୍ତି । କୋରୋନା ଲକଡାଉନବେଳେ ଛାତ୍ରୀ ଜଣକ ସମୟ ଅପଚୟ ନ କରି ସବୁଦିନ ହନୁମାନ ଚାଳିଶା ଗାଇ ବର୍ତ୍ତମାନ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି ।

ତେବେ କର୍ଣ୍ଣାଟକ ଚିକାମାଙ୍ଗାଲୁର ବିଜୟପୁରାର ଜି ତନ୍ମୟୀ ବଶିଷ୍ଠ ନାମକ ଜଣେ 13 ବର୍ଷର ଝିଅ ହନୁମାନ ଚାଳିଶା ଗାଇ ରେକର୍ଡ ସୃଷ୍ଟି କରିଛନ୍ତି । ତନ୍ମୟୀ ଚିକାକୁଲମ ତାଲୁକର କେନ୍ଦ୍ରୀୟ ବିଦ୍ୟାଳୟରେ ଅଷ୍ଟମ ଶ୍ରଣୀରେ ପାଠପଢନ୍ତି । ସମୟ ଅପଚୟ ନକରି ତନ୍ମୟୀ ସବୁବେଳେ କିଛି ନା କିଛି କରିଥାନ୍ତି । କୋରୋନା ଲକଡାଉନ ସମୟରେ ସେ ହନୁମାନ ଚାଳିଶା ଅଭ୍ୟାସ କରିବା ସାଙ୍ଗକୁ ଚିତ୍ରାଙ୍କନ, କବିତା ଆବୃତ୍ତି ଆଦି କରୁଥିଲେ । ତେବେ ତନ୍ମୟୀ ଅତି ସରଳ ଭାବେ ଏବଂ ବହୁତ କମ୍ ସୟମ ମଧ୍ୟରେ ହନୁମାନ ଚାଳିଶା ଗାଇ ଏହି ରେକର୍ଡ ଲାଭ କରିଛନ୍ତି । ଅନ୍ୟପଟେ ତନ୍ମୟୀ ମଧ୍ଯ ଏହାପୂର୍ବରୁ ଅନେକ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଆଓ୍ବାର୍ଡ ପାଇଛନ୍ତି ।

ତନ୍ମୟୀଙ୍କ ମାଆ କ୍ରିପା ଗିରିଶ କହିଛନ୍ତି ଯେ, " ଆମେ କେବେ ଏହି ରେକର୍ଡ ବାବଦରେ ଭାବିନଥିଲୁ, ଝିଅର ଏହି ରେକର୍ଡ ପରେ ସମଗ୍ର ଚିକାମାଙ୍ଗାଲୁରବାସୀ ଗର୍ବ ଅନୁଭବ କରୁଛନ୍ତି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.