ETV Bharat / bharat

ସେନାକୁ ସଫଳତା, 4 ମାସରେ 4 ଆତଙ୍କୀ ସଙ୍ଗଠନର ଟପ୍ କମାଣ୍ଡର ସଫା

author img

By

Published : Jun 22, 2020, 12:37 PM IST

4 ମାସରେ ଟଳିରେ 4 ଆତଙ୍କୀ ସଙ୍ଗଠନର ଟପ୍ କମାଣ୍ଡର। ଭାରତୀୟ ସେନାର ଆତଙ୍କୀ ନିରୋଧୀ ଅପରେସନରେ 4 ଆତଙ୍କବାଦୀ ସଙ୍ଗଠନକୁ ଲାଗିଛି ଶକ୍ତଝଟକା।

ସେନାକୁ ସଫଳତା, 4 ମାସରେ 4 ଆତଙ୍କୀ ସଙ୍ଗଠନର ଟପ୍ କମାଣ୍ଡର ସଫା
ସେନାକୁ ସଫଳତା, 4 ମାସରେ 4 ଆତଙ୍କୀ ସଙ୍ଗଠନର ଟପ୍ କମାଣ୍ଡର ସଫା

ଶ୍ରୀନଗର: 4 ମାସରେ ଟଳିରେ 4 ଆତଙ୍କୀ ସଙ୍ଗଠନର ଟପ୍ କମାଣ୍ଡର। ଭାରତୀୟ ସେନାର ଆତଙ୍କୀ ନିରୋଧୀ ଅପରେସନରେ 4 ଆତଙ୍କବାଦୀ ସଙ୍ଗଠନକୁ ଲାଗିଛି ଶକ୍ତଝଟକା। ଲସ୍କର-ଏ-ତୋଏବା, ହିଜବୁଲ୍ ମୁଜାହିଦ୍ଦିନ ଓ ଅନସାର୍ ଘାଜୱାତ୍- ଉଲ୍- ହିନ୍ଦର 4 ପ୍ରମୁଖ ଆତଙ୍କୀ ସଙ୍ଗଠନର 4 ଟପ୍ କମାଣ୍ଡରଙ୍କୁ ନିହତ କରିଛି ଭାରତୀୟ ସେନା। ଏନେଇ କାଶ୍ନୀର ଆଇଜି ବିଜୟ କୁମାର ସୂଚନା ଦେଇଛନ୍ତି।

ଘଟଣାକୁ ନେଇ ଭାରତୀୟ ସେନାକୁ ପ୍ରଶଂସା କରିଛନ୍ତି ବିଜୟ କୁମାର। ଇତିହାସରେ ପ୍ରଥମ ଥର ପାଇଁ 4 ମାସ ଭିତରେ 4 ଆତଙ୍କୀ ସଙ୍ଗଠନର ଦୁର୍ଦ୍ଦାନ୍ତ ଆତଙ୍କୀଙ୍କୁ ସେନା ନିପାତ କରିଛି। ଏହି ଟପ୍ ଆତଙ୍କୀ ଦମନ ପ୍ରକ୍ରିୟାରେ ଆତଙ୍କୀ ସଙ୍ଗଠନର କାର୍ଯ୍ୟକଳାପ ଓ ଗତିବିଧି ଉପରେ ରୋକ ଲଗା ଯାଇପାରିବ।

ଗତ ଦୁଇ ଦିନ ଧରି ହୋଇଥିବା ଏନକାଉଣ୍ଟରରେ ସେନା ସଫଳତାର ସହିତ ଆତଙ୍କୀ ନିପାତ କରିଥିବା ବେଳେ ଭାରତୀୟ ସେନାର କୌଣସି କ୍ଷୟକ୍ଷତି ହୋଇ ନାହିଁ। ଶନିବାର କୁଲଗାମରେ ହୋଇଥିବା ଆତଙ୍କୀ ଏନକାଉଣ୍ଟରରେ 2 ଆତଙ୍କୀ ନିହତ ହୋଇଥିବା ବେଳେ 2 ଜଣ ଖସି ପଳାଇବାରେ ସକ୍ଷମ ହୋଇଥିଲେ।

ସେଥିମଧ୍ୟରୁ ଜଣେ ଆତଙ୍କୀ ପାକିସ୍ତାନ ପଞ୍ଜାବ ପ୍ରଦେଶର। ଉକ୍ତ ଆତଙ୍କୀ ଜଣ ଗତ 3 ବର୍ଷ ଧରି କୁଲଗାମରେ ସକ୍ରିୟ ରହି ବିଭିନ୍ନ ଆତଙ୍କୀ କାର୍ଯ୍ୟକଳାପରେ ଘଟାଉ ଥିଲେ। ସେ ଜଣେ ସୁଟର ଓ ଆଇଡି ଏକ୍ସପର୍ଟ ବୋଲି ଜଣାପଡିଛି। ଏହି ସମୟରେ ଘଟଣାସ୍ଥଳରୁ ଏକେ 47, ପିସ୍ତଲ ଓ ବିସ୍ପୋରକ ସାମଗ୍ରୀ ଜବତ କରାଯାଇଥିବା ସେ କହିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.