ETV Bharat / bharat

ଅନଲକ-1: ଗୋରଖପୁର ମନ୍ଦିରରେ ପୂଜାର୍ଚ୍ଚନା କଲେ ମୁଖ୍ୟମନ୍ତ୍ରୀ ଯୋଗୀ

author img

By

Published : Jun 8, 2020, 8:49 AM IST

ଦୀର୍ଘ 2 ମାସ ଲକଡାଉନରେ ମନ୍ଦିର, ମସଜିଦ ଲକ ରହିବା ପରେ ଆଜି ସମସ୍ତ ଧାର୍ମିକ ଅନୁଷ୍ଠାନ ଖୋଲିବାକୁ ଅନୁମତି ଦିଆଯାଇଛି । ଅଧିକ ପଢନ୍ତୁ...

ଗୋରଖପୁର ମନ୍ଦିରରେ ପୂଜାର୍ଚ୍ଚନା କଲେ ମୁଖ୍ୟମନ୍ତ୍ରୀ ଯୋଗୀ

ଲକ୍ଷ୍ନୌ: ଅନଲକ-1ରେ ଆଜି ଦେଶର ସମସ୍ତ ଧାର୍ମିକ ଅନୁଷ୍ଠାନ ଖୋଲିଛି । ଉତ୍ତରପ୍ରଦେଶର ଗୋରଖପୁର ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । କୋରୋନା ସଂକ୍ରମଣ ପାଇଁ ଦୀର୍ଘ 2 ମାସ ହେବ ବନ୍ଦ ରହିଥିଲା ମନ୍ଦିର ।

କେନ୍ଦ୍ର ସରକାର ଅନଲକ ଜରିଆରେ ଦେଶରେ ସମସ୍ତ ମନ୍ଦିର, ମସଜିଦ ଖୋଲିବାକୁ ଅନୁମତି ମିଳିଛି । ଏଥିପାଇଁ ସ୍ବତନ୍ତ୍ର ଗାଇଡଲାଇନ ମଧ୍ୟ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରସ୍ତୁତ କରାଯାଇଛି । ସାମାଜିକ ଦୂରତା, ମାସ୍କ ଭଳି ନିୟମ କଟକଣା କଡାକଡି ରହିବ । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ ଉତ୍ତରପ୍ରଦେଶର ସମସ୍ତ ମସଜିଦ ଓ ମନ୍ଦିର ଖୋଲାଯାଇଛି । ଗୋରଖପୁର ଠାକରୁଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି ସିଏମ ଯୋଗୀ । ଏହି ମୁଖ୍ୟମନ୍ତ୍ରୀ ମାସ୍କ ପିନ୍ଧିଥିବାର ନଜର ଆସିଥିଲେ ।

ସେପଟେ, ଦେଶରେ ରବିବାର କୋରୋନା ପଜିଟିଭ ସଂଖ୍ୟା 24 ହଜାର 6628ରେ ପହଞ୍ଚିଛି । ସେହିପରି ମୃତ୍ୟୁ ସଂଖ୍ୟା 6929ରେ ପହଞ୍ଚିଛି । ମୋଟ 1 ଲକ୍ଷ 19 ହଜାର 2 ଶହ 93ଜଣ ସୁସ୍ଥ ହୋଇଥିବାବେଳେ ସକ୍ରିୟ ମାମଲା 1 ଲକ୍ଷ 20 ହଜାର 4 ଶହ 6 ରହିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.