ଲକ୍ଷ୍ନୌ: ତବଲିଗି ଜମାତ ଲୋକଙ୍କୁ ୟୁପି ସରକାରଙ୍କ ଚେତାବନୀ । ଏଣିକି ରୋଗ ଲୁଚାଇଲେ ତବଲୀଗ ଜମାତ ଲୋକଙ୍କ ଉପରେ ହେବ କଡା କାର୍ଯାନୁଷ୍ଠାନ । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, ତବଲିଗି ଜମାତ ଲୋକ କୋରୋନା ସଂକ୍ରମଣ ମାମଲା ଲୁଚାଇଥିବାରୁ କୋରୋନା ଭାଇରସ ଦ୍ରୁତ ଗତିରେ ବ୍ୟାପିଥିଲା । ଏଥିସହ ସେ କହିଛନ୍ତି, ତବଲିଗି ଜମାତୀଙ୍କ କାର୍ଯ୍ୟ ପ୍ରକୃତରେ ଆଶ୍ଚର୍ଯ୍ୟକର ଥିଲା ।
କାରଣ ରୋଗ ହେବା କୌଣସି ଅପରାଧ ନୁହେଁ । ରୋଗ ଜାଣିବା ପରେ ଚିକିତ୍ସା କରାଯିବ । କିନ୍ତୁ ତବଲିଗି ଜମାତ୍ ଲୋକ ଏହି ରୋଗକୁ ଲୁଚାଇ ଏହି ଭାଇରସକୁ ବ୍ୟାପିବାରେ ସାହାଯ୍ୟ କଲେ । ଏହାକୁ ଆଦୌ ସହ୍ୟ କରାଯିବ ନାହିଁ । ଏହାଛଡା ଯୋଗୀ ସରକାର କହିଛନ୍ତି ଯେ, ମୋତେ ଏହା କହିବାକୁ କୌଣସି ସଙ୍କୋଚ ଲାଗୁନାହିଁ ଯେ, ତବଲିଗି ଜମାତ ଲୋକଙ୍କ ଏହି ଭୁଲ ପାଇଁ ସମଗ୍ର ଦେଶରେ କୋରୋନା ଦ୍ରୁତ ଗତିରେ ବଢିଛି । ଏହାପରେ ପୋଲିସ ତବଲିଗି ଜମାତ ଲୋକଙ୍କୁ ଧରି କ୍ବାରେଣ୍ଟିନରେ ରଖିଥିଲେ ।
ସେଠାରେ ମଧ୍ୟ ଏମାନେ ସ୍ବାସ୍ଥ୍ୟକର୍ମୀ ଏବଂ ନର୍ସମାନଙ୍କ ସହ ର୍ଦୁବ୍ୟବହାର କରିଥିଲେ । ଯାହା ଫଳରେ ପ୍ରଥମେ ସେମାନଙ୍କୁ ବୁଝାସୁଝା କରାଯାଇଥିଲା । ପରେ ସେମାନେ ନମାନିବାରୁ କଡା କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା ।