ETV Bharat / bharat

ଦିନେ CBI କୋଠା ଫିତା କାଟିଥିଲେ, ଏବେ ରାତି କାଟିଲେ - ସିବିଆଇ ହେଡକ୍ବାର୍ଟର

ବୁଧବାର ରାତିରେ ଗିରଫ ହୋଇଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ପି. ଚିଦାମ୍ବରମ୍‌ । ହେଲେ ଏହି ଗିରଫଦାରୀକୁ ନେଇ ଚିଦାମ୍ବରମ ହୁଏତ କେବେ ଭାବି ବି ନଥିବେ କି ଯେଉଁ ସଂସ୍ଥାର ହେଡକ୍ବାର୍ଟରକୁ ଦିନେ ସେ ଉଦ୍‌ଘାଟନ କରିଥିଲେ, ସେଠାରେ ତାଙ୍କୁ ରାତି ବିତାଇବାକୁ ହେବ ।

ଫାଇଲ ଫଟୋ
author img

By

Published : Aug 22, 2019, 5:13 PM IST

ନୂଆଦିଲ୍ଲୀ: ବୁଧବାର ରାତିରେ ଗିରଫ ହୋଇଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ପି. ଚିଦାମ୍ବରମ୍‌ । ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଚିଦାମ୍ବରମଙ୍କୁ ଗିରଫ କରିଛି ସିବିଆଇ ।

ହେଲେ ଏହି ଗିରଫଦାରୀକୁ ନେଇ ଚିଦାମ୍ବରମ ହୁଏତ କେବେ ଭାବି ବି ନଥିବେ କି ଯେଉଁ ସଂସ୍ଥାର ହେଡକ୍ବାର୍ଟରକୁ ଦିନେ ସେ ଉଦ୍‌ଘାଟନ କରିଥିଲେ, ସେଠାରେ ତାଙ୍କୁ ରାତି ବିତାଇବାକୁ ହେବ । ସୂଚନା ଅନୁଯାୟୀ 2011 ମସିହା, ଜୁନ 30ରେ ଦିଲ୍ଲୀ ଲୋଧି ରୋଡରେ ସିବିଆଇର ସେହି ହେଡକ୍ବାର୍ଟରକୁ ଚିଦାମ୍ବରମ୍‌ ଉଦ୍‌ଘାଟନ କରିଥିଲେ, ଯେଉଁଠାରେ ବୁଧବାର ଗିରଫ ହେବା ପରେ ତାଙ୍କୁ ରାତି ବିତାଇବାକୁ ପଡିଥିଲା ।

ସିବିଆଇ ଚିଦାମ୍ବରମଙ୍କ ଗିରଫଦାରୀ ନେଇ ପୂର୍ବରୁ ନୋଟିସ ଜାରି କରିଥିଲେ ମଧ୍ୟ ଏହାକୁ ଅଣଦେଖା କରି କଂଗ୍ରେସ ହେଡକ୍ବାର୍ଟରରେ ଆୟୋଜିତ ଏକ ଦଳୀୟ ବୈଠକରେ ସେ ପହଞ୍ଚିଥିଲେ । ବୈଠକରେ ସେ ନିଜ ଉପରେ ଲାଗିଥିବା ଆରୋପକୁ ମିଛ କହିବା ସହ ଏହା ଚିରାଚରିତ ମିଥ୍ୟାବାଦୀଙ୍କ କାମ ବୋଲି ଆକ୍ଷେପ କରିଥିଲେ ।

ସେପଟେ ଦଳୀୟକର୍ମୀ ଏହାକୁ କେନ୍ଦ୍ର ସରକାରଙ୍କ ପ୍ରତିଶୋଧାତ୍ମକ କାର୍ଯ୍ୟାନୁଷ୍ଠାନ ବୋଲି କହିଛନ୍ତି।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.