ETV Bharat / bharat

ଆର୍ଥିକ ପ୍ୟାକେଜ ଗରିବଙ୍କ ପାଇଁ ଏକ ନିଷ୍ଠୁର ପଦକ୍ଷେପ: ଚିଦାମ୍ବରମ - ଆର୍ଥିକ ପ୍ୟାକେଜ ଗରିବଙ୍କ ପାଇଁ ଏକ ନିଷ୍ଠୁର ପଦକ୍ଷେପ

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଘୋଷିତ 20 ଲକ୍ଷ କୋଟି ଅର୍ଥନୈତିକ ପ୍ୟାକେଜର କିଛି ଅଂଶ ଉନ୍ମୋଚନ କରିବା ପରେ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ ପ୍ରତ୍ୟେକ ଦିନ ପରିଶ୍ରମ କରୁଥିବା ଲୋକଙ୍କୁ ଏହା ଏକ ନିଷ୍ଠୁର ଦିଗ ବୋଲି କହିଛନ୍ତି।

Chidambaram
ଚିଦାମ୍ବରମ
author img

By

Published : May 14, 2020, 12:06 PM IST

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଘୋଷିତ 20 ଲକ୍ଷ କୋଟି ଅର୍ଥନୈତିକ ପ୍ୟାକେଜର କିଛି ଅଂଶ ଉନ୍ମୋଚନ କରିବା ପରେ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ ପ୍ରତ୍ୟେକ ଦିନ ପରିଶ୍ରମ କରୁଥିବା ଲୋକଙ୍କୁ ଏହା ଏକ ନିଷ୍ଠୁର ଦିଗ ବୋଲି କହିଛନ୍ତି।

ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବାବେଳେ ଚିଦାମ୍ବରମ୍ କହିଛନ୍ତି, ‘ଅର୍ଥମନ୍ତ୍ରୀ ଆଜି ଯାହା କହିଛନ୍ତି ସେଥିରେ କିଛି ନାହିଁ, କାରଣ ଗରିବ, ଭୋକିଲା ଓ ପ୍ରବାସୀ ଶ୍ରମିକଙ୍କ ଅଭାବ, ନିଜ ନିଜ ରାଜ୍ୟକୁ ଫେରିଛନ୍ତି। ଯେଉଁମାନେ ପ୍ରତିଦିନ ପରିଶ୍ରମ କରନ୍ତି ସେମାନଙ୍କ ପ୍ରତି ଏହା ଏକ ନିଷ୍ଠୁର ଦିଗ’ ।

କଂଗ୍ରେସର ବରିଷ୍ଠ ନେତା କହିଛନ୍ତି, ‘ସାମାନ୍ୟ ଏମ୍ଏସ୍ଏମ୍ଇ ପ୍ୟାକେଜ୍ ବ୍ୟତୀତ ଅର୍ଥମନ୍ତ୍ରୀଙ୍କ ଘୋଷଣାରେ ସମ୍ପୂର୍ଣ୍ଣ ନିରାଶ ହୋଇଛି ’। ଏହାସହ ଏମଏସଏମଇର ପରିଭାଷା ପରିବର୍ତ୍ତନକୁ ଚିଦାମ୍ବରମ୍ ସ୍ବାଗତ କରିଛନ୍ତି । ସେ ପ୍ରଶ୍ନ କରିଛନ୍ତି ଯେ ସରକାର 20 ଲକ୍ଷ କୋଟି ମଧ୍ୟରୁ ମାତ୍ର 3.6 ଲକ୍ଷ କୋଟିର ହିଁ ଘୋଷଣା କଲେ ବାକି 16.4 ଲକ୍ଷ କୋଟି ବିଷୟରେ କହିନାହାଁନ୍ତି ।

ପ୍ରବାସୀ ଶ୍ରମିକଙ୍କ ସଙ୍କଟକୁ ସ୍ବୀକାର କରିବାକୁ ସରକାର ମନା କରୁଥିବା ସେ ଅଭିଯୋଗ କରିଛନ୍ତି । 1948 ପରଠାରୁ ଆମ ଦେଶର ସବୁଠାରୁ ବଡ ମାନବିକ ସଙ୍କଟ ଯାହାକୁ ସରକାର ସ୍ବୀକାର କରିବାକୁ ମନା କରୁଛନ୍ତି। ଶ୍ରମ ଆଇନ ସଂସ୍କାର ପ୍ରସଙ୍ଗରେ ବକ୍ତବ୍ୟ ରଖି ଚିଦାମ୍ବରମ୍ କହିଛନ୍ତି, ‘ବିଜେପି ଶାସିତ ରାଜ୍ୟ ସରକାରଙ୍କ ଦ୍ବାରା ଶ୍ରମ ଆଇନ ପରିବର୍ତ୍ତନ ଆଣିବା ପାଇଁ ଏହା ଭୁଲ ସମୟ ’।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.