ETV Bharat / bharat

ସାମାଜିକ ଦୂରତା ନ ରଖି ଶହ ଶହ ଲୋକଙ୍କୁ ମାସ୍କ ବାଣ୍ଟିଲେ ନେତା

author img

By

Published : Jun 23, 2020, 7:49 AM IST

କୋଭିଡ ଗାଇଡଲାଇନକୁ ପୁଣି ଜଣେ ନେତାଙ୍କ ଉଲ୍ଲଙ୍ଘନ । ଜନ୍ମଦିନ ପାଳିବାକୁ ଯାଇ ସଂକ୍ରମଣ ଭିତରକୁ ଠେଲି ହୋଇଯାଇଛନ୍ତି ଅନେକ ଲୋକେ । ଅଧିକ ପଢନ୍ତୁ...

ଜନ୍ମଦିନ ଅବସରରେ ଶହ ଶହ ଲୋକଙ୍କୁ ମାସ୍କ ବାଣ୍ଟିଲେ ନେତା

ରାୟପୁର: ପୁଣି କୋଭିଡ ଗାଇଡଲାଇନକୁ ନେତାଙ୍କ ଉଲ୍ଲଙ୍ଘନ । ସାମାଜିକ ଦୂରତା ଭାଙ୍ଗିଲେ ପୁଣି ଜଣେ ନେତା । କୋରୋନା ସଂକ୍ରମଣରୁ ଦୂରେଇ ରହିବାକୁ ହେଲେ ପରସ୍ପର ଠାରୁ ଦୂରତା ରଖିବାକୁ ପଡିବ । ହେଲେ ଜନତାକୁ ସଚେତନ କରିବା ବଦଳରେ ଜନ ପ୍ରତିନିଧିଙ୍କ ଦ୍ବାରା ଏହି ନିୟମକୁ ବେଖାତିର କରାଯାଉଛି ।

ଛତିଶଗଡ ଅମିକାପୁର ସୁରଗୁଜା ଅଞ୍ଚଳର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଅମରଜିତ ଭାଗତ ଏହି ନିୟମ ଭାଙ୍ଗି ଥିବା ଅଭିଯୋଗ ହୋଇଛି । ମନ୍ତ୍ରୀ ନିଜ ଜନ୍ମଦିନ ଅବସରରେ ସାମାଜିକ ଦୂରତା ନରଖି ଲୋକଙ୍କୁ ମାସ୍କ ଓ କମ୍ବଳ ବଣ୍ଟନ କରିଥିଲେ । କେତେକ ମାସ୍କ ମଧ୍ୟ ପିନ୍ଧିନଥିଲେ।

ସେପଟେ, ମନ୍ତ୍ରୀ ଗଣ ମାଧ୍ୟମରେ କହୁଛନ୍ତି ବର୍ତ୍ତମାନ ଦେଶରୁ କୋରୋନା ଶେଷ ହୋଇନାହିଁ । ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ଓ ସାନିଟାଇଜର ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ । ଆମକୁ ଆଲର୍ଟ ରହିବାକୁ ପଡିବ ।

ସୂଚନାଯୋଗ୍ୟ, ଦେଶରେ ଅନଲକ-1.0 ଲାଗୁ ହେବା ପରେ କୋରୋନା ପରିସ୍ଥିତି ଭୟଙ୍କର ରୂପ ବଢିବାରେ ଲାଗିଛି । ଦେଶରେ ମୃତ୍ୟୁ ସଂଖ୍ୟା ବଢୁଛି । ମଙ୍ଗଳବାର(ଆଜି) ରିପୋର୍ଟ ମୁତାବକ ଗୋଟିଏ ଦିନରେ 445 କୋରୋନା ମୃତ୍ୟୁ ହୋଇଛି । 14 ହଜାର 821 ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ଦେଶରେ ମୋଟ ସଂକ୍ରମିତ ସଂଖ୍ୟା 4.25 ଲକ୍ଷରେ ପହଞ୍ଚିଛି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି,ଗତ 24 ଘଣ୍ଟାରେ 9440 କୋରୋନା ଆକ୍ରାନ୍ତ ଏବେ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ଦେଶରେ ସୁସ୍ଥହାର 55.77 ପ୍ରତିଶତ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.