ରାୟପୁର: ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡର ଅଭିଯୁକ୍ତଙ୍କୁ ଏନକାଉଣ୍ଟରର ଘଟଣାରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ପ୍ରତିକ୍ରିୟା ରଖିଛନ୍ତି।
ଏନେଇ ଛତିଶଗଡ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଯେତେବେଳେ ଅପରାଧୀ ପଳାୟନ କରିବାକୁ ଉଦ୍ୟମ କରେ ସେତେବେଳେ ପୋଲିସ ପାଖରେ ଏନକାଉଣ୍ଟର ବ୍ୟତୀତ କୌଣସି ପନ୍ଥା ନାହିଁ। ପୀଡିତା ସହ ନ୍ୟାୟ ହୋଇଥିବା ସେ ଉଲ୍ଲେଖ କରିଛନ୍ତି।