ETV Bharat / bharat

ଲାଲ ଆତଙ୍କୀଙ୍କୁ ନିପତ କରିବେ ‘ସ୍ପେଶାଲ-30’ - Dantewada

ସର୍ବାଧିକ ମାଓ ପ୍ରବଣ ଇଲାକା ବସ୍ତର ଓ ଦାନ୍ତେୱାଡା ଅଞ୍ଚଳରେ ନକ୍ସଲ ଦମନ, ହିଂସା ନିୟନ୍ତ୍ରଣ ପାଇଁ ସ୍ପେଶାଲ-30 ଟିମ୍ ଗଠନ ହୋଇଛି । ଏହି ଟିମରେ 30 ଜଣ ଆଣ୍ଟି-ନକ୍ସଲ କମାଣ୍ଡୋ ରହିଛନ୍ତି ।

ଡିଜାଇନ ଫଟୋ
author img

By

Published : May 13, 2019, 11:24 AM IST

Updated : May 14, 2019, 12:04 AM IST

ରାୟପୁର: କଥାରେ ଅଛି କଣ୍ଟାକୁ କଣ୍ଟାରେ ଖୋଳାଯାଏ । ଏହି ନିୟମକୁ ଆପେଣାଇଛି ଛତିଶଗଡ ପୋଲିସ । ସର୍ବାଧିକ ମାଓ ପ୍ରବଣ ଇଲାକା ବସ୍ତର ଓ ଦାନ୍ତେୱାଡା ଅଞ୍ଚଳରେ ନକ୍ସଲ ଦମନ, ହିଂସା ନିୟନ୍ତ୍ରଣ, ତଥା ନକ୍ସଲଙ୍କୁ ଶାସ୍ତି ବିଧାନ ପାଇଁ 30 ଜଣିଆ ମହିଳା ଆଣ୍ଟି-ନକ୍ସଲ କମାଣ୍ଡୋ ଯାତ୍ରା କରିଛନ୍ତି । ଏହି ଟମରେ ଅଛନ୍ତି 5 ଜଣ ଆତ୍ମସମର୍ପଣକାରୀ ମାଓବାଦୀ ।

ଭିଡିଓ ସୌଜନ୍ୟ: ଏଏନଆଇ

ଏହି ସ୍କ୍ବାଡର ନାଁ ରଖାଯାଇଛି 'ଦନ୍ତେଶ୍ୱରୀ ଲଡାକେ' । ଏହି କମାଣ୍ଡୋଙ୍କ ବିଶେଷତ୍ବ ହେଲା ଏହି ଗ୍ରୁପରେ ପୂର୍ବରୁ ନକ୍ସଲ ଭାବରେ ସକ୍ରିୟ ଥିବା କିଛି ମହିଳା ମାଓ କମାଣ୍ଡୋ ରହିଛନ୍ତି । ଏବେ ଏମାନଙ୍କୁ ମାଓବାଦୀଙ୍କ ଯମଦୂତ ସଜେଇ ମାଓ ଗଡକୁ ପଠାଇଛି ପୋଲିସ ।

ଛତିଶଗଡ଼ର ବସ୍ତର ଆଇଜି ବିବେକାନନ୍ଦ ସିହ୍ନାଙ୍କ କହିବା ଅନୁଯାୟୀ ଏହା ମହିଳା ସଶକ୍ତିକରଣର ଏକ ଜ୍ବଳନ୍ତ ଉଦାହରଣ । ସମସ୍ତ କମାଣ୍ଡୋ ନିଜ କର୍ତ୍ତବ୍ୟ ସ୍ବଚାରୁରୂପେ ସମ୍ପାଦନା କରିବା ସହ ମାଓ ଗଡକୁ ଭେଦ କରି ସୁରକ୍ଷାବାହିନୀଙ୍କ ପାଇଁ ସଫଳତା ଆଣି ଦେବେ ।

ଏଠାରେ ସୂଚନାଯୋଗ୍ୟ ଯେ ପୂର୍ବରୁ ଛତିଶଗଡ ପୋଲିସ ଓ ପାରା ମିଲିଟାରୀ ଫୋର୍ସରେ ମହିଳାଙ୍କୁ ନିଯୁକ୍ତି ମିଳିଥିଲା । କିନ୍ତୁ ପ୍ରଥମ ଥର ଲାଗି ମାଓ ଦମନରେ ଲାଲ ଆତଙ୍କୀଙ୍କ ସହ ସାମ୍ନାସାମ୍ନି ଲଢେଇ ପାଇଁ ମହିଳା କମାଣ୍ଡୋଙ୍କୁ ନିଯୁକ୍ତି ମିଳିଛି ।

Intro:Body:

sdg

Conclusion:
Last Updated : May 14, 2019, 12:04 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.