ETV Bharat / bharat

ଦନ୍ତେଓ୍ବାଡାରୁ 60 କେଜିର ଆଇଡି ଜବତ କଲା ପୋଲିସ

author img

By

Published : Sep 29, 2019, 3:19 PM IST

ଦନ୍ତେଓ୍ବାଡାରୁ ବିପୁଳ ପରିମାଣର ବିସ୍ପୋରକ ସାମଗ୍ରୀ ଜବତ କରିଛି ପୋଲିସ । ପୂର୍ବତନ ସିଏମ ରମଣ ସିଂହଙ୍କୁ ଟାର୍ଗେଟ କରି ଏହା ବିଛାଯାଇଥିବା ସନ୍ଦେହ କରୁଛି ପୋଲିସ ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ରାୟପୁର: ଛତିଶଗଡର ନକ୍ସଲମାନେ ଯବାନଙ୍କୁ ଟାର୍ଗେଟ କରି ଦନ୍ତେଓ୍ବାଡାର କଟେକଲ୍ୟାଣ ଥାନା କ୍ଷେତ୍ରରେ ବ୍ରିଜ ତଳେ 60 କେଜିର ଆଇଡି ପ୍ଲାଣ୍ଟ ତିଆରି କରିଥିଲେ । କିନ୍ତୁ ସୁରକ୍ଷାବଳ ଏହାକୁ ଜବତ କରି ନକ୍ସଲଙ୍କ ସମସ୍ତ ଯୋଜନାକୁ ପଣ୍ଡ କରିଛନ୍ତି । ତେବେ ଏହି ଆଇଡି ପୂର୍ବତନ ସିଏମ ରମଣ ସିଂହଙ୍କୁ ଟାର୍ଗେଟ କରି ବିଛାଯାଇଥିବା ସନ୍ଦେହ କରୁଛି ପୋଲିସ ।

ସୂଚନା ମୁତାବକ, ଶନିବାର ସକାଳୁ ପୋଲିସକୁ ଏହି ଖବର ମିଳିଥିଲା । ଏହାପରେ ଘଟଣାସ୍ଥଳରେ ପୋଲିସ ଓ ସିଆରପିଏଫ ଜବାନ ପହଞ୍ଚି ଉକ୍ତ ଆଇଡି ପ୍ଲାଣ୍ଟକୁ ନିଷ୍କ୍ରିୟ କରିଥିଲେ । ଉକ୍ତ ସ୍ଥାନରୁ 2ଟି କଣ୍ଟେନର ଓ 250 ମିଟରର ତାର ଓ 250 ରୁ ଉର୍ଦ୍ଧ୍ବ ଛଡ ଜବତ କରିଛି ।

ପୋଲିସ କ୍ୟାପ୍ଟେନ ଅଭିଷେକ ପଲ୍ଲବଙ୍କ କହିବାନୂଯାୟୀ, ଉକ୍ତ ରାସ୍ତା ଦେଇ ପୂର୍ବତନ ସିଏମ ରମଣ ସିଂହ ଯିବାର ଥିଲା ଯେଉଁଥିପାଇଁ ନକ୍ସଲ ମାନେ ଏଭଳି କାଣ୍ଡ ଘଟାଇଥିବା ଆଶଙ୍କା କରାଯାଉଛି । ତେବେ ସୁରକ୍ଷାକୁ ଆଖିଆଗରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ରମଣ ସିଂହଙ୍କ ଗସ୍ତକୁ ରଦ୍ଦ କରିଦିଆଯାଇଥିଲା ।

Intro:Body:

testing2

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.