ନୂଆଦିଲ୍ଲୀ: ଜେଏନୟୁ ବିବାଦ ଉପରେ ଟ୍ବିଟରେ ମତ ଦେଇ ୟୁଜର୍ସଙ୍କ ଟ୍ରୋଲର ଶିକାର ହେଲେ ଲେଖକ ଚେତନ ଭଗତ୍। କେବଳ ସେତିକି ନୁହେଁ ସେ ୟୁଜର୍ସଙ୍କ ସମର୍ଥନ ମଧ୍ୟ ପାଇଛନ୍ତି। କାରଣ ତାଙ୍କର ସେହି ଟ୍ବିଟ 7 ହଜାର ଥର ରିଟ୍ବିଟ ହେବା ସହ 41.5 ହଜାର ଲାଇକ୍ ପାଇଛି।
ସେ ଟ୍ବିଟ କରି ଲେଖିଛନ୍ତି, 'ଜେଏନୟୁ କେବଳ ଏକ କଲେଜ। ଭାରତରେ 40 ହଜାରରୁ ଊର୍ଦ୍ଧ୍ବ କଲେଜ ରହିଛି। ମୁଁ ଭାବୁଛି ଏହା ଏତେ ଗୁରୁତ୍ବପୂର୍ଣ୍ଣ ନୁହେଁ। ଏହାର ଏକ ନିୟନ୍ତ୍ରଣ ସୀମା ରହିଛି କି ଗୋଟେ କଲେଜକୁ କେତେ ପରିମାଣର ଗୁରୁତ୍ବ ଦିଆଯିବା ଦରକାର। ଦେଶର 1.2 ବିଲିୟନ ଲୋକଙ୍କ ବହୁତ ଅସୁବିଧା ଲାଗିରହିଛି।’
ଟ୍ବିଟରେ ଆସିଥିବା ଅନେକ ଗୁଡିଏ ମଜ୍ଜାଦାର କମେଣ୍ଟ ମଧ୍ୟରୁ ଜଣେ ୟୁଜର୍ସ ଲେଖିଛନ୍ତି, ‘ଜେଏନୟୁ ଏକ କଲେଜ ନୁହେଁ। ଏହା ଏକ ବିଶ୍ବବିଦ୍ୟାଳୟ। ଏହାଏକ କୀଟପତଙ୍ଗ ପୂର୍ଣ୍ଣ କ୍ଷେତ। ଯେମିତି ଜଣେ ଚାଷୀ ଫସଲ ସମୟରେ ସଫା କରି ଫୋଡିଦିଏ। ତମେ ଜଣେ ଲେଖକ ଏ ବିଷୟରେ ଜାଣି ପାରିବ ନାହିଁ। ’