ପଞ୍ଜାବ: ଭାରତୀୟ ବାୟୁସେନାର ଚେତକ ହେଲିକପ୍ଟର ଗୁରୁବାର ପଞ୍ଜାବରେ ଜରୁରୀ ଅବତରଣ କରିଛି । ସୂଚନା ମୁତାବକ ହେଲିକପ୍ଟରଟି ପଞ୍ଜାବର ପଟିଆଲା ଠାରୁ ଉଡାଣ ଭରିଥିଲା । ମାତ୍ର ହେଲିକପ୍ଟରରେ କୌଣସି ଯାନ୍ତ୍ରିତ ତ୍ରୁଟି ଦେଖାଯିବାରୁ ଏହା ପଞ୍ଜାବର ବନ ମରଜା ଗ୍ରାମରେ ଜରୁରୀ ଅବତରଣ କରିଥିଲା ।
ଏଥିରେ କାହାର କୌଣସି କ୍ଷୟକ୍ଷତି ହୋଇ ନଥିବା ସୂଚନା ମିଳିଛି । ତେବେ ଚେତକ ହେଲିକପ୍ଟରର ପାଇଲଟ ସହ ସମସ୍ତ ସଦସ୍ୟ ମଧ୍ୟ ସୁରକ୍ଷିତ ଅଛନ୍ତି । ଏହି ଖବର ପାଇବା ପରେ ଭାରତୀୟ ବାୟୁସେନା ପକ୍ଷରୁ ଅନ୍ୟଏକ ହେଲିକପ୍ଟରକୁ ଘଟଣାସ୍ଥଳକୁ ପଠାଯାଇ ସେନା ପକ୍ଷରୁ ତଦନ୍ତ କରାଯାଉଛି ।