ETV Bharat / bharat

ଜିନ୍ସ ପ୍ୟାଣ୍ଟରେ ସୁନା ଚୋରା ଚାଲାଣ, 2 ଅଟକ

author img

By

Published : Aug 6, 2020, 8:42 PM IST

ସୁନା ଚୋରା ଚାଲାଣର ନୂଆ ତରିକା । ଦୁବାଇରେ 2 ଯାତ୍ରୀ ଜିନ୍ସ ପ୍ୟାଣ୍ଟର ଅଣ୍ଟା ପାଖରେ ସୁନା ପାଉଚ ଚୋରା ଚାଲାଣ କରୁଥିବାବେଳେ ଧରିଲା ଚେନ୍ନାଇ କଷ୍ଟମର ଏୟାର ଇଣ୍ଟେଲିଜେନ୍ସ ୟୁନିଟ୍ । ଏହାର ମୋଟ ଓଜନ 731 ଗ୍ରାମ ହୋଇଥିବାବେଳେ ଏହାର ମୂଲ୍ୟ 34 ଲକ୍ଷ 50 ହଜାର ବୋଲି ଜଣାପଡିଛି । ଦୁଇ ଯାତ୍ରୀଙ୍କୁ ଅଧିକ ପଚରାଉଚରା କରୁଛି କଷ୍ଟମ ବିଭାଗ ।

ଜିନ୍ସ ପ୍ୟାଣ୍ଟରେ ଖୁଞ୍ଚି ସୁନା ଚୋରା ଚାଲାଣ, 2 ଅଟକ

ଚେନ୍ନାଇ: ସୁନା ଚୋରା ଚାଲାଣର ନୂଆ ତରିକା । ଦୁବାଇରେ 2 ଯାତ୍ରୀ ଜିନ୍ସ ପ୍ୟାଣ୍ଟର ଅଣ୍ଟା ପାଖରେ ସୁନା ପାଉଚ ଚୋରା ଚାଲାଣ କରୁଥିବାବେଳେ ଧରିଲା ଚେନ୍ନାଇ କଷ୍ଟମର ଏୟାର ଇଣ୍ଟେଲିଜେନ୍ସ ୟୁନିଟ୍ । ତାଙ୍କ ନିକଟରୁ 4 ଟି ସୁନା ପାଉଚ ଜବତ ହୋଇଥିବା ଜଣାପଡିଛି ।

ଦିଲ୍ଲୀର କଷ୍ଟମ୍ ମୁଖପାତ୍ର ଦେଇଥିବା ସୂଚନା ଅନୁଯାୟୀ ଉଭୟ ଯାତ୍ରୀ କାଶିମାନି କଲୋଞ୍ଜୀ ଏବଂ ମୁରୁଗାନ୍ ଚନ୍ଦନ ବୋଲି ଜଣାପଡିଛି । ଏହି ଲୋକମାନେ ଗ୍ରୀନ୍ ଜୋନ ପାର ହେଉଥିବାବେଳେ ଉଭୟ ଧରାପଡିଥିଲେ ।

ଏହାପରେ ଅଧିକାରୀମାନେ ସେମାନଙ୍କୁ ସନ୍ଦେହ କରିଥିଲେ । ସେମାନଙ୍କଠାରୁ ଚାରି ପାଉଣ୍ଡ ସୁନା ପେଷ୍ଟ ଉଦ୍ଧାର କରାଯାଇଥିଲା। ସୁନାର ମୂଲ୍ୟ 34 ଲକ୍ଷ 50 ହଜାର ବୋଲି ଜଣାପଡିଛି ।

ସୁନା ପେଷ୍ଟରୁ ସୁନା ବାହାର କରିବା ପରେ ଏହାର ମୋଟ ଓଜନ 731 ଗ୍ରାମ ବୋଲି କୁହାଯାଉଛି । ଏହା 24 କ୍ୟାରେଟ ସୁନା ବୋଲି ଜଣାପଡିଛି । ଏହି ମାମଲାରେ ଦୁଇ ଯାତ୍ରୀଙ୍କୁ ଅଧିକ ପଚରାଉଚରା ପାଇଁ ପୋଲିସ ହେପାଜତକୁ ନେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.