ETV Bharat / bharat

ବାର୍ଥଡେ କେକକୁ ନେଇ ଜଣଙ୍କୁ ହତ୍ୟା, 5 ଗିରଫ

ତାମିଲନାଡୁରେ ଏକ ବାର୍ଥଡେ କେକକୁ ନେଇ ଆରମ୍ଭ ହୋଇଥିବା ବିବାଦର ଅନ୍ତ ହତ୍ୟାକାଣ୍ଡରେ ପରିଣତ ହୋଇଛି । ଚେନ୍ନାଇ ପୋଲିସ ଏନେଇ ଜଣଙ୍କ ହତ୍ୟା ଅଭିଯୋଗରେ କେକ ବେକେରୀର 5 ଜଣଙ୍କୁ ଗିରଫ କରିଛି ।

birthday cake ends in murder
ବାର୍ଥଡେ କେକକୁ ନେଇ ହତ୍ୟାକାଣ୍ଡ
author img

By

Published : Jan 6, 2020, 5:51 PM IST

ଚେନ୍ନାଇ: ଜନ୍ମଦିନ କେକକୁ ନେଇ ତୁମୁଳକାଣ୍ଡ । ତାମିଲନାଡୁରେ ଏକ ବାର୍ଥଡେ କେକକୁ ନେଇ ଆରମ୍ଭ ହୋଇଥିବା ବିବାଦର ଅନ୍ତ ହତ୍ୟାକାଣ୍ଡରେ ପରିଣତ ହୋଇଛି । ଚେନ୍ନାଇ ପୋଲିସ ଏନେଇ ଜଣଙ୍କ ହତ୍ୟା ଅଭିଯୋଗରେ କେକ ବେକେରୀର 5 ଜଣଙ୍କୁ ଗିରଫ କରିଛି ।

ଡିସେମ୍ବର 31, 2019ରେ ପୁନଥୋପ କଲୋନୀରେ ରହିବାକୁ ଥିବା ଦୁଇ ସାଙ୍ଗ କୁମାର ଓ ପୁଷ୍ପରାଜନଙ୍କର ଏକ ଗ୍ୟାଙ୍ଗ ସହ ମାରପିଟ ହୋଇଥିଲା । ଏମାନେ ଅର୍ଡର କରିଥିବା ଜନ୍ମଦିନ କେକର ଡେଲିଭରୀରେ ବିଳମ୍ବ ହେବାକୁ ନେଇ ବେକେରୀ କର୍ମଚାରୀଙ୍କ ସହ ବିବାଦ ହୋଇଥିଲା ।

ଡେସେମ୍ବର 31 ରେ କୁମାରର ଜନ୍ମଦିନ ଥିଲା । ଦୁହେଁ ଜନ୍ମଦିନ ସେଲିବ୍ରେଟ କରିବାକୁ ଯାଇ କେକ ଅର୍ଡର ଦେଇଥିଲେ । ମାତ୍ର କେକ ଡେଳିଭରୀ ଦେବାରେ ବିଳମ୍ବ ହେବାରୁ ଏହାକୁ ନେଇ ବେକେରୀ କର୍ମଚାରୀଙ୍କ ସହ କଥା କଟାକଟି ହୋଇଥିଲା । ଏହାସହ କେକର ଡିଜାଇନ ନେଇ ମଧ୍ୟ ଝଗଡା ହୋଇଥିଲା ।

ଏନେଇ ପୋଲିସର କହିବା କଥା, ଏହି ବିବାଦ ପରେ ଦୁଇ ସାଙ୍ଗ ଘରକୁ ଫେରୁଥିବା ସମୟରେ ରାସ୍ତାରେ 10 ଜଣ ତାଙ୍କ ଉପରକୁ ମାରଣାସ୍ତ୍ର ଧରି ସଙ୍ଘବଦ୍ଧ ଆକ୍ରମଣ କରିଥିଲେ । ଯେଉଁଥିରେ ଉଭୟ ଗୁରୁତର ହୋଇଥିବାବେଳେ ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ପୁଷ୍ପରାଜନର ମୃତ୍ୟୁ ଘଟିଛି ।

ଏହାକୁ ନେଇ ପୋଲିସ ଏକ ମାମଲା ରୁଜୁ କରିବା ସହ 5 ଜଣଙ୍କୁ ହତ୍ୟା ଅଭିଯୋଗରେ ଗିରଫ କରି ପଚରାଉଚରା ଜାରି ରଖିଛି । ଅନ୍ୟ ସନ୍ଦିଗ୍ଧଙ୍କୁ ଧରିବାକୁ ପୋଲିସ ଖୋଳତାଡ ଜାରି ରଖିଥିବାବେଳେ ପ୍ରାଥମିକ ତଦନ୍ତରୁ ଅଭିଯୁକ୍ତମାନେ ବେକେରୀ କର୍ମଚାରୀଙ୍କ ସହ ବନ୍ଧୁତା ଥିବା ଜଣାପଡିଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.