ETV Bharat / bharat

ଚେନ୍ନାଇ ବିମାନବନ୍ଦରରୁ 19.4 ଲକ୍ଷ ଟଙ୍କାର ସୁନା ଚେନ ଓ ସିଗାରେଟ ଜବତ

author img

By

Published : Feb 9, 2020, 9:19 PM IST

ଚେନ୍ନାଇ ବିମାନବନ୍ଦରରୁ ଲକ୍ଷାଧିକ ଟଙ୍କାର ସୁନା ଚେନ ଓ ଦାମିକିଆ ସିଗାରେଟ ଚୋଲାଚାଲାଣକାରୀଙ୍କ ଠାରୁ ଜବତ କରିଛି କଷ୍ଟମ ବିଭାଗ । ଏ ନେଇ ଦୁଇ ଜଣଙ୍କୁ ଗିରଫ କରିଛି ।

chennai-airport-two-smuggler-arrested-by-custom-officials
ଚେନ୍ନାଇ ବିମାନ ବନ୍ଦରରେ 19.4 ଲକ୍ଷ ଟଙ୍କାର ସୁନା ଚେନ ଓ ସିଗାରେଟ ଜବତ

ଚେନ୍ନାଇ: ଲକ୍ଷାଧିକ ଟଙ୍କାର ସୁନା ଓ ବ୍ରାଣ୍ଡେଡ ସିଗାରେଟ ଜବତ । ଚେନ୍ନାଇ ବିମାନବନ୍ଦରରୁ ଲକ୍ଷାଧିକ ଟଙ୍କାର ସୁନା ଚେନ ଓ ଦାମିକିଆ ସିଗାରେଟ ଜବତ କରିଛି କଷ୍ଟମ ବିଭାଗ । ଏ ନେଇ ଦୁଇ ଜଣକୁ ଗିରଫ କରାଯାଇଛି ।

କଷ୍ଟମ ବିଭାଗର କମିଶନଙ୍କ କହିବା ଅନୁଯାୟୀ ଦୁବାଇ ଏମିରେଟସ ବିମାନରୁ ଓହ୍ଲାଇ ଚେନ୍ନାଇ ବିମାନବନ୍ଦରରୁ ବାହାରିବାବେଳେ ଦୁଇ ଜଣଙ୍କୁ କଷ୍ଟମ ବିଭାଗ ଦ୍ବାରା ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ସୁନା ଚେନ 14.6 ଲକ୍ଷ ଟଙ୍କା ହୋଇଥିବାବେଳେ 98ଟି କାର୍ଟୁନରେ ଦାମିକିଆ ସିଗାରେଟ 4.7 ଲକ୍ଷ ଟଙ୍କାର ଜବତ କରାଯାଇଛି ।

ମୁସ୍ତଫା ନାମକ ବ୍ୟକ୍ତିଙ୍କ ଟ୍ରାଉଜରରୁ 348 ଗ୍ରାମର 3ଟି ସୁନା ଚେନ ଏବଂ ସିକନ୍ଦର ନାମକ ବ୍ୟକ୍ତିଙ୍କ ବ୍ୟାଗ ଚେକିଂ ସମୟରେ 98 କାର୍ଟୁନରେ ଗୁଡାଙ୍ଗ ଗରୋମ ନାମକ ସିଗାରେଟ ମୋଟ 23520ଟି କଷ୍ଟମ ବିଭାଗର 1962 କଷ୍ଟମ ଆଇନ ଅନୁଯାୟୀ ଜବତ କରିଛନ୍ତି । ମୋଟାମୋଟି ଭାବରେ 19.7 ଲକ୍ଷ ଟଙ୍କାର ସୁନା ଚେନ ଓ ବ୍ରାଣ୍ଡେଡ ସିଗାରେଟ ଜବତ କରାଯାଇଛି ।

ବ୍ୟୁରୋ ଇନପୁଟ ସହ ଏଏନଆଇ, ଇଟିଭି ଭାରତ

Intro:Body:

zdgh

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.