ETV Bharat / bharat

ଜିଏସଟି ଠକେଇ ମାମଲା, 8 ଚାଟାର୍ଡ ଆକାଉଣ୍ଟାଣ୍ଟ ଗିରଫ

author img

By

Published : Jan 25, 2021, 10:54 AM IST

ଦେଶବ୍ୟାପୀ ଜିଏସଟି ଠକେଇରେ 258ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରୁ 8ଜଣ ହେଉଛନ୍ତି ଚାଟାର୍ଡ ଆକାଉଣ୍ଟାଣ୍ଟ । ଅଧିକ ପଢନ୍ତୁ...

ଜିଏସଟି ଠକେଇ ମାମଲା
ଜିଏସଟି ଠକେଇ ମାମଲା

ନୂଆଦିଲ୍ଲୀ: 2020 ମଧ୍ୟ ଭାଗରୁ ଦେଶବ୍ୟାପୀ ଜିଏସଟି ଠକେଇ ଡ୍ରାଇଭରେ 258ଜଣ ଗିରଫ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଆଠଜଣ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ରହିଛନ୍ତି ବୋଲି ଡିଜିଜିଆଇ ସୁତ୍ରରୁ ପ୍ରକାଶ ।

ଡିଜିଜିଆଇ ସୁତ୍ରରୁ ପ୍ରକାଶ ଯେ, ଗିରଫ ହୋଇଥିବା 8ଜଣ ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କୁ ସେମାନଙ୍କ ଚାରି ବ୍ୟବସାୟିକ ସହଯୋଗୀଙ୍କ ସହିତ ଜୟପୁରରୁ ଗିରଫ କରାଯାଇଛି । ବିନା ଟ୍ୟାକ୍ସରେ ଜାଲିଆତି କରି 25ଟି ନକଲି ଫାର୍ମ ଚଳାଇବା ଅଭିଯୋଗରେ ସେମାନେ ଗିରଫ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା 8ହଜାର ନକଲି ଜିଏସଟି ସଂସ୍ଥା ବିରୋଧରେ ପ୍ରାୟ 25ହଜାରୁ ଅଧିକ ମାମଲା ରୁଜ୍ଜୁ ହୋଇଥିବା ନେଇ ଜିଏସଟି ଇଣ୍ଟେଲିଜେନ୍ସ ଓ ସିଜିଏସଟି ପକ୍ଷରୁ ସୂଚନା ମିଳିଛି । ଠକମାନଙ୍କ ପାଖରୁ ପ୍ରାୟ 8କୋଟିରୁ ଅଧିକ ଟଙ୍କା ଜବତ ହୋଇଛି ।

ଚାଟାର୍ଡ ​​ଆକାଉଣ୍ଟାଣ୍ଟଙ୍କ ନିୟାମକ ସଂସ୍ଥା ଇନଷ୍ଟିଚ୍ୟୁଟ୍ ଅଫ୍ ଚାଟାର୍ଡ ​​ଆକାଉଣ୍ଟାଣ୍ଟସ୍ ଅଫ୍ ଇଣ୍ଡିଆ (ଆଇସିଏ) କୁ ଏହି ଗିରଫଦାରୀ ସମ୍ପର୍କରେ ଅବଗତ କରାଯାଇଛି ଏବଂ ନିୟମ ଅନୁଯାୟୀ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି। ଜିଏଟି ଠକେଇରେ ଗିରଫ ହୋଇଥିବା ଚାର୍ଟାର୍ଡ ଆକାଉଣ୍ଟାଣ୍ଟମାନେ ହେଲେ ଜୟପୁରର ବିଏସ ଗୁପ୍ତା, ମୁମ୍ବାଇର ଏସ ମେହେତା ଓ ଚନ୍ଦ୍ର ପ୍ରକାଶ ପାଣ୍ଡେ, ଅହମ୍ମଦାବାଦର ଲଲିତ ପ୍ରଜାପତି,ଚେନ୍ନାଇର କ୍ରୀଷ୍ଣାକୁମାର,ଦିଲ୍ଲୀର ନୀତିନ ଜେନ,ହାଇଦ୍ରାବାଦର ବି ଶ୍ରୀନିବାସ ରାଓ ଓ ଲୁଧିଆନାର ଅଙ୍କୁର ଗୌର ।

ଜିଏସଟି ଠକେଇରେ ଗିରଫ ହୋଇଥିବା ସମସ୍ତେ ଠକେଇକାରୀ ଏବଂ ପ୍ଳାଏ ନାଇଟ ଅପରେଟରଙ୍କ ସହିତ ମିଶି ଅଣ ସଂସ୍ଥା ଏବଂ ନକଲି ସଂସ୍ଥା ଚଳାଉଥିଲେ । ଜିଏସଟି, କଷ୍ଟମ ଏବଂ ଆୟକର ବିଭାଗ ମଧ୍ୟରେ ସମ୍ମୂର୍ଣ୍ଣ ତଥ୍ୟ ବାଣ୍ଟିବା ନେଇ ନିୟୋଜି ଲୋକଙ୍କୁ ଚିହ୍ନଟ କରାଯାଇଥିବା ସ୍ବୀକାର କରିଛି ରାଜସ୍ବ ବିଭାଗ । ବ୍ୟବସ୍ଥାପିକ ପରିବର୍ତ୍ତନ ମାଧ୍ୟମରେ ବିଭାଗ ପକ୍ଷରୁ ଠକ ଏବଂ ଟିକସଛାଡକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସକ୍ଷମ ହୋଇଛି । କେବଳ ନକଲି ସଂସ୍ଥା ନୁହେଁ ବରଂ ବଡ ବଡ ଠକେଇରେ ସମ୍ପୃକ୍ତ ଥିବା କମ୍ପାନୀଗୁଡିକର ପର୍ଦ୍ଦାଫାଶ କରିବାରେ ସକ୍ଷମ ହୋଇଛି ଡିଜିଜିଆଇ । 2020 ଡିସେମ୍ବର ସୁଦ୍ଧା 1.15ଲକ୍ଷ କୋଟିର ଜିଏସଟି ସଂଗ୍ରହ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.