ETV Bharat / bharat

ଦିଲ୍ଲୀ ହିଂସା ମାମଲାରେ ଏଯାଏଁ 78ଟି ଚାର୍ଜସିଟ୍ ଦାଖଲ, 410 ଗିରଫ - delhi north east riots

ଉତ୍ତର ପୂର୍ବ ଦିଲ୍ଲୀ ଦଙ୍ଗା ମାମଲାରେ ପୋଲିସ ଏପର୍ଯ୍ୟନ୍ତ 78 ଚାର୍ଜସିଟ୍ ଦାଖଲ କରିଛି। ଏଥି ସହିତ ଉଭୟ ସମ୍ପ୍ରଦାୟର 164 ଓ 142 ଜଣଙ୍କୁ ଗିରଫ କରାଯାଇଛି।

delhi north east riots
ଦିଲ୍ଲୀ ହିସାଂ ମାମଲା
author img

By

Published : Jun 6, 2020, 12:17 PM IST

ନୂଆଦିଲ୍ଲୀ: ଉତ୍ତର ପୂର୍ବ ଦିଲ୍ଲୀ ଦଙ୍ଗା ମାମଲାରେ ପୋଲିସ ଏପର୍ଯ୍ୟନ୍ତ 78 ଚାର୍ଜସିଟ୍ ଦାଖଲ କରିଛି। ଏଥି ସହିତ ଉଭୟ ସମ୍ପ୍ରଦାୟର 164 ଓ 142 ଜଣଙ୍କୁ ଗିରଫ କରାଯାଇଛି। ସମସ୍ତଙ୍କ ବିରୋଧରେ ଏକ ଚାର୍ଜସିଟ୍ ଦାଖଲ କରାଯାଇଛି । କ୍ରାଇମବ୍ରାଞ୍ଚ ମଧ୍ୟ ଉଭୟ ସମ୍ପ୍ରଦାୟର 41 ଓ 63 ଜଣଙ୍କୁ ଗିରଫ କରି ସମସ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଛି। ମୋଟ ଉପରେ, ଉଭୟ ସମ୍ପ୍ରଦାୟର 205 ଲେଖାଏଁ ଲୋକଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇଛି ଓ ସମସ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରାଯାଇଛି ।

ଏହାପୂର୍ବରୁ ଶୁକ୍ରବାର ଦୁଇଟି ଚାର୍ଜସିଟ୍ ଦାଖଲ କରାଯାଇଥିଲା ଯେଉଁଥିରେ କୋର୍ଟ 18 ଜୁନରେ ଆଲୋଚନା କରିବେ। ଏହି ଚାର୍ଜସିଟ୍ ଗୁଡିକ ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ଦ୍ବାରା କଡକର୍ଡୋମା କୋର୍ଟରେ ଦାଖଲ କରାଯାଇଛି। ଗୋକୁଲପୁରୀ ଥାନାରେ ଦାଖଲ ହୋଇଥିବା ଦୁଇଟି ପୃଥକ ଏଫ୍ଆଇଆର୍ ଉପରେ ଏହି ଚାର୍ଜସିଟ୍ ଦାଖଲ କରାଯାଇଛି।

ଗତ ତିନି ଦିନ ମଧ୍ୟରେ ଦିଲ୍ଲୀ ପୋଲିସ କଡକର୍ଡୋମା କୋର୍ଟରେ ଦଙ୍ଗା ସମ୍ପର୍କିତ ମାମଲାରେ 6 ଟି ଚାର୍ଜସିଟ ଦାଖଲ କରିଛି। ଏଥି ମଧ୍ୟରେ ଦିଲ୍ଲୀରେ ତାହିର ହୁସେନ୍‌ଙ୍କ ଦ୍ବାରା ହୋଇଥିବା ଦଙ୍ଗା ତଥା ଆଇବି କର୍ମଚାରୀ ଅଙ୍କିତ ଶର୍ମାଙ୍କ ହତ୍ୟା ସହ ଜଡିତ ଚାର୍ଜସିଟ ଅନ୍ତର୍ଭୁକ୍ତ । ଏହି 6 ଟି ଚାର୍ଜସିଟ ବ୍ୟତୀତ ଦିଲ୍ଲୀ ପୋଲିସ ଶାହାରୁଖ ପଠାନଙ୍କ ଦଙ୍ଗା ସମ୍ପର୍କରେ ଏକ ଚାର୍ଜସିଟ ଦାଖଲ କରିଛି।

ଦିଲ୍ଲୀ ଦଙ୍ଗାରେ ଅଭିଯୁକ୍ତ ଶାହରୁଖ ପଠାନ ତାଙ୍କ ପିତାଙ୍କ ଚିକିତ୍ସା ତଥା ଅପରେସନ୍ ଆଧାରରେ ଦିଲ୍ଲୀ ହାଇକୋର୍ଟରେ ଜାମିନ ଆବେଦନ କରିଛନ୍ତି। ସେ ତାଙ୍କ ଆବେଦନରେ କହିଛନ୍ତି ଯେ ତାଙ୍କ ପିତାଙ୍କ ଆଣ୍ଠୁ ପ୍ରତିରୋପଣ କରାଯିବ, ତେଣୁ ତାଙ୍କୁ ଜାମିନ ଦିଆଯାଉ।

ଏଥିସହ ହାଇକୋର୍ଟରେ ଶୁଣାଣି ସମୟରେ ଜାମିନ ଆବେଦନକୁ ବିରୋଧ କରାଯାଇଥିଲା। ଦିଲ୍ଲୀ ପୋଲିସ ପକ୍ଷରୁ କୋର୍ଟରେ ଏକ ଷ୍ଟାଟସ୍ ରିପୋର୍ଟ ଦାଖଲ କରାଯାଇଥିଲା ଯେ, ବର୍ତ୍ତମାନ ପର୍ଯ୍ୟାୟରେ ଯାଞ୍ଚ ଚାଲିଛି, ଶାହାରୁଖ ପଠାନଙ୍କୁ ଜାମିନ ପ୍ରଦାନ କରିବା ଏହି ମାମଲା ପାଇଁ କ୍ଷତିକାରକ ବୋଲି ପ୍ରମାଣିତ ହୋଇପାରେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.