ETV Bharat / bharat

ଚାରି ଧାମ ଯାତ୍ରା ପାଇଁ 37ହଜାର ଶ୍ରଦ୍ଧାଳୁଙ୍କ ରେଜିଷ୍ଟ୍ରେସନ୍‌

କେବଳ ଦେଶରୁ ନୁହେଁ ବିଦେଶରୁ ବି ଭକ୍ତମାନେ ଆସି ଦେବଭୂମିରେ ପହଞ୍ଚିଛନ୍ତି । ବର୍ତ୍ତମାନ ସୁଦ୍ଧା 37ହଜାର ଶ୍ରଦ୍ଧାଳୁ ଫଟୋ ମେଟ୍ରିକ୍‌ ରେଜିଷ୍ଟ୍ରେସନ୍‌ କରିଛନ୍ତି । 10 ମଇରେ ପ୍ରାୟ 7 ହଜାର 281ଜଣ ଶ୍ରଦ୍ଧାଳୁ ପଞ୍ଜିକରଣ କରିଥିଲେ ।

author img

By

Published : May 11, 2019, 9:27 PM IST

ଡିଜାଇନ ଫଟୋ

ଡେରାଡୁନ୍‌: ଉତ୍ତରାଖଣ୍ଡର 4 ଧାମର ଦର୍ଶନ ପାଇଁ ଦେବଭୂମିରେ ହଜାରହଜାର ସଂଖ୍ୟାରେ ଭକ୍ତଙ୍କ ସମାଗମ ହେଲାଣି । ଶୁକ୍ରବାର 10ମେରେ 4ଧାମ ଯାତ୍ରା ପାଇଁ 7ହଜାର281 ଫଟୋ ମେଟ୍ରିକ୍‌ ରେଜିଷ୍ଟ୍ରେସନ୍‌ କରାଯାଇଛି । ସେମାନଙ୍କ ମଧ୍ୟରୁ 111 ବିଦେଶୀ ଶ୍ରଦ୍ଧାଳୁ ସାମିଲ ଅଛନ୍ତି । ସେହିପରି 25 ଏପ୍ରିଲରୁ 10ମେ ମଧ୍ୟରେ ମୋଟ୍‌ 37ହଜାର 478 ଶ୍ରଦ୍ଧାଳୁ ଚାରଧାମ ଯାତ୍ରା ପାଇଁ ପଞ୍ଜୀକରଣ କରିଥିବା ବେଳେ 873ଜଣ ବିଦେଶୀ ବି ଅଛନ୍ତି ।

ସୂଚନାଥାଉକି, ଚଳିତ ବର୍ଷ 4ଧାମ ଯାତ୍ରା ପାଇଁ ଆସିଥିବା ତୀର୍ଥଯାତ୍ରୀଙ୍କ ପାଇଁ ଫଟୋମେଟ୍ରିକ୍‌ ପଞ୍ଜୀକରଣ କରାଯାଇଛି । ସେଥିପାଇଁ ଚାରିଧାମ ଯାତ୍ରା ରାସ୍ତାରେ 36ଟି ସ୍ଥାନରେ ଫଟୋ ମେଟ୍ରିକ୍‌ କାଉଣ୍ଟର ଖୋଲା ଯାଇଛି । ଏହା ବ୍ୟତୀତ ମୋବାଇଲ୍‌ ଆପ୍‌ ଓ ପର୍ଯ୍ୟଟନ ବିଭାଗର ଓ୍ବେବସାଇଟ୍‌ରେ ଅନ୍‌ଲାଇନ୍‌ ପଞ୍ଜୀକରଣର ସୁବିଧା ଉପଲବ୍ଧ ଅଛି । ତେବେ ସର୍ବାଧିକ ଶ୍ରଦ୍ଧାଳୁ ମହାରାଷ୍ଟ୍ର, ଗୁଜୁରାଟ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଉତ୍ତରପ୍ରଦେଶରୁ ଆସିଛନ୍ତି ।

6 ମାସର ଅନ୍ତରାଳ ପରେ ଅକ୍ଷୟ ତୃତୀୟା ଦିନ ଗଙ୍ଗୋତ୍ରୀ ଓ ଯମୁନୋତ୍ରୀ ଧାମର କବାଟ ଖୋଲା ଯାଇଛି । ଏହା ପରେ ମେ 9ରେ କେଦାରନାଥ ଧାମର କବାଟ ଖୋଲା ଯାଇଥିଲା । ସେହିପରି 10ମେର ବଦ୍ରୀନାଥ ଧାମର କବାଟ ଖୋଲା ଯିବା ପରେ 4 ଧାମର ଯାତ୍ରା ଆରମ୍ଭ ହୋଇ ଯାଇଛି ।

Intro:Body:

sds

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.