ନୂଆଦିଲ୍ଲୀ: ଦମ ଦେଖାଇଲା ଭାରତ । ନିଜସ୍ବ ଜ୍ଞାନ କୌଶଳରେ ଚନ୍ଦ୍ରକୁ ପଠାଇଲା ଦ୍ବିତୀୟ ଚନ୍ଦ୍ରଯାନ । ମେଗା ମିଶନ ଚନ୍ଦ୍ରାୟନ-2କୁ ଇସ୍ରୋ ବାହୁବଳୀ ରକେର୍ଟ ଜଏସଏଲଭି ମାର୍କ-3 ମାଧ୍ୟମରେ ଅନ୍ତରୀକ୍ଷକୁ ପଠାଇ ରଚିଛି ନୂଆ କିର୍ତ୍ତିମାନ । ଚନ୍ଦ୍ରର ରହସ୍ୟ ଭେଦିବାକୁ ଯାତ୍ରା କରିଥିବା ଚନ୍ଦ୍ରାୟନ-2 ଲଞ୍ଚିଂର କିଛି ସମୟ ପରେ କକ୍ଷପଥରେ ଅବସ୍ଥାପିତ ହୋଇଛି । ତେବେ ଆଉ ମାତ୍ର କେଇଟା ଦିନର ଅପେକ୍ଷା ପରେ ଆରମ୍ଭ ହେବ ଇସ୍ରୋର ଅସଲ ଟେଷ୍ଟ । ଅରବିଟରରୁ ଅଲଗା ହୋଇ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିବା ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ ପାଇଁ ଏକ ଚ୍ଯାଲେଞ୍ଜ ନିଶ୍ଚିତ । ଆଉ ଲ୍ୟାଣ୍ଡରର ସଫଳ ଲ୍ୟାଣିଂ କଲା ପରେ ରୋଭର ଚନ୍ଦ୍ରରେ କମାଲ କରିବ ଏବଂ ଦୁନିଆ ଦେଖିବ ଭାରତ ଜଲୱା । ଚନ୍ଦ୍ରରେ ଇତିହାସ ଲେଖିବ ଇସ୍ରୋ । ଭାରତ ହାତରେ ଲାଗିବ କୁବେର ଭଣ୍ଡାର ଚାବି ।
ଜହ୍ନ ମିଳିଗଲା ତ ଜାଣିନିଅନ୍ତୁ ସବୁ ମିଳିଗଲା । ତେବେ ଚନ୍ଦ୍ରରେ ଏପରି କଣ ରହିଛି ? ଯେଉଁଥିପାଇଁ ମାଲାମାଲ ହେବ ଦେଶ ? ରାଜକୋଷକୁ ମିଳିବ ପ୍ରବଳ ପ୍ରଫିଟ । ବିଶ୍ବର ଶକ୍ତିଶାଳୀ ଦେଶ ଆମେରିକା-ଚୀନକୁ ବି ଟକ୍କର ଦେଇପାରିବ ଭାରତ ।
ଚନ୍ଦ୍ରରେ ରହିଛି ପାଣି-ବହୁମୁଲ୍ୟ ଖଣିଜପଦାର୍ଥ । ଚନ୍ଦ୍ରରେ ରହି ଭାରତ ଅନ୍ତରୀକ୍ଷ ଉପରେ କଣ୍ଟ୍ରୋଲ କରିପାରିବ । ଆଉ ଯଦି ଏସବୁ ସମ୍ଭବ ହୁଏ, ଭାରତ ହୋଇଯିବ କୁବେର । ତେବେ ଚନ୍ଦ୍ରାୟନ-2 କମାଲ କଲେ ବଶ୍ବ ବ୍ରହ୍ମାଣ୍ଡ ରହସ୍ୟ ଭେଦ କରିବାରେ ଭାରତ ଆଉ ଗୋଟିଏ ପାଦ ଆଗକୁ ବଢିବ ।
ଏଠି ପ୍ରଶ୍ନ ଯେ କଣ ଭାରତ ଚନ୍ଦ୍ରଯାନ ଜରିଆରେ ବହୁମୂଲ୍ୟ ସମ୍ପତ୍ତିର ସନ୍ଧାନ କରିପାରିବ ? କଣ ଅନ୍ୟ ରାଷ୍ଟ୍ରକୁ ମାତ ଦେଇ ଜହ୍ନ ରାଇଜରେ ଘର କରିବ ଭାରତ ? ଏପେଟ ଭାରତର ଏହି ମିଶନକୁ ଦେଖି ଟେନସନରେ ଆମେରିକା ଓ ଚୀନ ଭଳି ମହାଶକ୍ତି । କାରଣ ଏଠାରେ ଥିବା ଦୁର୍ଲଭ ପଦାର୍ଥ ଭାରତ ହାତରେ ଲାଗିଲେ ଦେଶର ଆର୍ଥିକ ନକ୍ସା ବଦଳିଯାଇପାରେ ।
ତେବେ ଜାଣିବା ଜରୁରୀ ଯେ, କାହିଁକି ଏହି 2 ମହାଶକ୍ତି ପାଇଁ ଚନ୍ଦ୍ର ଏତେ ଗୁରୁତ୍ବପୂର୍ଣ୍ଣ
- ଆଶା ରହିଛି ଯେ, ଚନ୍ଦ୍ରରେ ଚନ୍ଦ୍ରାୟନ-2 କମାଲ କଲେ, ବଢିବ ଦେଶର କାରବାରର
- ଇଲୋକ୍ଟ୍ରୋନିକ ଉପକରଣର ତିଆରିରେ ବ୍ୟବହୃତ ଦୁର୍ଲଭ ଧାତୁ ମିଳିପାରିବ ।
- ଏଥିସହ ଚନ୍ଦ୍ରରେ ହିଲିୟମ-3 ମିଳିବା ନେଇ ସମ୍ଭାବନା ରହିଛି । ଯାହା ଶକ୍ତି ଚାହିଦାକୁ ପୂରଣ କରାଯାଇପାରିବ ।
- କୁହାଯାଏ ଏଠାରେ ବରଫର ପାହାଡ ରହିଛି । ଏଥିରେ ପ୍ରବଳ ମାତ୍ରାରେ ହାଇଡ୍ରୋଜେନ, ଅକ୍ସିଜେନରେ ଭରି ରହିଛି। ଯାହା ସ୍ବଚ୍ଛ ରକେଟ ଇନ୍ଧନ ତିଆରିରେ ବ୍ୟବହୃତ ହେବ ।
- ଚନ୍ଦ୍ର ଦ୍ବାର ଫିଟିଲେ ମଙ୍ଗଳ ଗ୍ରହର ରାସ୍ତା ମଧ୍ୟ ସଫା ହୋଇଯିବ । ମଙ୍ଗଳ ଗ୍ରହକୁ ଯାଉଥିବା ସ୍ପେସ କ୍ରାଫ୍ଟ ଚନ୍ଦ୍ରରେ ଅଟକି ଇନ୍ଧନ ଭରିପାରିବେ ।
- ଚନ୍ଦ୍ରରେ ଷ୍ଟେସନ ପ୍ରସ୍ତୁତ କରି ଅନ୍ତରୀକ୍ଷ ଉପରେ ନଜର ରଖାଯାଇପାରିବ ।
ଯେଉଁ କାମ ଭୁଇଁରେ ରହି କରାଯାଇପାରୁନି ତାକୁ ଚନ୍ଦ୍ରରେ ବେଶ ସହଜ ଓ ସୁଲଭରେ କରାଯାଇପାରିବ । ଖାସ ଏଇଥିପାଇଁ ଚନ୍ଦ୍ରକୁ କରାୟତ କରିବାକୁ ବର୍ଷ ବର୍ଷ ଧରି ରଣନୀତି କରୁଛନ୍ତି ଚୀନ ଓ ଆମେରିକା । ଏପଟେ ଭାରତ ବର୍ତ୍ତମାନ ଏମାନଙ୍କୁ ପଛରେ ପକାଇ ଚନ୍ଦ୍ର ଧରିବାକୁ ଆଗେଇ ଆସିଛି ।
ବ୍ୟୁରୋ ରିପୋର୍ଟ ଇଟିଭି ଭାରତ