ETV Bharat / bharat

ଚନ୍ଦ୍ରାଯାନ-2ର ସଫଳ ଲ୍ୟାଣ୍ଡିଂ ପାଇଁ ଚାଲିଛି ପୂଜାର୍ଚ୍ଚନା - ଚନ୍ଦ୍ରାଯାନ-2ର ସଫଳ ଲ୍ୟାଣ୍ଡିଂ

ସବୁ ପ୍ରତିକ୍ଷାର ଅନ୍ତ ଘଟାଇ ଇତିହାସ ରଚିବ ଭାରତ । ବିଳମ୍ବିତ ରାତିରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ‘ଚନ୍ଦ୍ରଯାନ-2’ । ଯାହାର ସଫଳ କାମନା କରିବା ଲାଗି ବିଭିନ୍ନ ସ୍ଥାନରେ କରାଯାଉଛି ହୋମଯଜ୍ଞ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Sep 6, 2019, 1:14 PM IST

ନୂଆଦିଲ୍ଲୀ: ବଢୁଛି ସମୟ । ବଢୁଛି ସ୍ପନ୍ଦନ । ଅପେକ୍ଷାର ଆଜି ଘଟିବ ଅନ୍ତ । ଇତିହାସ ରଚିବ ଇସ୍ରୋ । ଆଉ ଥରେ ଚନ୍ଦ୍ରପୃଷ୍ଠରେ ପାଦ ଥାପିବ ଭାରତ । ଆଜି ବିଳମ୍ବିତ ରାତିରେ ଚନ୍ଦ୍ରପୃଷ୍ଠକୁ ଛୁଇଁବ ଚନ୍ଦ୍ରଯାନ-2। ଯାହାକୁ ନେଇ କେବଳ ଇସ୍ରୋର ବୈଜ୍ଞାନିକ ନୁହଁନ୍ତି ପ୍ରତ୍ୟେକ ଭାରତୀୟଙ୍କ ମନରେ ଉତ୍କଣ୍ଠା ଭରି ରହିଛି । ଆଉ ଚନ୍ଦ୍ରାଯାନର ସଫଳ ଅଭିଯାନ ପାଇଁ ବିଭିନ୍ନ ସ୍ଥାନରେ ପୂଜାର୍ଚ୍ଚନା କରୁଛନ୍ତି ଲୋକେ।

ଇସ୍ରୋ ବୈଜ୍ଞାନିକଙ୍କ ପାଇଁ ଆଜି ଏକ ଗୁରୁତ୍ବପୂର୍ଣ୍ଣ ଦିନ । ଏହି ସମୟକୁ ଭାରତ ସମେତ ଚାହିଁ ବସିଛନ୍ତି ସମଗ୍ର ଦେଶ । ଏହି ଅଭିଯାନ ସଫଳ ହେଲେ ଆମେରିକା, ଚୀନ ଓ ରୁଷ ପରେ ଭାରତ ଚତୁର୍ଥ ରାଷ୍ଟ୍ର ଭାବେ ଖ୍ୟାତି ଲାଭ କରିବ। ପିଏମ ମୋଦିଙ୍କ ସଂସଦୀୟ କ୍ଷେତ୍ର ବାରାଣାସୀ ଓ ପ୍ରୟାଗରାଜରେ ‘ଚନ୍ଦ୍ରଯାନ-2’ ସଫଳତାକୁ ନେଇ ହୋମ ଯଜ୍ଞ କରାଯାଇଛି । ହାତରେ ପତାକା ଓ ଚନ୍ଦ୍ରାଯାନ-2ର ପୋଷ୍ଟର ଧରି ହୋମ ଯଜ୍ଞ କରୁଛନ୍ତି ଲୋକେ।

ପ୍ରୟାଗରାଜରେ ମଧ୍ୟ ଚନ୍ଦ୍ରାୟନ-2ର ସଫଳ ଲ୍ୟାଣ୍ଡିଂ ପାଇଁ ବିଶେଷ ପୂଜାର୍ଚ୍ଚନା କରାଯାଇଛି । ମନ୍ତ୍ରଉଚ୍ଚାରଣ ସହିତ ହୋମଯଜ୍ଞ କରାଯାଇଥିବାର ଦେଖିବାକୁ ମିଳିଛି । ଏପରିକି ମହକାଳ ନଗରୀ ଉଜ୍ଜୟନୀରେ ମଧ୍ୟ ଇସ୍ରୋର ସଫଳତା ପାଇଁ ପ୍ରାର୍ଥନା କରାଯାଉଛି। ଆଜି ବିଳମ୍ବିତ ରାତି 1.30ରୁ 2 ମଧ୍ୟରେ ଚନ୍ଦ୍ରରେ ଲ୍ୟାଣ୍ଡ କରିବ ‘ଚନ୍ଦ୍ରଯାନ-2’ । ଏହାର ଲାଇଭ ଟେଲିକାଷ୍ଟ ଦେଖିବେ ପ୍ରଧାନମନ୍ତ୍ରୀ ମୋଦି । ବିକ୍ରମ ଲ୍ୟାଣ୍ଡର କରିବାର ପ୍ରାରମ୍ଭିକ ସମୟ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ରହିବ । ଲ୍ୟାଣ୍ଡିଂ ପ୍ରକ୍ରିୟା ରାତି ପ୍ରାୟ 1ରୁ ଆରମ୍ଭ ହେବ । ଯାହା ସେପ୍ଟେମ୍ବର 7 ତାରିଖ ସକାଳ ଯାଏଁ ଜାରି ରହିବ । ତେବେ ପ୍ରଥମ ଥର ଭାରତ ସଫ୍ଟ ଲ୍ୟାଣ୍ଡିଂ କରିବାକୁ ଯାଉଛି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.