ETV Bharat / bharat

ଚନ୍ଦ୍ରର ତୃତୀୟ କକ୍ଷରେ ‘ଚନ୍ଦ୍ରଯାନ 2’ - orbit

ଆଜି ସଫଳତାପୂର୍ବକ ସକାଳ 9 ଟା 4 ମିନିଟ୍‌ରେ ଚନ୍ଦ୍ରର ତୃତୀୟ କକ୍ଷକୁ ପ୍ରବେଶ କରିଛି ଚନ୍ଦ୍ରଯାନ-2 ।

ଫଟୋ ସୌଜନ୍ୟ: ଟ୍ବିଟର@ ଇସ୍ରୋ
author img

By

Published : Aug 28, 2019, 11:43 AM IST

Updated : Aug 28, 2019, 11:59 AM IST

ନୂଆଦିଲ୍ଲୀ: ଆଉ 11 ଦିନ ପରେ ଇତିହାସ ରଚିବ ଚନ୍ଦ୍ରଯାନ-2 । ଆଜି ସଫଳତାପୂର୍ବକ ସକାଳ 9 ଟା 4 ମିନିଟ୍‌ରେ ଚନ୍ଦ୍ରର ତୃତୀୟ କକ୍ଷକୁ ପ୍ରବେଶ କରିଛି ଚନ୍ଦ୍ରଯାନ-2 । ଏବେ ଚନ୍ଦ୍ରଯାନ-2 ଏହି କକ୍ଷରେ ଆଗାମୀ 2 ଦିନ ଯାଏଁ ଚନ୍ଦ୍ରର ପରିକ୍ରମା କରିବ । ଏହାପରେ ଅଗଷ୍ଟ 30 ରେ ଚନ୍ଦ୍ରଯାନ-2 ଚନ୍ଦ୍ରର ଚତୁର୍ଥ ଓ ସେପ୍ଟେମ୍ବର 1 ରେ ପଞ୍ଚମ କକ୍ଷରେ ପ୍ରବେଶ କରିବ ।

ସେହିପରି ସେପ୍ଟେମ୍ବର 1 ରୁ ତିନିଥର ଚନ୍ଦ୍ରର ଚାରିପଟେ ଚନ୍ଦ୍ରଯାନ-2 ନିଜ କକ୍ଷ ପରିବର୍ତ୍ତନ କରିବ । ଏହାପରେ ସେପ୍ଟେମ୍ବର 2 ରେ ଚନ୍ଦ୍ରଯାନ-2 ରୁ ‘ବିକ୍ରମ’ ଲ୍ୟାଣ୍ଡର(ଅବତରଣ ଯାନ) ଅଲଗା ହେବ । ଲ୍ୟାଣ୍ଡର ନିଜ ଭିତରେ ଥିବା ପ୍ରଜ୍ଞାନ ରୋଭର୍‌ କୁ ସାଙ୍ଗରେ ନେଇ ଚନ୍ଦ୍ର ଆଡକୁ ଗତି କରିବ । ସେପ୍ଟେମ୍ବର 3 ରେ ‘ବିକ୍ରମ’ ଲ୍ୟାଣ୍ଡରର ଯାଞ୍ଚ କରାଯିବ । ଏଥିପାଇଁ ଇସ୍ରୋ ବୈଜ୍ଞାନିକ ମାନେ 3 ସେକେଣ୍ଡ ପାଇଁ ଏହାର ଇଞ୍ଜିନ ଅନ୍‌ କରିବେ । ପରେ ତାହାର କକ୍ଷରେ ମାମୁଲି ପରିବର୍ତ୍ତନ କରିବେ ।

orbit
ଫଟୋ ସୌଜନ୍ୟ: ଟ୍ବିଟର@ ଇସ୍ରୋ

ସେପ୍ଟେମ୍ବର 4 ରେ ଚନ୍ଦ୍ରର ନିକଟତର କକ୍ଷରେ ପହଞ୍ଚିବ ଲ୍ୟାଣ୍ଡର । ସେବେଠୁ ତିନିଦିନ ପର୍ଯ୍ୟନ୍ତ ଚନ୍ଦ୍ର କକ୍ଷ ଚାରିପଟେ ପରିକ୍ରମା କରିବ । ଇତିମଧ୍ୟରେ ବୈଜ୍ଞାନିକମାନେ ‘ବିକ୍ରମ’ ଲ୍ୟାଣ୍ଡର ଓ ରୋଭର୍‌ ର ଯାଞ୍ଚ ପ୍ରକ୍ରିୟା ଜାରି ରଖିଥିବେ । ଏହାପରେ ସେପ୍ଟେମ୍ବର 7 ରେ ଚନ୍ଦ୍ରରେ ଲ୍ୟାଣ୍ଡ କରିବ ବିକ୍ରମ ଲ୍ୟାଣ୍ଡର । ଏହା 35 କିମି ଉଚ୍ଚାରୁ ଚନ୍ଦ୍ରର ଦକ୍ଷିଣ ମେରୁ ଆଡୁ ପ୍ରବେଶ କରିବା ଆରମ୍ଭ କରିବ । ଏହି ସମୟ ଇସ୍ରୋ ବୈଜ୍ଞାନିକଙ୍କ ପାଇଁ ଏକ ବହୁତ ବଡ ଚ୍ୟାଲେଞ୍ଜ ।

ଚନ୍ଦ୍ରଯାନ-2 କୁ ଜୁଲାଇ 22 ରେ ଆନ୍ଧ୍ରପ୍ରଦେଶ ଶ୍ରୀହରୀକୋଟା ରୁ ରକେଟ ବାହୁବଳୀ ଜରିଆରେ ଉତକ୍ଷେପଣ କରାଯାଇଥିଲା । ଆଉ ଏହାର ଲାଇଭ୍‌ ଚିତ୍ର ଦେଖିଥିଲେ ପ୍ରଧାନମନ୍ତ୍ରୀ ମୋଦି । ତେବେ ଏହା ଅନୁମାନ କରାଯାଉଛି ଯେ ସେପ୍ଟେମ୍ବର 7 ରେ ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରର ଦକ୍ଷିଣ ମେରୁରେ ଲ୍ୟାଣ୍ଡ କରିବା ସମୟରେ ଏହାର ଲାଇଭ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଖିପାରନ୍ତି ।

Intro:Body:

hgfh

Conclusion:
Last Updated : Aug 28, 2019, 11:59 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.