ETV Bharat / bharat

ବିଦେଶୀରୁ ଫେରିଲେ ଛାତ୍ରଛାତ୍ରୀ, ବୈଦେଶିକ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଚନ୍ଦ୍ରବାବୁ ନାଇଡୁ

author img

By

Published : Mar 18, 2020, 10:01 PM IST

ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁଦେଶମ ପାର୍ଟୀର ସଭାପତି ଚନ୍ଦ୍ରବାବୁ ନାଇଡୁ ବିଦେଶରୁ ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିଥିବାରୁ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅଧିକ ପଢନ୍ତୁ...

chandrababu-naidu-thanked-foreign-minister-s-jayashankar
ଚନ୍ଦ୍ରବାବୁ ନାଇଡୁ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଧନ୍ୟବାଦ ଜଣାଇଲେ

ହାଇଦ୍ରାବାଦ: ମାହାମାରୀ କରୋନାକୁ ନେଇ ସାରା ବିଶ୍ବରେ ଭୟାବହତା ଦେଖାଦେଇଥିଲାବେଳେ ଭାରତରେ ଏବେ ଏହା କାୟା ବିସ୍ତାର କରିବାରେ ଲାଗିଛି । ଆନ୍ଧ୍ରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁଦେଶମ ପାର୍ଟୀର ସଭାପତି ଚନ୍ଦ୍ରବାବୁ ନାଇଡୁ ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିଥିବାରୁ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କରଙ୍କୁ ଧନ୍ୟବାଦ ଜଣାଇଛନ୍ତି । କୁଆଲାଲାମ୍ପୁରରେ ତେଲୁଗୁ ଛାତ୍ରଛାତ୍ରୀ ମାନେ ଅଧ୍ୟୟନ ପାଇଁ ଯାଇଥିଲେ ସେମାନଙ୍କୁ ବୈଦେଶିକ ମନ୍ତ୍ରଣାଳୟ ଫେରାଇ ଆଣିଥିଲା ।

ଭାରତର ବୈଦେଶିକ ମନ୍ତ୍ରଣାଳୟର ଏହି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ଚନ୍ଦ୍ରବାବୁ ନାଇଡୁ । ମୋଟ 300 ଲୋକଙ୍କୁ କୁଆଲାଲାମ୍ପୁରରୁ ଉଦ୍ଧାର କରାଯାଇଛି । ସେମାନଙ୍କ ମଧ୍ୟରୁ ତେଲୁଗୁ ଲୋକଙ୍କୁ ଦିଲ୍ଲୀରୁ ଘରୋଇ ବିମାନ ଯୋଗେ ବିଶାଖାପାଟଣାକୁ ପଠାଇଦିଆଗଲା । ବୈଦେଶିକ ମନ୍ତ୍ରୀ କୁଆଲାଲାମ୍ଫୁର ବିମାନବନ୍ଦରରେ ଏହି ଅସମୟରେ ଭାରତୀୟ ଛାତ୍ରଛାତ୍ରୀ ଓ ଅନ୍ୟାନ୍ୟ ପ୍ୟାସେଞ୍ଜରଙ୍କ ଧୌର୍ଯ୍ୟକୁ ପ୍ରଶଂସା କରିଛନ୍ତି। କରୋନା ଭାଇରସରକୁ ନେଇ ମାଲେସିଆରେ ପ୍ରଧାନମନ୍ତ୍ରୀ ଦୂରଦୂରାନ୍ତ ଯାତ୍ରାକୁ ବନ୍ଦ କରିବାପାଇଁ ନିଷ୍ପତ୍ତି ନେଇଛନ୍ତି । ମାଲେସିଆ ସହିତ ବିଭିନ୍ନ ଦେଶର ବିମାନ ଯାତ୍ରାକୁ ବନ୍ଦ କରାଯିବ ।

ଭାରତରେ କରୋନାକୁ ନେଇ ସରକାର ବେଶ ତତ୍ପରତା ଦେଖାଇଛନ୍ତି । ଦେଶର ସମସ୍ତ ସ୍କୁଲ,କଲେଜ, ସିନେମା ହଲ, ରେଳଷ୍ଟେସନ, ଜନଗହଳିପୂର୍ଣ୍ଣସ୍ଥାନକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରାଯାଇଛି । କୋରୋନାକୁ ନେଇ ସାରା ଭାରତରେ ପ୍ରତିଶେଧାତ୍ମକ ବ୍ୟବସ୍ଥା ଗ୍ରହଣ କରିବା ସହ ଲୋକଙ୍କୁ ବେଶ ସଚେତନ କରାଯାଉଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.