ETV Bharat / bharat

ଟିଡିପି ସାଂସଦ, ବିଧାୟକ ଗୃହବନ୍ଦୀ: ଜଗନ ମୋହନଙ୍କ ଉପରେ ବର୍ଷିଲେ ଚନ୍ଦ୍ରବାବୁ - ଟିଡିପି ବିଧାୟକ ଗୃହବନ୍ଦୀ

ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି) ପ୍ରମୁଖ ଆନ୍ଧ୍ରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁ ନିଜ ଦଳୀୟ ସାଂସଦ କେସିନେନି ଶ୍ରୀନିବାସନ ଓ ବିଧାୟକ ବୁଦ୍ଧା ଭେଙ୍କାନନ୍ନଙ୍କୁ ଗୃହବନ୍ଦୀରେ ରଖା ଯାଇଥିବାରୁ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କୁ ନିନ୍ଦା କରିଛନ୍ତି । ଅଧିକ ପଢନ୍ତୁୁ...

chandrababu naidu hits out at ysrcp govt over house arrest of tdp leader
ଫାଇଲ ଫଟୋ
author img

By

Published : Dec 26, 2019, 11:24 PM IST

ହାଇଦ୍ରାବାଦ: ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି) ପ୍ରମୁଖ ଆନ୍ଧ୍ରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁ ନିଜ ଦଳୀୟ ସାଂସଦ କେସିନେନି ଶ୍ରୀନିବାସନ ଓ ବିଧାୟକ ବୁଦ୍ଧା ଭେଙ୍କାନନ୍ନଙ୍କୁ ଗୃହବନ୍ଦୀରେ ରଖା ଯାଇଥିବାରୁ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କୁ ନିନ୍ଦା କରିଛନ୍ତି । ଏହାସହ ଜଗନମୋହନଙ୍କୁ ଭବିଷ୍ୟରେ ଏହି ଏକଛତ୍ରବାଦୀ ଶାସନର କୁପରିମାଣ ଭୋଗିବାକୁ ପଡିବ ବୋଲି ଚେତାଇଛନ୍ତି ।

ନିଜ ବୟାନରେ ଚନ୍ଦ୍ରବାବୁ କହିଛନ୍ତି ଯେ, ଅମରାବତୀ ପରୀକ୍ଷଣ ସମିତି ଜଏଣ୍ଟ ଆକ୍ସନ କମିଟିର ବୈଠକରେ ଜନପ୍ରତିନିଧିଙ୍କୁ ଯିବା ପାଇଁ ଅନୁମତି ନଦେବା ଲୋକତନ୍ତ୍ରର ହତ୍ୟା ବୋଲି କହିଛନ୍ତି । ଓ୍ବାଇଏସ୍‌ଆର୍‌ ସରକାର 29ଟି ଗ୍ରାମର ଲୋକଙ୍କ ମଧ୍ୟରେ ଅସନ୍ତୋଷ ଜନ୍ମାଉଛି । ହଜାର ହଜାର ପୋଲିସ କର୍ମୀ ନିୟୋଜିତ କରି ରାଜ୍ୟରେ ପୋଲିସ ରାଜ୍‌ ସ୍ଥାପନା କରିବା ପାଇଁ ଚାହୁଁଛି ଜଗନମୋହନ ସରକାର ବୋଲି ସେ କହିଛନ୍ତି ।

ଏହାସହ ସେ କହିଛନ୍ତି ଯେ, ବିଭାଜନକାରୀ ରାଜନୀତି କରି ଲାଭ ଉଠାଇବା ପାଇଁ ବର୍ତ୍ତମାନର ସରକାର ପ୍ରୟାସ କରୁଛନ୍ତି ବୋଲି ସେ କହିଛନ୍ତି । ବିଚାରର ଅଭିବ୍ୟକ୍ତିକୁ ବଳ ପ୍ରୟୋଗ କରି ଦବାଇ ଦିଆଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ପୂର୍ବରୁ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁ ଓ ତାଙ୍କ ପୁଅଙ୍କୁ ଗୃହବନ୍ଦୀ କରାଯାଇଥିଲା ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.