ETV Bharat / bharat

ଲକଡାଉନରେ ଶଗଡରେ ଚାଲିଛି ମାଲ ପରିବହନ - bullock cart in delhi

ଲକଡାଉନ ଯୋଗୁଁ ଦିଲ୍ଲୀର ଚାନ୍ଦିନୀ ଚୌକରେ ମାଲ ପରିବାହନ ପାଇଁ ସଗଡଗାଡି ବ୍ୟବହାର କରାଯାଉଥିବା ଦେଖିବାକୁ ମିଳିଛି । ସମ୍ପୂର୍ଣ୍ ଖବର ପଢନ୍ତୁ...

ଲକଡାଉନରେ ସଗଡଗାଡିରେ ଚାଲିଛି ମାଲ ପରିବହନ
ଲକଡାଉନରେ ସଗଡଗାଡିରେ ଚାଲିଛି ମାଲ ପରିବହନ
author img

By

Published : Apr 17, 2020, 3:50 PM IST

ନୂଆଦିଲ୍ଲୀ: ଲକଡାଉନରେ ଚକ ଅଖ ବନ୍ଦ । ଗଡୁନି ଗାଡି ମଟର । ଏତିକି ବେଳେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା ପାଇଁ ନୂଆ ପନ୍ଥା ଆପଣାଇଛନ୍ତି ବ୍ୟବସାୟୀ । ଏନେଇ ଦିଲ୍ଲୀ ତଥା ଏସିଆ ମହାଦେଶର ସବୁଠାରୁ ବଡ ତେଜରାତି ମାର୍କେଟ ଚାନ୍ଦିନୀ ଚୌକରେ ଜିନିଷ ଯୋଗାଇବାକୁ ସଗଡଗାଡିରେ ମାଲ ପରିବହନ କରୁଥିବା ଦେଖିବାକୁ ମିଳିଛି ।

ଏନେଇ ଜଣେ ବ୍ୟବସାୟୀ କହିଛନ୍ତି ଲକଡାଉନ ସମୟରେ ଯେମିତି କୌଣସି ବାଧା ସୃଷ୍ଟି ନହୁଏ ସେଥିପାଇଁ ଆମେ ଶଗଡ ଗାଡି ବ୍ୟବହାର କରୁଛୁ । ଚାନ୍ଦିନୀ ଚୌକର ଖାରି ବାଉଲି ଓ ନୟା ବଜାର ଏସିଆ ମହାଦେଶର ସବୁଠାରୁ ବଡ ତେଜତାରି ମାର୍କେଟ । ଯେଉଁଠି ପ୍ରତ୍ୟେକ ଦିନ ଲକ୍ଷ ଲକ୍ଷ ଟଙ୍କାର କାରବାର ହୋଇଥାଏ । ମସଲା, ବାଦାମ, ଖାଦ୍ୟ ଶସ୍ୟ, ହର୍ବ ଆଦି ଏହି ବଜାରରେ ସୁଲଭ ମୂଲ୍ୟରେ ମିଳିଥାଏ ।

ତେବେ ଜଣେ ବ୍ୟବସାୟୀ କହିଛନ୍ତି ପୂର୍ବରୁ ଆମକୁ ଏତେ କାମ ମିଳୁ ନଥିଲା । କିନ୍ତୁ ଲକଡାଉନ ଯୋଗୁଁ ଆମକୁ ବହୁତ କାମ ମିଳୁଛି । ଯେତେ ସମ୍ଭବ ସମୟ ଭିତରେ ଆମେ ଜିନିଷ ପହଞ୍ଚାଇବାକୁ ଚେଷ୍ଟା କରୁଛୁ । ସେଥିପାଇଁ ଆମେ ଶଗଡଗାଡିକୁ ଆପଣାଇଛୁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.