ETV Bharat / bharat

ଉଦ୍ଧବଙ୍କୁ ସମର୍ଥନ କରି ବିବାଦିତ ବୟାନ ଦେଲେ ଚମ୍ପତ ରାୟ

author img

By

Published : Sep 13, 2020, 11:01 PM IST

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ସମର୍ଥନ କରି ବିବାଦିତ ବୟାନ ଦେଇଛନ୍ତି ଅଯୋଧ୍ୟା ରାମ ମନ୍ଦିର ତୀର୍ଥକ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ । ଅଧିକ ପଢନ୍ତୁ...

ଉଦ୍ଧବଙ୍କୁ ସମର୍ଥନ କରି ବିବାଦିତ ବୟାନ ଦେଲେ ଚମ୍ପତ ରାୟ
ଉଦ୍ଧବଙ୍କୁ ସମର୍ଥନ କରି ବିବାଦିତ ବୟାନ ଦେଲେ ଚମ୍ପତ ରାୟ

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ମହାରାଷ୍ଟ୍ର ସରକାରଙ୍କ ଆଭିମୁଖ୍ୟ ପ୍ରଶ୍ନ ଘେରରେ ରହିଛି । ତେବେ କଂଗ୍ରେସର ହାତ ଧରିବା ସହ ସରଦ ପାୱାରଙ୍କ ପାର୍ଟି ଏନସିପିର ସହଯୋଗରେ ସରକାର ଗଠନ କରିବା ପରେ ହିନ୍ଦୁତ୍ବର ରାସ୍ତାରୁ ବାହାରି ଯାଇଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଏନେଇ ଶିବସେନା ମୁଖ୍ୟ ଏବେ ସାଧୁ ସନ୍ଥଙ୍କ ଟାର୍ଗେଟରେ । ଉଦ୍ଧବ ଯଦି ଅଯୋଧ୍ୟା ଆସନ୍ତି ତାହେଲେ ତାଙ୍କର ଏହି ଗସ୍ତକୁ ବିରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି ସାଧୁ ସନ୍ଥ । ଏପରି ସ୍ଥିତିରେ ଉଦ୍ଧବଙ୍କୁ ସମର୍ଥନ କରି ବିବାଦିତ ବୟାନ ଦେଇଛନ୍ତି ଅଯୋଧ୍ୟା ରାମ ମନ୍ଦିର ତୀର୍ଥକ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ।

ଚମ୍ପତ ରାୟ ଉଦ୍ଧବଙ୍କର ସମର୍ଥନରେ ଛିଡା ହୋଇଥିବା ନଜର ଆସିଛନ୍ତି । ଚମ୍ପତ ଚେତାବନୀ ଦେବା ଭଙ୍ଗିରେ କହିଛନ୍ତି ଯେ ଉଦ୍ଧବଙ୍କୁ କେହି ବି ଅଯୋଧ୍ୟା ଆସିବାକୁ ରୋକି ପାରିବେ ନାହିଁ । ତାଙ୍କୁ ରୋକିବାର କାହାରି ପାଖରେ ସାହସ ନାହିଁ ।

ବଲିଉଡ ଅଭିନେତା ସୁଶାନ୍ତଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଆଜିକାଲି ସମଗ୍ର ଦେଶରେ ରାଜନୀତି ଚରମ ସ୍ଥିତିରେ ରହିଛି। ଗୋଟିଏ ପଟେ ଏହି ମାମଲାରେ ଅଭିଯୁକ୍ତ ରିଆ ଚକ୍ରବର୍ତ୍ତୀଙ୍କ ସିବିଆଇ ତଦନ୍ତ ଚାଲିଥିବା ବେଳେ ଅନ୍ୟପଟେ ସୁଶାନ୍ତଙ୍କ ସମର୍ଥନରେ ଛିଡା ହୋଇଥିବା ଚଳଚ୍ଚିତ୍ର ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ସମର୍ଥନ ଏବଂ ଏହାକୁ ଉଦ୍ଧବ ସରକାରଙ୍କ ବିରୋଧ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.